ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୋଭିଡ ସ୍ଥିତିରେ ସ୍କୁଲ ଖୋଲିବା ନେଇ ବଢ଼ିଲା ଚିନ୍ତା; ନିୟମିତ ଅଧିକାରୀ କରିବେ ଯାଞ୍ଚ

କୋଭିଡ ସ୍ଥିତିରେ ସ୍କୁଲ ଖୋଲିବା ନେଇ ବଢ଼ିଲା ଚିନ୍ତା; ନିୟମିତ ଅଧିକାରୀ କରିବେ ଯାଞ୍ଚ

କୋଭିଡ ସ୍ଥିତି ଭିତରେ ସ୍କୁଲ ଖୋଲୁଥିବାରୁ ସରକାରଙ୍କୁ ଘାରିଛି ଚିନ୍ତା। ତେଣୁ ସ୍କୁଲ ଖୋଲିବା ପରେ ନିୟମିତ ଭାବେ ସମସ୍ତ ବିଷୟରେ ଯାଞ୍ଚ କରିବେ ଅଧିକାରୀ।  

କୋଭିଡ ସ୍ଥିତିରେ ସ୍କୁଲ ଖୋଲିବା ନେଇ ବଢ଼ିଲା ଚିନ୍ତା; ନିୟମିତ ଅଧିକାରୀ କରିବେ ଯାଞ୍ଚ
ସ୍କୁଲ ଖୋଲିବା ପରେ ଅଧିକାରୀମାନେ ସମସ୍ତ ତଥ୍ୟ ଯାଞ୍ଚ କରିବେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 17, 2021, 4:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଖୋଲିବ ଏକାଦଶ ଓ ୨୫ ରୁ ଖୋଲିବ ଅଷ୍ଟମ ଶ୍ରେଣୀ‌ । ପୂଜା ଛୁଟି ପରେ ଏହି ଦୁଇ ଶ୍ରେଣୀର ଅଫଲାଇନ ପାଠପଢା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।

ସ୍କୁଲ ଖୋଲିବା ପୂର୍ବରୁ ଆନୁସଙ୍ଗିକ ପ୍ରସ୍ତୁତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛି ବିଭାଗ। ଏପଟେ ସ୍କୁଲ ଖୋଲିବା ପରେ ସମ୍ପୂର୍ଣ୍ଣ ବ୍ୟବସ୍ଥାର ମନିଟର କରିବେ ଉଭୟ ସ୍ୱାସ୍ଥ୍ୟ ଓ ଗଣଶିକ୍ଷା ବିଭାଗ। ଦୀର୍ଘ ୧୮ ମାସ ପରେ ଖୋଲିବାକୁ ଯାଉଛି ସ୍କୁଲ । ସ୍କୁଲ ଖୋଲିବା ପୂର୍ବରୁ ଆନୁସଙ୍ଗିକ ପ୍ରସ୍ତୁତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି। ପଞ୍ଚାୟତରାଜ ବିଭାଗ ଓ ଗଣଶିକ୍ଷା ବିଭାଗ ସଚିବ ମିଳିତ ଭାବେ ଅଷ୍ଟମ ଓ ଏକାଦଶ ଖୋଲିବା ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।

ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟରେ ହେବ ବୈଠକ। ପଞ୍ଚାୟତରାଜ ବିଭାଗର ତୃଣମୂଳ ସଦସ୍ୟ ସହ ମିଶିବିଦ୍ୟାଳୟ ପରିଚାଳନା କମିଟି ସ୍କୁଲର ଭିତ୍ତିଭୂମିକୁ ସଜାଡ଼ିବେ। କୋଭିଡ଼ ନିୟମ ପାଳନ ସହ ସରକାର ପକ୍ଷରୁ ଜାରି ହୋଇଥିବା ଏସଓପିକୁ କିପରି କଡ଼ାକଡ଼ି ପାଳନ କରାଯିବା କାରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ସ୍କୁଲ ପରିସର ସଫେଇ ଉପରେ ଗୁରୁତ୍ୱ ଦିଆଯାଇଛି। ଡିଇଓ, ଡିପିସି ଓବିଇଓ ନିୟମ ପାଳନ ନେଇ ତଦାରଖ କରିବେ। ଓସେପାକୁ ରିପୋର୍ଟ ଦେବେ ବୋଲି ଏସଓପିରେ କୁହାଯାଇଛି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି,"ଦୀର୍ଘ ଦିନ ପରେ ସ୍କୁଲ ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ଆଗ୍ରହ ରହିଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇ ନଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।  ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବ ବିଭାଗ। ସମସ୍ତ ଶିକ୍ଷକଙ୍କୁ ପୂର୍ବରୁ ଟୀକା ନେବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଯେମିତି ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ଉପରେ ଦୃଷ୍ଟି ଦିଆଯିବ। ଶିକ୍ଷା ସହିତ ସ୍ୱାସ୍ଥ୍ୟକୁ ସମାନ ଭାବେ ଗୁରୁତ୍ୱ ଦିଆଯିବ। ଯେଉଁଠି ବି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ ସେଠାରେ ପହଞ୍ଚିବାକୁ ବ୍ୟବସ୍ଥା କରାଯିବ"।

କୋଭିଡ ପରିସ୍ଥିତି ଭିତରେ ସ୍କୁଲ ଖୋଳୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପାଇଁ ବି ଚିନ୍ତା ବଢିଛି। ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ ,ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସ୍ଥିତିର ମନିଟରିଂ କରିବେ l ସ୍କୁଲ ପିଲାଙ୍କର କଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟୀକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରିବେ ଦୁଇ ବିଭାଗ। ଅଭିଭାବକମାନେ ମଧ୍ୟ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସ୍କୁଲ ପିଲାଙ୍କୁ ଟୀକା ନେଇନଥିବାରୁ ସଂକ୍ରମଣ ଭୟ ଘାରିଛି। ବଡ଼ ଲୋକଙ୍କଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ସମସ୍ତେ ସଚେତନ ହେବା ସହ ସ୍କୁଲର ଶିକ୍ଷକ ଓ ଅଭିଭାବକ ଟୀକା ନେଇଯିବା ଜରୁରୀ। ପିଲା ମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ ବୋଲି କହିଛନ୍ତି ଡିଏମଇଟି।

ବର୍ତ୍ତମାନ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢ଼ା ଜାରି ରହିଛି। ଅଠର ମାସ ଧରି ସ୍କୁଲ ବନ୍ଦ ରହିଥିବାରୁ ପାଠପଢ଼ା କ୍ଷତିର ଭରଣା କରିବା ବିଭାଗ ପାଇଁ ହେବ ବଡ଼ ସମସ୍ୟା।
Published by: Soumya Das
First published: October 17, 2021, 4:17 PM IST