News18 Odia Digital
ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲର ଟ୍ରେଣ୍ଡସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି।
ଟ୍ରେଣ୍ଡସ ଖୁସିର ପର୍ବ ମାଇଁ ପୂଜା ମାଇଁ ଲୁକ୍ସ ପ୍ରତିଯୋଗିତାରେ କଟକର ନିତାଶା ସିମ୍ପଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ରାଉରକେଲାର ତନିସା ପତି ଦ୍ୱିତୀୟ ଓ ରେମୁଣାର ପ୍ରଜ୍ଞା ନାୟକ ତୃତୀୟ ପୁରସ୍କାର ଜିତିଛନ୍ତି।
ସେହିପରି ପୂଜା ସେଲିବ୍ରେସନ ରିଲ୍ସ ଓ ଭିଡିଓ ପ୍ରତିଯୋଗିତାରେ ଯାଜପୁରର ଅଭିପ୍ସା ସାମଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ସାଲେପୁରର ଶ୍ରୀଦେବୀ ବିଶ୍ୱାଳ ଦ୍ୱିତୀୟ ଓ କଟକର ସନ୍ତୋଷ ବେହେରା ତୃତୀୟ ପୁରସ୍କାର ଜିତିଛନ୍ତି।
ଏକ ବର୍ଣ୍ଣାଢ଼୍ୟ ଖୁସିର ପର୍ବ ଫିନାଲେ କାର୍ଯ୍ୟକ୍ରମରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଉପସ୍ଥିତିରେ ଖୁସିର ପର୍ବ ପ୍ରତିଯୋଗିତାର ସମସ୍ତ ଛଅ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି।

ଟ୍ରେଣ୍ଡସ ପକ୍ଷରୁ “ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ବର୍ଦ୍ଧନା
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ଉତ୍ସାହିତ କରିବା ଲାଗି ଟ୍ରେଣ୍ଡସ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଓ ଖୁସିର ପର୍ବ ପ୍ରତିଯୋଗିତା ଭଳି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା।
ଗ୍ରାହକମାନଙ୍କୁ ନିଜର ପୂଜା ଲୁକ୍ କିମ୍ବା ପୂଜା ଉତ୍ସବ ପାଳନର ଭିଡିଓ ଓ ରିଲ୍ସକୁ ଟ୍ରେଣ୍ଡସ ସହିତ ସେୟାର କରିବା ଜରିଆରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରାୟ ୧.୨୦ ଲକ୍ଷ ଟଙ୍କାର ପୁରସ୍କାର ଜିତିବାର ସୁଯୋଗ ନେବା ପାଇଁ ଆହ୍ୱାନ କରାଯାଇଥଲା। ଏଥିପାଇଁ ଦିଆଯାଇଥିବା ହ୍ୱାଟସ୍ଆପ୍ ନମ୍ବର ଓ ୱେବସାଇଟ୍ରେ ହଜାର ହଜାର ଗ୍ରାହକ ସେମାନଙ୍କ ଆବେଦନ ଦାଖଲ କରିଥିଲେ।
ଟ୍ରେଣ୍ଡସ ଭାରତରେ ବାସ୍ତବରେ ଫେସନକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାୟାର ୧ ଓ ୨ ସହର ଓ ତା’ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପାଖରେ ପହଞ୍ଚିଛି ଓ ନିଜକୁ ଭାରତର ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି।
ଟ୍ରେଣ୍ଡସ ଷ୍ଟୋର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ଓ ସେଥିରେ ରହିଥିବା ଗୁଣାତ୍ମକ ମାନର ଫେସନ ସାମଗ୍ରୀ ବିଭିନ୍ନ ଅଞ୍ଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ତାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି।
ଗ୍ରାହକମାନେ ଟ୍ରେଣ୍ଡସ ଷ୍ଟୋର୍ରେ ଟ୍ରେଣ୍ଡି ଓମେନ୍ସ ଓୟାର, ମେନ୍ସ ଓୟାର, କିଡ୍ସ ଓୟାର ଓ ଫେସନ୍ ଆସୋସୋରିଜ୍ ଆଦି ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।