ଭେସ୍‌ପା ସୋ ରୁମରୁ ଆରମ୍ଭ ହୋଇଥିଲା ପ୍ରେମ.. ଏବେ ୧୯ ମାସର ଛୁଆକୁ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଦିନେଶ ବିବାହର ପ୍ରତିଶ୍ରୁତି ଦେଇ ଦୀପିକାଙ୍କ ସହ ପ୍ରଥମେ ପ୍ରେମ ଓ ପରେ ଶାରିରୀକ ସମ୍ପର୍କ ରଖିଥିଲେ । ଦୀପିକା ଗର୍ଭବତୀ ହେବାରୁ ତାଙ୍କୁ ଛାଡି ଦେବାକୁ କହିଥିଲେ ।

ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

  • Share this:
News 18 Odia Digital

ବ୍ରହ୍ମପୁର; ପ୍ରେମରେ ଧୋକା ଖାଇବା ପରେ ପ୍ରେମିକ ଦୁଆରେ ଧାରଣା ଦେବା ନିତିଦିନିଆ ଘଟଣା ହେଲାଣି । ସମାଜରେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ବି ସୁଧୁରୁ ନାହାନ୍ତି ଯୁବଗୋଷ୍ଠୀ । ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି। ପ୍ରେମରେ ଧୋକା ପରେ ପ୍ରେମିକର ଘର ଦୁଆରେ ଧାରଣାରେ ବସିଛି ପ୍ରେମିକା। ବ୍ରହ୍ମପୁର ଦେଶୀବେହେରା ସାହିରେ ସ୍ତ୍ରୀର ହକ୍‌ ଦାବି କରି ଦୀର୍ଘ ୬ ଦିନ ହେଲା ଧାରଣାରେ ବସିଛନ୍ତି ମହିଳା । ଖରା, ବର୍ଷାକୁ ଖାତିର ନକରି ଦିନ, ରାତି ଧାରଣାରେ ବସି ରହିଛନ୍ତି ।

ସୂଚନା ମୁତାବକ, ଦେଶୀବେହେରା ସାହିର ଦିନେଶ ଗତ ଦୁଇ ବର୍ଷ ପୂର୍ବରୁ ଦୀପିକାଙ୍କ ସମ୍ପର୍କ ରଖିଥିଲେ । ଦିନେଶ ବିବାହର ପ୍ରତିଶ୍ରୁତି ଦେଇ ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ପରେ ଦୀପିକା ଗର୍ଭବତୀ ହେବାରୁ ତାଙ୍କୁ ଛାଡି ଦେବାକୁ କହିଥିଲେ । ଏବେ ଦୀପିକାଙ୍କର ୧୯ ମାସରେ ପୁଅଟେ ଅଛି । ତେବେ ଦୀପିକାଙ୍କ ସହ ବିବାହ ପାଇଁ ଦିନେଶ ରାଜି ନଥିବା ବେଳେ ଅନ୍ୟତ୍ର ବିବାହ ପାଇଁ ତାଙ୍କ ପରିବାର ଲୋକେ ପ୍ରଚେଷ୍ଟା କରୁଥିବାର ଅଭିଯୋଗ ଆସିଛି । ଯାହାକୁ ବିରୋଧ କରି ଦୀପିକା ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଦୀପିକାଙ୍କ ଦାବିକୁ ସମର୍ଥନ କରି ତାଙ୍କ ସହ ଧାରଣାରେ ବସି ରହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

ଭେସ୍‌ପା ସୋ ରୁମରୁ ହୋଇଥିଲା ପ୍ରଥମେ ଦେଖା । ପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ପରସ୍ପରଙ୍କ ସହ କଥା ହୋଇଥିଲେ । ଧିରେ ଧିରେ ଭଲପାଇବା ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନକୁ ଏକାଠି ବୁଲିବାକୁ ଯାଇଥିଲେ । ଦୁଇଟି ମନ ମିଶିବା ପରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ଫଳରେ ପ୍ରେମିକା ଗର୍ଭବତୀ ହୋଇଥିଲେ । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ବିବାଦ ଯାହା ସମ୍ପର୍କରେ ଟାଣିଥିଲା ଲକ୍ଷ୍ମଣରେଖା ।  ଏନେଇ ଦୀପିକା ଥାନାର ଦ୍ୱାରସ୍ଥ ହେବା ପରେ ଗିରଫ ହୋଇ ଚାରିମାସ ଜେଲ ଯାଇଥିଲେ ଦିନେଶ । ଇତିମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ପୁଅକୁ ବର୍ତ୍ତମାନ ୧୯ ମାସ ଚାଲୁଛି ।

‘‘ବର୍ତ୍ତମାନ ଦିନେଶ ଅନ୍ୟ ଏକ ସ୍ଥାନରେ ବିବାହ କରିବା ନେଇ ପ୍ରଚେଷ୍ଟା କରୁଥିବା ଜାଣିବାକୁ ପାଇଥିଲେ ଦୀପିକା । ଯାହାଫଳରେ ଦୀପିକା ବର୍ତ୍ତମାନ ଗତ ୬ ଦିନ ହେଲା ସ୍ତ୍ରୀର ହକ ଦାବି କରି ଧାରଣାରେ ବସିଛନ୍ତି । ୬ ଦିନ ହେଲା ଧାରଣାରେ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୀନେଶ କିମ୍ବା ତାଙ୍କ ପରିବାର ଲୋକେ କେହି ମଧ୍ୟ ବାହାରକୁ ବାହାରି ସମାଧାନ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ତଥାପି ମଧ୍ୟ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସେଭଳି ଦୀନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି,‘‘ ଦୀପିକା ।

ଦୀପିକାଙ୍କ ଏଭଳି ହକ ଦାବିରେ ଧାରଣାକୁ ଦେଖି ତାଙ୍କୁ ନିଜର ସମର୍ଥନ ଜଣାଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।ଗୋଟିଏ ପଟେ ମାମଲା କୋର୍ଟରେ ଚାଲୁ ରହିଥିବା ବେଳେ ଆପୋଷ ବୁଝାମଣା ଦ୍ବାରା ସମାଧାନର ପନ୍ଥା ବାହାର ନ କରି ଦିନେଶ ଓ ତାଙ୍କ ପରିବାର ଲୁଚି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି,‘‘ ସମାଜସେବୀ ପ୍ରମିଳା ତ୍ରିପାଠୀ ।
‘‘ଜଣେ ଯୁବତୀ ଏଭଳି ୬ ଦିନ ଧରି ବର୍ଷା ଖରାରେ ଦିନ ରାତି ଏକ କରି ନିଜର ଦାବି ହାସଲ କରିବା ପାଇଁ ଧାରଣା ଦେବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା । ଯଦିଓ ଦୀପିକାଙ୍କ ଗୋଟିଏ ପୁତ୍ର ସନ୍ତାନ ରହିଛି ତଥାପି ଦିନେଶ କେଉଁ ପରିସ୍ଥିତିରେ ଆସି ପୁନଃ ବିବାହ କରିବାକୁ ଚାହୁଁଛନ୍ତି ସେ ନେଇ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ । ଏହାଛଡ଼ା ଏଭଳି ନ ଲୁଚି ସାମ୍ନାକୁ ଆସି କିଭଳି ଉଭୟ ପକ୍ଷ ହେଉ ଅଥବା ଜିଲ୍ଲା ପ୍ରଶାସନ ଓ ପୋଲିସର ସହାୟତାରେ ଏହାର ସମାଧାନ ହେବ ସେ ନେଇ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି,‘‘ ସାମାଜିକ କର୍ମୀ ସବିତା ସାହୁକାର ।
Published by:Soubhagya Mishra
First published: