ଥମିନୁ ହେତୁବାଦୀ ଓ ପରମ୍ପରାବାଦୀ ମଧ୍ୟରେ ବିବାଦ

ଭୁବନେଶ୍ୱରରେ ହେତୁବାଦୀଙ୍କୁ ମାତ ଦେବାପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଶ୍ବହିନ୍ଦୁ ପରିଷଦ। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟକୁ ନେଇ ଲିଙ୍ଗରାଜ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଆମ୍ବେଦକର ବାସୀ।

ବଢୁଛି ହେତୁବାଦୀ ଓ ପରମ୍ପରାବାଦୀ ମଧ୍ୟରେ ବିବାଦ (ପ୍ରତୀକାତ୍ମକ ଛବି)

ବଢୁଛି ହେତୁବାଦୀ ଓ ପରମ୍ପରାବାଦୀ ମଧ୍ୟରେ ବିବାଦ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ହେତୁବାଦୀ ଆଉ ପରମ୍ପରା ବାଦୀଙ୍କ ଭିତରେ ଏବେବି ବାଦ ପ୍ରତିବାଦ ଲାଗି ରହିଛି। ପୁରୀରେ ହେତୁବାଦୀଙ୍କ ବିରୋଧରେ ପରମ୍ପରାବାଦୀ ପ୍ରତିବାଦ କରିଥିବା ବେଳେ ଭୁବନେଶ୍ୱରରେ ହେତୁବାଦୀଙ୍କୁ ମାତ ଦେବାପାଇଁ ବିଶ୍ବ ହିନ୍ଦୁ ପରିଷଦ ନିଜ ବଜରଙ୍ଗ ଦଳକୁ ଶକ୍ତିଶାଳୀ କରୁଛି। ଆସନ୍ତା ୧୬ରେ ବଜରଙ୍ଗ ଦଳରେ ଅଧିକ ଯୁବକମାନଙ୍କୁ ସାମିଲ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଶ୍ବହିନ୍ଦୁ ପରିଷଦ।ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟକୁ ନେଇ ଲିଙ୍ଗରାଜ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଆମ୍ବେଦକର ବାସୀ।

ହେତୁବାଦୀଙ୍କ ଜଗନ୍ନାଥଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଓଡିଶା ମନ୍ଦିର ସେବାୟତ ସଙ୍ଘ ଓ ଶ୍ରୀମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ ଓ ବିରୋଧ ସହ  ସିଂହଦ୍ୱାର ଥାନାରେ ଏତେଲା ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାର ପଦକ୍ଷେପ ନ ନେଲେ ରାଜ୍ୟ ବ୍ୟାପି ଆନ୍ଦୋଳନ ହେବ । ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ପ୍ରସଙ୍ଗରେ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ସେବାୟତ ସଙ୍ଘ । କାରଣ ଆମ ପ୍ରଭୁ ଆମ ଧର୍ମ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟକୁ ଆଉ ସହି ହେଉନି। ଆମେ ଧର୍ମ ରକ୍ଷକ ମାନେ କଣ ଚୁପ୍ ରହିବୁ। ସଂସାରର ଧର୍ମ ରକ୍ଷକ ହେଉଛନ୍ତି ସେବାୟତ। ତେଣୁ ଭଗବାନ୍ ଆମକୁ ସେବାୟତ କୂଳରେ ଜନ୍ମ କରିଛନ୍ତି। ଆଗାମୀ ଦିନରେ ସେବାୟତ ଭାଇ ମାନେ ସମସ୍ତେ ମିଶି ଏ ଧର୍ମ ଦ୍ରୋହି ମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଡ଼ାକରା ଦେଇ ସାରା ରାଜ୍ୟରେ ହେତୁବାଦୀଙ୍କୁ ବିରୋଧ କରାଯିବ। ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ତରଫରୁ ବିଶାଳ ହେତୁବାଦି ବିରୋଧ ସମାବେଶ କରାଯିବ ବୋଲି କହିଛନ୍ତି ସେବାୟତ।

ହେତୁବାଦୀଙ୍କୁ ମାତ ଦେବାପାଇଁ ବିଶ୍ବ ହିନ୍ଦୁ ପରିଷଦ ନିଜ ଶକ୍ତି ବୃଦ୍ଧି କରୁଛି। ନିଭେମ୍ବର ୧୬ ତାରିଖରେ ବିଶ୍ବ ହିନ୍ଦୁ ପରିଷଦର ଯୁବା ସଙ୍ଗଠନ ବଜରଙ୍ଗ ଦଳ ସବୁ କାର୍ଯ୍ୟକର୍ତ୍ତାମାନେ ସକାଳ ୮ ରୁ ରାତି ୮ ଯାଏ ୧୨ ଘଣ୍ଟାର ମହାଅଭିଯାନ କରିବେ। ଲକ୍ଷ୍ୟ ହେବ ହିନ୍ଦୁ ଯୁବକ ମାନଙ୍କୁ ବଜରଙ୍ଗ ଦଳରେ ସାମିଲ କରିବା। ସଂସ୍କାର ସମ୍ପନ୍ନ ଯୁବକ,ସେବା ସମ୍ପନ୍ନ ଯୁବକ, ଧର୍ମ ସମ୍ପନ୍ନ ଯୁବକ ମାନେ ସାମିଲ ହେବେ। ଧର୍ମ, ସଂସ୍କୃତି ଐତିହ୍ୟର ବିକାଶ, କର୍ତ୍ତବ୍ୟ ବୋଧର ନିର୍ମାଣ ଯୁବକ ଙ୍କ ମଧ୍ୟରେ ହେଉ। ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ୧୨ ଘଣ୍ଟା ଧରି ବିଭିନ୍ନ ସ୍ଥାନ ବୁଲିବା ସହ ଯୁବକ ମାନଙ୍କୁ ହିତ ଚିନ୍ତକ ବନାଇବେ। ଏନେଇ ଅଧିକ ଯୁବକ ସାମିଲ ହେବାପାଇଁ ବିଶ୍ଵ ହିନ୍ଦୁ ପକ୍ଷରୁ ଆହ୍ବାନ କରାଯାଇଛି।

ନଭେମ୍ବର ୬ ରୁ ୨୦ ପର୍ଯ୍ୟନ୍ତ ସାରା ଦେଶରେ ବିଶ୍ଵ ହିନ୍ଦୁ ତରଫରୁ ହିତ ଚିନ୍ତକ ଅଭିଯାନ ଆରମ୍ଭ କରାଯାଇଛି। ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ଏହି ଅଭିଯାନ ମାଧ୍ୟମରେ ଯୋଡା ଯାଉଥିବା ସାମ୍ବାଦିକ ସମ୍ମିଳନୀରେ  ବିଶ୍ବ ହିନ୍ଦୁ ପ୍ରାନ୍ତ ସମ୍ପାଦକ ମହେଶ ସାହୁ ଭୁବନେଶ୍ୱର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି। ହେତୁବାଦୀଙ୍କ କାର୍ଯ୍ୟଧାରୀକୁ ନିନ୍ଦା କରାଯାଇଛି।

ସମାଲୋଚନା ଗଣତାନ୍ତ୍ରିକ ଉପାୟରେ କରିପାରିବେ କିନ୍ତୁ ଚରିତ୍ରକୁ ଆକ୍ଷେପ କରି ନୁହେଁ। ଆମକୁ ହେତୁବାଦୀ ବୋଲି କୁହାଯାଉଛି କିନ୍ତୁ ପ୍ରକୃତରେ ଆମେ ଆମ୍ବେଦକର ବିଚାର ଧାରାରେ ବିଶ୍ବାସ କରୁ ଓ କାର୍ଯ୍ୟ କରୁ। ସମ୍ବିଧାନକୁ ମାନୁଛୁ। ଆମେ ସାମାଜିକ କାର୍ଯ୍ୟ କରୁଛି ବୋଲି କହିଛନ୍ତି ତମନ୍ନା ଭୋଇ। ଏନେଇ ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି।
Published by:Soumya Das
First published: