News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆପରାଧିକ ମାମଲାର ସଂଖ୍ୟା ବଢ଼ିଚାଲିଥିବାରୁ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିଧାନ ସଭାରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି । ୨୦୧୯ ତୁଳନାରେ ୨୦୨୦ରେ ରାଜ୍ୟରେ ପ୍ରାୟ ୧୩,୦୦୦ ଅଧିକ ଆପରାଧିକ ମାମଲା ସାମନାକୁ ଆସିଛି ।
ହତ୍ୟା, ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ପରି ମାମଲାରେ ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ ପ୍ରାୟ ୧୧,୫୦୦ଟି ପୋଲିସ ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବିଭିନ୍ନ ଅଣତାରକା ପ୍ରଶ୍ନର ଉତ୍ତରରେ ଏମିତି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ ନିଜ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗୃହରେ ଉଦବେଗ ପ୍ରକାଶ କରିଥିଲେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ । ଥାନା ଓ ଫାଣ୍ଡି ଖୋଲିବା ନେଇ ସଦସ୍ୟମାନଙ୍କ ଉଦବେଗକୁ ଦେଖି ଅଧିକାରୀମାନଙ୍କ ସହ ଆଲୋଚନା କରିବାକୁ ରୁଲିଂ ଦେଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ଏହା ବି ପଢ଼ନ୍ତୁ | ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ୩ ଗିରଫବିଧାନ ସଭାରେ ବିଭିନ୍ନ ଦଳର ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ତଥ୍ୟକୁ ନେଇ ସବୁ ଦଳ ଚିନ୍ତା ବ୍ୟକ୍ତ କରିଥିଲେ । ଏହି ତଥ୍ୟ ଅନୁସାରେ ୨୦୧୯ରେ ରାଜ୍ୟରେ ୧ ଲକ୍ଷ ୨୧ ହଜାର ୫୨୫ଟି ଆପରାଧିକ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୦ରେ ହୋଇଛି ୧ ଲକ୍ଷ ୩୪ ହଜାର ୨୪୩ଟି ଆପରାଧିକ ମାମଲା । ୨୦୧୯ରେ ୨,୯୫୦ଟି ଦୁଷ୍କର୍ମ ମାମଲା ଥିବା ବେଳେ ୨୦୨୦ ଏହା ବଢି ୨,୯୮୪ରେ ପହଞ୍ଚିଛି । ୨୦୨୧ ଜୁନ୍ ସୁଦ୍ଧା ପଞ୍ଜୀକୃତ ହୋଇଛି ୧,୫୬୩ଟି ମାମଲା।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୋଏଡ଼଼ାରେ ଭଙ୍ଗାଯିବ ୪୦ ମହଲା ବିଶିଷ୍ଟ ଟ୍ବିନ୍ ଟାୱାର୍; ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ୍୨୦୧୯ରେ ନାବାଳିକା ଦୁଷ୍କର୍ମର ୧,୬୩୫ଟି ମାମଲା ଓ ୨୦୨୦ରେ ୧,୬୪୬ଟି ମାମଲା ଥିବା ବେଳେ ୨୦୨୧ ଜୁନ୍ ସୁଦ୍ଧା ୭୮୬ଟି ମାମଲା ସାମ୍ନାକୁ ଆସିଛି । ହତ୍ୟା, ଯୌତୁକଜନିତ ହତ୍ୟା, ଯୌତୁକଜନିତ ନିର୍ଯ୍ୟାତନା, ଯୌନ ଉତ୍ପୀଡ଼ନ ଓ ଆସିଡ଼ ଆଟାକ୍ ପରି ମାମଲା ୨୦୧୯ ତୁଳନାରେ ୨୦୨୦ରେ ବୃଦ୍ଧି ପାଇଛି । ଗୋଟେ ପଟେ ମାମଲା ବଢୁଥିବା ବେଳେ ପୋଲିସ ପଦବୀ ଖାଲି ପଡ଼ିଛି । ଅଗଷ୍ଟ ୧ ସୁଦ୍ଧା ୧୧,୪୫୬ଟି ପୋଲିସ ପଦ ଖାଲି ପଡ଼ିଛି । ସେଥିରେ ରହିଛି ୧୩ଟି ଆଇ.ଜି. ପଦବୀ, ୧୫ଟି ଏସ୍.ପି. ପଦବୀ, ୨୪୮ଟି ଇନ୍ସପେକ୍ଟର ପଦବୀ । ଅପରାଧ ବଢ଼ୁଥିଲେ ବି ପର୍ଯ୍ୟାପ୍ତ ଥାନା ଓ ଫାଣ୍ଡି ନ ଥିବା ଅଭିଯୋଗ କରି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଦଳ ଓ ବିରୋଧୀ ଦଳର ସଦସ୍ୟମାନେ ।
ଏହା ବି ପଢ଼ନ୍ତୁ |
କ୍ରିକେଟର୍ ଶୋଏବ୍ ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’‘‘୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ତିନୋଟି ଥାନାର ନବୀକରଣ ନେଇ ୬୦ ଜଣ ସଦସ୍ୟ ପ୍ରସ୍ତାବ ରଖିଛନ୍ତି । ସରକାର ଏ ଦିଗରେ ବିଚାର କରୁଛନ୍ତି,’’ କହିଛନ୍ତି ଗୃହ ରା ଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସଦସ୍ୟମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖିପୋଲିସ ଗୃହ ସଚିବ, ଡିଜିପି ଓ ଡିଆଜି (କ୍ରାଇମ୍ ବ୍ରାଞ୍ଚ୍)ଙ୍କୁ ଡାକି ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବିଗ୍ ବସ୍ ଫେମ୍ ବଲିଉଡ ଅଭିନେତା ଅରମାନ କୋହଲି‘‘୪୦ ଜଣ ବିଧାୟକ ବିଭିନ୍ନ ଅଞ୍ଚଳରେ ଥାନା ଓ ଫାଣ୍ଡି ପ୍ରତିଷ୍ଠା ପାଇଁ ଉଦବେଗଭରା ଆଗ୍ରହ ଜଣାଇଛନ୍ତି । ତେଣୁ ପ୍ରଶ୍ନ କାଳ ସରିବା ପରେ ଡିଜି, ଡିଆଇଜି ଓ ଗୃହ ସଚିବଙ୍କ ସହ ଆଲୋଚନା କରିବା ସହ ବିବୃତି ରଖିବା ଉଚିତ,’’ କହିଛନ୍ତି ପାତ୍ର ।
ଗୋଟେ ପଟେ ରାଜ୍ୟରେ ଅପରାଧ ବଢ଼ୁଥିବା ବେଳେ ଥାନା ଓ ପୋଲିସ କର୍ମଚାରୀଙ୍କ ଅଭାବକୁ ନେଇ ପ୍ରଶ୍ନ କାଳରେ ସରକାରଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଥିଲେ ଉଭୟ ବିରୋଧୀ ଦଳ ଓ ଶାସକ ଦଳର ସଦସ୍ୟମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।