ଗୃହରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ଉଦବେଗ ପ୍ରକାଶ ପାଇଛି (ପ୍ରତୀକାତ୍ମକ ଛବି)
News18 Odia Digital
ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ଗୃହରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ଉଦବେଗ ପ୍ରକାଶ ପାଇଛି । ସ୍ବାସ୍ଥ୍ୟ ବିଭାଗର ଗୁମର ଖୋଲିଛନ୍ତି ଶାସକ ଦଳ ବିଧାୟକ ଭାଗୀରଥି ସେଠୀ ।
ସ୍ବାସ୍ଥ ବ୍ୟବସ୍ଥା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହିବ ଯାହା ନିଜ ଗାଲରେ ଚାପୁଡ଼ା ମାରିବ ତାହା ବୋଲି କହିଛନ୍ତି ବିଧାୟକ ଭାଗୀରଥି ସେଠୀ । ସ୍ବାସ୍ଥ୍ୟ ବିଭାଗରେ ଉନ୍ନତି ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଯେ ନିଜେ ଅସୁସ୍ଥ ତାର ଉଦାହରଣ ଦେଇଛନ୍ତି ବିଧାୟକ । କେବଳ ସେତିକି ନୁହଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହି କିଛି ଲାଭ ନାହିଁ ବୋଲି କହିବାକୁ ଯାଇ ବିଧାୟକ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡା ମାରିବ ତାହା ବୋଲି କଟାକ୍ଷ କରିଛନ୍ତି ।
ବିଧାୟକ ଭାଗୀରଥି ସେଠୀ ସ୍ବାସ୍ଥ୍ୟ ବିଭାଗର ନିଚ୍ଛକ ଚିତ୍ର ପଦାରେ ପକାଇଛନ୍ତି । ଆନନ୍ଦପୁର ସବ ଡିଭିଜନରେ ସ୍ବାସ୍ଥ୍ୟ ବିଭାଗର ଛବି ଅତ୍ୟନ୍ତ ଦୁଃଖଦାୟକ। ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ନାହାନ୍ତି, ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି । ତେଣୁ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଭିତ୍ତିଭୂମିକୁ ତୁରନ୍ତ ସଜଡ଼ାଯାଉ, ଆବଶ୍ୟକୀୟ ଡାକ୍ତର, ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ ବୋଲି କହିଛନ୍ତି ବିଧାୟକ ।
ଶାସକଦଳର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନଙ୍କ ପରେ ବିଧାୟକ ଭାଗୀରଥି ସେଠୀ ବିଧାନସଭାରେ ସରକାରଙ୍କୁ ସମାଲୋଚନା କରିବା ଶାସକ ଦଳକୁ ଅଡୁଆରେ ପକାଇଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।