ମଧ୍ୟସ୍ଥି ସାଜିଛି ମାଧ୍ୟମ; ଆପୋଷ ବୁଝାମଣା ପାରିବାରିକ ବିବାଦର ହେଉଛି ସମାଧାନ

ଜୁଲାଇ ମାସରେ ସମୁଦାୟ ୨୫ଟି ଅଭିଯୋଗ ପଞ୍ଜୀକରଣ କରାଯାଇଛି । ସେଥିମଧ୍ୟରୁ  ୧୫ଟି ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇ ପାରିଛି । ଯେଉଁଥିରେ ୪ଜଣ ପିଡ଼ିତାଙ୍କୁ ଡାକ୍ତରୀ ସୁବିଧା ଓ ୨ଜଣଙ୍କୁ ଆଇନର ସହାୟତା ଯୋଗାଇ ଦିଆଯାଇଛି ।

ମଧ୍ୟସ୍ଥି ସାଜିଛି ମାଧ୍ୟମ; ଆପୋଷ ବୁଝାମଣା ପାରିବାରିକ ବିବାଦର ହେଉଛି ସମାଧାନ

ମଧ୍ୟସ୍ଥି ସାଜିଛି ମାଧ୍ୟମ; ଆପୋଷ ବୁଝାମଣା ପାରିବାରିକ ବିବାଦର ହେଉଛି ସମାଧାନ

  • Share this:
News 18 Odia Digital

ଭୁବନେଶ୍ୱର; ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର  'ମାଧ୍ୟମ' ରେ ଗତ ଜୁଲାଇ ମାସରେ ସମୁଦାୟ ୨୫ଟି ଅଭିଯୋଗ ପଞ୍ଜୀକରଣ କରାଯାଇଛି । ସେଥିମଧ୍ୟରୁ  ୧୫ଟି ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇପାରିଛି । ଯେଉଁଥିରେ ୪ଜଣ ପିଡ଼ିତାଙ୍କୁ ଡାକ୍ତରୀ ସୁବିଧା ଓ ୨ଜଣଙ୍କୁ ଆଇନର ସହାୟତା ଯୋଗାଇ ଦିଆଯାଇଛି । ଏପ୍ରିଲ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ ୭୫ଟି ମାମଲାର କାଉନସେଲିଂ କରାଯାଇଛି । ସେଥିମଧ୍ୟରୁ ୪୮ଟି ମାମଲା ସମାଧାନ ହୋଇଥିବା ଜଣା ପଡ଼ିଛି ।

୨୦୧୪ ମସିହା ସେପ୍ଟେମ୍ବର ୩ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା "ମାଧ୍ୟମ" । ନିଜ ପରିବାର , ସମାଜ ତଥା କାର୍ଯ୍ୟସ୍ଥଳୀରେ ସମ୍ମୁଖୀନ ହେଉଥିବା ଶାରୀରିକ , ମାନସିକ ଓ ସାମାଜିକ ନିର୍ଯାତନା , ଘରୋଇ ହିଂସା , ଯୌନ ନିର୍ଯାତନା , ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ କ୍ଷେତ୍ରରେ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରହିଛି ।

ଭୁବନେଶ୍ୱରରେ ଥିବା ଏହି ସଂସ୍ଥା ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳାଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖିଛି । ଯେଉଁ ମହିଳା ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହିଁଛନ୍ତି " ମାଧ୍ୟମ " ସେମାନଙ୍କର ସମସ୍ୟା ବୁଝି ସମାଧାନର ରାସ୍ତା ବାହାର କରିବାକୁ ଯଥା ସମ୍ଭବ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ମଧ୍ୟ ହାସଲ କରିଛି । ଏପରିକି " ମାଧ୍ୟମ "ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀ ମାନେ ପୀଡିତା ମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଆସି ଏବଂ କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ପୀଡ଼ିତାଙ୍କ ସମସ୍ତ ସୁବିଧା ଅସୁବିଧା ବୁଝିଥିଲେ ।

ଏହି ସଂସ୍ଥା ଦ୍ୱାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ମଧ୍ୟ ସମାଧାନର ରାସ୍ତା ବାହର କରି ଏହି ଟିମ୍ ଅନେକ ପ୍ରଶଂସା ସାଉଁଣ୍ଟିଛି ।
Published by:Soubhagya Mishra
First published: