News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର (OSSC) କୋଟିପତି କର୍ମଚାରୀ ବିରଞ୍ଚି ନାରାୟଣ ସାହୁ ଗିରଫ ହୋଇ ଜେଲ୍ ଯିବା ପରେ ପୂର୍ବରୁ କମିଶନ୍ ଦ୍ୱାରା ଆୟୋଜିତ ଚାକିରି ପାଇଁ ଚୟନ ପରୀକ୍ଷାରେ ହୋଇଥିବା ଜାଲିଆତି କେଳେଙ୍କାରୀର ଗୁମର ଫିଟିବା ଆରମ୍ଭ କରିଛି । ୨୦୧୦ ମସିହାରେ ଜୁନିଅର୍ ଆସିଷ୍ଟାଣ୍ଟ୍ ନିଯୁକ୍ତିରେ କେମିତି କେଳେଙ୍କାରୀ ହୋଇଥିଲା ସେ ବିଷୟରେ ଅଭିଯୋଗ ନେଇ ଚିନ୍ମୟ ରାଉତ ନାମକ ଜଣେ ପରୀକ୍ଷାର୍ଥୀ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ।
୨୦୧୦ ମସିହାରେ ଓ.ଏସ୍.ଏସ୍.ସି.ରେ ଜୁନିଅର୍ ଆସିଷ୍ଟାଣ୍ଟ୍ ନିଯୁକ୍ତି ପାଇଁ ୩୦୦ ପୋଷ୍ଟ ବାହାରିଥିଲା । ପରୀକ୍ଷାର କଟ୍-ଅଫ୍ ମାର୍କ ଥିଲା ୧୭୫ ନମ୍ବର । ହେଲେ ପରବର୍ତ୍ତୀ ସମୟରେ ଜଣାପଡି଼ଥିଲା ଯେ କଟ୍-ଅଫ୍ ମାର୍କଠାରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀମାନେ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଥିରେ କମିଶନର ଜଣେ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଥିବା ବିରଞ୍ଚି ସାହୁଙ୍କ ଭୂମିକା ରହିଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…“ମୁଁ ୨୦୧୦ରେ ଜୁନିଅର୍ ଆସିଷ୍ଟାଣ୍ଟ୍ ପାଇଁ ପରୀକ୍ଷା ଦେଇଥିଲି । କଟ୍-ଅଫ୍ ମାର୍କରୁ ମୁଁ ଅଧିକ ନମ୍ବର ରଖିଥିଲି । ମୋ’ଟ ୧୭୭.୨୫ ନମ୍ବର ରଖି ବି ମୁଁ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିଲି । ପରେ ଆର୍.ଟି.ଆଇ.ରେ ତଥ୍ୟ ମାଗିଥିଲି ଓ ସେଥିରୁ ଜାଣିବାକୁ ପାଇଥିଲି ଯେ ମୋ’ ଠାରୁ କମ୍ ନମ୍ବର ରଖିଥିବା ପରୀକ୍ଷାର୍ଥୀମାନେ ଚାକିରି ପାଇଛନ୍ତି । ପରେ ଏ ନେଇ ତତ୍କାଳୀନ ଓ.ଏସ୍.ଏସ୍.ସି. ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲି । ହେଲେ କୌଣସି ଫଳ ମିଳି ନ ଥିଲା,” କହିଛନ୍ତି କେନ୍ଦ୍ରାପଡ଼ା ବାସିନ୍ଦା ଚିନ୍ମୟ ରାଉତ ।

ଓଡି଼ଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର
ଏହା ବି ପଢ଼ନ୍ତୁ | ଶାହ ଓ ନଡ୍ଡାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିୟୋ କହିଲେ ସେ MP ରହିବେ, ହେଲେ ରାଜନୀତି ଛାଡ଼ିଦେବେସେତେବେଳେ ମଧ୍ୟ ବିରଞ୍ଚି ସାହୁ ସେହି ଅଫିସରେ କାମ କରୁଥିଲେ । ‘‘ଏବେ ଯେହେତୁ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି, ତାଙ୍କ ବିରୋଧରେ ଭିଜିଲାନ୍ସ ପାଖରେ ମୁଁ ଅଭିଯୋଗ କରିଛି । ମୋ’ ପରି ଅନେକ ଯୋଗ୍ୟ ଯୁବକ ଯୁବତୀ ସେତେବେଳେ ଚାକିରିରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହା ଉପରେ ତଦନ୍ତ କରାଯାଉ ବୋଲି ମୁଁ ଓ ମୋ’ ପରି ଅନ୍ୟମାନେ ଦାବି କରୁଛୁ,’’ କହିଛନ୍ତି ଚିନ୍ମୟ ରାଉତ ।
ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ର ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁବିରଞ୍ଚିଙ୍କ ବିରୋଧରେ ଅଭିଯୋଗ ବଢ଼ୁଥିବା ବେଳେ ତାଙ୍କ କଥିତ କଳା ଧନ ଆମଦାନୀ ପ୍ରକ୍ରିୟା ବିଷୟରେ ପ୍ରମାଣ ଯୋଗାଡ଼ କରୁଛି ଭିଜିଲାନ୍ସ ଟିମ୍ । ମଙ୍ଗଳବାର ଦିନ ଓଡି଼ଶା ଷ୍ଟାଫ୍ ସିଲେକ୍ସନ କମିଶନ୍ ଅଫିସରେ ଭିଜିଲାନ୍ସର ଦୁଇ-ଜଣିଆ ଟିମ୍ ପହଞ୍ଚି ଛାନଭିନ୍ କରିଛି । ଓ.ଏସ.ଏସ.ସି. ଅଧ୍ୟକ୍ଷଙ୍କୁ ଏହି ମାମଲାର ବିଭିନ୍ନ ଦିଗ ଉପରେ ସେମାନେ ପଚରାଉଚରା ମଧ୍ୟ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଶ୍ୱେତା ତିୱାରୀ ଗରମାଗରମ୍ ପୋଜ୍ ଦେଇ ଫଟୋ ଉଠାଇଲେ; ତାଙ୍କ ଝିଅ କହିଲା, ‘‘ମା’, ତୁମେ ସାହସୀ’’“ଭିଜିଲାନ୍ସର ଦୁଇ ଜଣ ଡି.ଏସ୍.ପି. ରାଙ୍କର ଅଧିକାରୀ ଆମ ଅଫିସକୁ ଆସିଥିଲେ । ଯେହେତୁ ମୁଁ ଅଧ୍ୟକ୍ଷ, ମୋତେ କିଛି ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ମାଗିଥିଲେ । ମୁଁ ଭିଜିଲାନ୍ସକୁ ସବୁ ପ୍ରକାର ସହଯୋଗ କରୁଛି । ଭିଜିଲାନ୍ସ ଯେତେବେଳେ ଯେଉଁ କାଗଜପତ୍ର ମାଗୁଛି ଆମେ ଯୋଗାଇ ଦେଉଛୁ,” କହିଛନ୍ତି ଓଡି଼ଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲାସେ କହିଛନ୍ତି ଯେ ୨୦୧୦ ମସିହାରେ କିଏ ଅଧକ୍ଷ୍ୟ ଥିଲେ ତାହା ସେ ଜାଣି ନାହାନ୍ତି । ‘‘ସେତେବେଳେ କ’ଣ ପରୀକ୍ଷା ହୋଇଥିଲା ଓ କ’ଣ ଅଭିଯୋଗ ହୋଇଥିଲା ତାହା ଉପରେ କୌଣସି ଟିପ୍ପଣୀ ଦେବା ମୋ’ ପାଇଁ ଠିକ୍ ହେବ ନାହିଁ । ଭିଜିଲାନ୍ସ ସେ ସବୁ ଦିଗ ଉପରେ ଯଦି ତଦନ୍ତ କରେ ଆମେ ସହଯୋଗ କରିବୁ,’’ କହିଛନ୍ତି ମିଶ୍ର ।
ଚିନ୍ମୟ ରାଉତଙ୍କ ଅଭିଯୋଗ ପରେ ଓ.ଏସ୍.ଏସ୍.ସି. ଦ୍ୱାରା ହୋଇଥିବା ନିଯୁକ୍ତିରେ ଜାଲିଆତିକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ଏହି ଜାଲିଆତିରେ ଓ.ଏସ୍.ଏସ୍.ସି.ର କର୍ମଚାରୀ ଓ ଅଧିକାରୀମାନେ ସାମିଲ୍ ରହିଥିବା ନେଇ ଅଭିଯୋଗ ବି ବଢୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।