ଜାତିଭିତ୍ତିକ ଜଣଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ BJD ଓ କଂଗ୍ରେସ

ଲୋକସଭାରେ SC ଓ ST ବ୍ୟତୀତ ଅନ୍ୟ କେଉଁ ଜାତିର ଗଣନା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର, ଯାହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । । ଜାତିଭିତ୍ତିକ ଜନଗଣନା ପାଇଁ ଓଡ଼ିଶା ଓ ମହାରାଷ୍ଟ୍ର ଦାବି କରିଥିଲେ।

ଜାତିଭିତ୍ତିକ ଜଣଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ BJD ଓ କଂଗ୍ରେସ
ଜାତିଭିତ୍ତିକ ଜନଗଣନ ପ୍ରସଙ୍ଗକୁ ନେଇ ରାଜ୍ୟରେ ମିଶ୍ରିତ ପ୍ରତିକ୍ରିୟା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଜାତିଭିତ୍ତିକ ଜନଗଣନାକୁ ନେଇ ରାଜ୍ୟରେ ତେଜୁଛି ରାଜନୀତି । ମଙ୍ଗଳବାର କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା ପାଇଁ ପାଇଁ ସିଧାସଳଖ ମନା କରିଦେବା ପରେ ଓଡ଼ିଶାରେ ଶାସକ ଦଳ ବିଜେଡି ଓ ବିରୋଧୀ ଦଳ କଂଗ୍ରେସ ଭଉୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି  ।

ମଙ୍ଗଳବାର ଲୋକସଭାରେ ଏସ.ସି., ଏସ.ଟି. ବ୍ୟତୀତ ଅନ୍ୟ କେଉଁ ଜାତିର ଗଣନା ନକରାଯିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର  । ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଛି ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଆସନ୍ତା ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦଳରେ ରହୁଛନ୍ତି ତାର ତଥ୍ୟ ସଂଗ୍ରହ କରିବା ପାଇଁ କହିଥିଲେ । ହେଲେ ଭାରତ ସରକାର ଏସସି ଓ ଏସଟି ବ୍ୟତୀତ ଅନ୍ୟ କୌଣସି ଜାତିଭିତ୍ତିକ ଜନଗଣନା କରିବେ ନାହଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାକୁ ନେଇ ବିଜେଡି ଆପତ୍ତି ଉଠାଇଛି ।

ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ପଛୁଆ ବର୍ଗ ଲେୋକଙ୍କ ବିକାଶ ଚାହୁଁନି ବିଜେପି । ବିଜେପି ଓବିସି ବିକାଶରେ ବାଧକ ସାଜୁଛି । ଓ.ବି.ସି. ବର୍ଗର ଉନ୍ନତି କରିବାକୁ ହେଲେ ତଥ୍ୟ ସହ ବର୍ଗୀକରଣର ଆବଶ୍ୟକତା ରହିଛି । କେଉଁ ବର୍ଗର କେତେ ଲୋକ ଅଛନ୍ତି ଜଣା ପଡ଼ିଲେ ସେହି ହିସାବରେ ଯୋଜନା ହୋଇ ବିକାଶ ହୋଇପାରିବ । ସେଇଥି ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ଏଥିରେ କୌଣସି ରାଜନୀତି ନାହିଁ ।’’

ଅମର ପଟ୍ଟନାୟକଙ୍କ କଥାରେ ଜବାବ ଦେଇ ବିଜେପି ସାଧାରଣ ସମ୍ପାଦକ ପୃଥିୀରାଜ ହରିଚନ୍ଦନ କହିଛନ୍ତି, "କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଯାହା କହିଛନ୍ତି ଯଥାର୍ଥ । ରାଜ୍ୟ ସରକାରଙ୍କ ପାଖରେ ପଛୁଆ ବର୍ଗର ତାଲିକା ରହିଥିଲେ ବି ବିକାଶ ପହଞ୍ଚି ପାରୁନି । ବିଜେଡି ଜାତି ରାଜନିତିର ସୂତ୍ରପାତ କରିବାକୁ ଚାହୁଁଛି ।’’

କଂଗ୍ରେସ ବି ଜାତିଭିତ୍ତିତ ଜନଗଣନା ସପକ୍ଷରେ ଯୁକ୍ତି ବାଢ଼ିଛି । "ଜନଗଣନା ଜାତିଭିତ୍ତିକ ହେବା ଦରକାର । ପ୍ରତ୍ୟକ ବର୍ଗର ଲୋକ ଜାଣିବାକୁ ଚାହୁଁଛନ୍ତିୁ ନିର୍ଦ୍ଧିଷ୍ଟ ବର୍ଗରେ କେତେ ଲୋକ ଅଛନ୍ତି । ଓ.ବି.ସି. ସମେତ ସାରଣା ଧର୍ମର କେତେ ଲୋକ ଅଛନ୍ତି ତାର ତଥ୍ୟ ଆସିବା ଦରକାର । ଏହା ଦ୍ୱାରା ଓ.ବି.ସି. ଲୋକ ଜାଣିପାରିବେ ରାଜ୍ୟରେ ପ୍ରକୃତରେ କେତେ ସଂଖ୍ୟାରେ ଓବିସି ଅଛନ୍ତି ଏବଂ ତାଙ୍କ ପାଇଁ କେତେ ସଂରକ୍ଷଣ ରହିଛି,’’ କହିଛନ୍ତି ସାମାଜିକ କର୍ମୀ ମାନସ ମିଶ୍ର ।

୨୦୨୧ ଜନଗଣନା ଜାତିଭିତ୍ତିକ କରିବା ପାଇଁ କ୍ୟାବିନେଟ୍ ସଚ଼ିବଙ୍କୁ ଚିଠି ଲେଖିଥିଲେ ତତକାଳୀନ ମୁଖ୍ୟ ଶାସନ ସଚ଼ିବ ଅସିତ୍ ତ୍ରିପାଠି । ଜାନୁଆରୀ ୧୫ରେ ଏନେଇ ଏକ ସଙ୍କଳ୍ପ ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିଲା  ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ କେନ୍ଦ୍ର ସରକାର ୨୦୧୧ ଜନ ଗଣନା ବେଳେ ସଂଗ୍ରହ ହୋଇଥିବା ଜାତିଭିତ୍ତିକ ତଥ୍ୟକୁ ସାର୍ବଜନୀନ କରାଯିବ ନହିଁ  । ଏନେଇ ସଂସଦକୁ ଅବଗତ କରାଇଥିଲେ ।

ଗୃହ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାକୁ କହିଥିଲେ ଯେ ସୋସିଓ-ଇକୋନୋମିକ ଓ ଜାତିଭିତ୍ତିକ ଜନ ସଂଖ୍ୟାର ଗଣନା ୨୦୧୧ରେ କରାଯାଇଥିଲା  । ଗ୍ରାମୀଣ ଓ ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭଉୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଇଥିଲା  । ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ସଂଗୃହୀତ ତଥ୍ୟକୁ ହସ୍ତାନ୍ତର ହୋଇଥିଲା  । ଏହାକୁ ବର୍ତ୍ତମାନ ଷ୍ଟେଜରେ ସାର୍ବଜନୀନ କରିବାର କୌଣସି ଯୋଜନା ନାହିଁ ।
Published by: Lipina Das
First published: July 22, 2021, 1:32 PM IST