ମହିଳା ଶସକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତିକରଣ କରୁଛି: ଶରତ ପଟ୍ଟନାୟକ

ବାଲେଶ୍ଵରରେ ଭାରତ ଯୋଡୋ ଯାତ୍ରା ଓଡ଼ିଶା ପରିପ୍ରେକ୍ଷୀରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ମହିଳା ଗ୍ରୁପମାନଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆଲୋଚନା କରିଥିଲେl

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ  ଆଲୋଚନା

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆଲୋଚନା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବାଲେଶ୍ବର: ମହିଳା ଶସକ୍ତି କରଣ ନାମରେ ବିଜେଡି ନିଜ ଦଳର ସଶକ୍ତି କରଣ କରୁଛି। ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାକ। ମହିଳା ସଶକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତି କରଣ କରୁଛି ବୋଲି ଭାରତ ଯୋଡୋ କାର୍ଯ୍ୟକ୍ରମ ଅବସରରେ ବାଲେଶ୍ବର ଠାରେ ଆୟୋଜିତ ମହିଳା ଗ୍ରୁପମାନଙ୍କ ଏକ ଆଲୋଚନା ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତିl

ବାଲେଶ୍ଵରରେ ଭାରତ ଯୋଡୋ ଯାତ୍ରା ଓଡ଼ିଶା ପରିପ୍ରେକ୍ଷୀରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ମହିଳା ଗ୍ରୁପମାନଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ ଆଲୋଚନା କରିଥିଲେl ମିଶନ ଶକ୍ତି ମହିଳାମାନଙ୍କୁ ଶସକ୍ତ କରିବା ପରିବର୍ତ୍ତେ ବିଜେଡ଼ି ଦଳର ଭୋଟ ବ୍ୟାଙ୍କ ସୃଷ୍ଟି କରିବା କାର୍ଯ୍ୟରେ ଲାଗିଛିl

ଅର୍ଥନୈତିକ ଓ ସାମାଜିକ ଭାବରେ ମହିଳାମାନେ ସଶକ୍ତ ହୋଇ ପାରୁନାହାଁନ୍ତିl ସେମାନଙ୍କ ପାଇଁ ପ୍ରଶିକ୍ଷଣ, ଉତ୍ପାଦନ ଭିତ୍ତିକ ପ୍ରକଳ୍ପ ପ୍ରସ୍ତୁତ କରିବା, ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ବଜାର ସୃଷ୍ଟି ଓ ସହଯୋଗ, ସେମାନଙ୍କ ସାମାଜିକ ନିରାପତ୍ତା କ୍ଷେତ୍ରରେ ମିଶନ ଶକ୍ତି ଯେ ବିଫଳ ହୋଇଛି, ଏକଥା ମହିଳାମାନେ ପ୍ରକାଶ କରିଥିଲେl

ବାଲେଶ୍ବର ଠାରେ ଆୟୋଜିତ ମହିଳା ଗ୍ରୁପମାନଙ୍କ ଏକ ଆଲୋଚନା ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ


ଉତ୍ତରରେ ଶରତ ପଟ୍ଟନାୟକ କହିଥିଲେ ଯେ ମହିଳାମାନଙ୍କୁ ବିଜେଡି ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର କରିବା ଦୁର୍ଭାଗ୍ୟଜନ। କଂଗ୍ରେସ ହିଁ ମହିଳାମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ମହିଳା ଗ୍ରୁପ ଗଠନ କାର୍ଯ୍ୟ ଆରମ୍ଭ କରିଥିଲା ଯାହା ଆଜି ପଥ ଭ୍ରଷ୍ଟ।

ବାଲେଶ୍ଵର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକ ମହିଳାମାନଙ୍କୁ ରାଜନୀତିରୁ ଉର୍ଦ୍ଧ୍ୱକୁ ଯାଇ ନିଜର ବିକାଶ ପାଇଁ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ।

କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜ୍ୟୋସ୍ନା ସେନାପତି, ପ୍ରତିମା ପଣ୍ଡା, ଅଞ୍ଜଳି ପ୍ରଧାନ, ଜୟନ୍ତୀ ନାୟକ, ପୁଷ୍ପାଞ୍ଜଳି ପଣ୍ଡା, ବର୍ଷାରାଣୀ ନାୟକ, ଦମୟନ୍ତୀ ମହାନ୍ତି, ଅଞ୍ଜଳି ପାତ୍ର, ପ୍ରିୟଙ୍କା ମିସ୍ତ୍ରୀ, ସବିତା ବାରିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେl

ଏହି କାର୍ଯ୍ୟକ୍ରମ ପୂର୍ବରୁ ବିର୍ଲା ଟାୟାର୍ସର ଛଟେଇ କର୍ମଚାରୀ ମାନଙ୍କ ସହିତ ପଟ୍ଟନାୟକ ଆଲୋଚନା କରିଥିଲେ। ବିର୍ଲା ଟାୟାର୍ସ କମ୍ପାନୀ ବନ୍ଦ ହେବା ଓ ୩୦ ମାସ ଧରି ସେମାନେ ଦରମା ନପାଇବା ଜାଣି ସେ ଘୋର ଉଦବେଗ ପ୍ରକାଶ କରିଥିଲେl ଏହି ପ୍ରସଙ୍ଗକୁ ଆସନ୍ତା ବିଧାନସଭା ଅଧିବେଶନ ବେଳେ କଂଗ୍ରେସର ବିଧାୟକମାନେ ଉପସ୍ଥାପିତ କରିବା ସହିତ ଶ୍ରମିକମାନଙ୍କ ଆନ୍ଦୋଳନ ପାଇଁ ସହଯୋଗ ଦେବେ ବୋଲି ସେ କହିଥିଲେl
Published by:Lipina Das
First published: