ଚମକିବ ବିଜୁଳି? କାଲି ଠାରୁ ସେସୁ (CESU)ର ପରିଚାଳନା ଦାୟିତ୍ବ ଟାଟା ପାୱାର ହାତରେ

ସେସୁର ବିକ୍ରି ପଛରେ ଅନିୟମିତତା ଥିବା ସନ୍ଦେହ କରି ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ କହିଛି ଯେ ୨୬ ତାରିଖରେ ବିକ୍ରି ପ୍ରକ୍ରିୟା ସରିଥିଲା, କିନ୍ତୁ ବହୁ ଦିନ ଆଗରୁ ଟାଟା ପାୱାର ନିଜ ନୂଆ ପ୍ରକଳ୍ପ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇସାରିଥିଲା ।

ସେସୁର ବାକି ପଡିଥିବା ପାୟ ୨୦୦ କୋଟି ଟଙ୍କାର ବକେୟା ବିଲକୁ ଏହି ନୂଆ କମ୍ପାନୀ ଆଦାୟ କରିବ ।

ସେସୁର ବାକି ପଡିଥିବା ପାୟ ୨୦୦ କୋଟି ଟଙ୍କାର ବକେୟା ବିଲକୁ ଏହି ନୂଆ କମ୍ପାନୀ ଆଦାୟ କରିବ ।

  • Share this:
News18 Odia Digital

ଭୁବନେଶ୍ୱର: ଲମ୍ବା ପ୍ରତୀକ୍ଷା ଓ ପ୍ରକ୍ରିୟା ପରେ ଶେଷରେ ସରିଲା ସେସୁ (Central Electricity Supply Unit, CESU)ର ବିକ୍ରି ପ୍ରକ୍ରିୟା। ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀ ସେସୁ ୟୁଟିଲିଟିକୁ କିଣିଲା ଟାଟା ପାୱାର (Tata Power) କମ୍ପାନୀ। ସେସୁ ୟୁଟିଲିଟିର ୫୧ ପ୍ରତିଶତ ଅଂଶଧନକୁ ୧୭୮.୫୦ କୋଟି ଟଙ୍କାରେ କିଣିଲା ଟାଟା ପାୱାର କମ୍ପାନୀ ଲିମିଟେଡ଼ । ଜୁନ ପହିଲାରୁ ଆନୁଷ୍ଠାନିକ ଭାବେ ସେସୁ ୟୁଟିଲିଟିର ପରିଚାଳନା ଦାୟିତ୍ବ ନେବ ଟାଟା ପାୱାର ଦ୍ୱାରା ପରିଚାଳିତ ଓ ନୂଆ କରି ଗଠିତ ହୋଇଥିବା କମ୍ପାନୀ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ବା ଟିପିସିଓଡିଏଲ (TPCODL)।

ସୂଚନା ଅନୁସାରେ ଜୁନ ପହିଲାରୁ ଦାୟିତ୍ୱ ନେବା ପରେ ନବଗଠିତ କମ୍ପାନୀ ଟିପିସିଓଡିଏଲରେ ଟାଟା ପାୱାର କମ୍ପାନୀ ଲିମିଟେଡ଼ର ୫୧ ପ୍ରତିଶତ ଅଂଶଧନ ରହିବାକୁ ଥିବା ବେଳେ ମୂଳ କମ୍ପାନୀ ଗ୍ରୀଡକୋର ରହିବ ୪୯ ପ୍ରତିଶତ ଅଂଶଧନ।  ବିଭିନ୍ନ କାର୍ଯ୍ୟକ୍ରମ ସହିତ ସେସୁର ବାକି ପଡିଥିବା ୨୦୦ କୋଟିର ବକେୟା ଦେୟ ମଧ୍ୟ ଆଦାୟ କରିବ ଟିପିସିଓଡିଏଲ  ।

‘‘ବିଦ୍ୟୁତ ନିୟମ ୨୦୦୩ର ଧାରା ୨୨ ଅନୁସାରେ ୨୦୦୬ରେ ଗଠିତ ହୋଇଥିଲା ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀ ସେସୁ। ସେବେ ଠାରୁ ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ ଅଧୀନରେ ପରିଚାଳିତ ହୋଇ ଆସୁଥିଲା ସେସୁ। ନିୟମ ଅନୁସାରେ ଲମ୍ବା ସମୟ ଧରି ଓଇଆରସି କୌଣସି ୟୁଟିଲିଟି କମ୍ପାନୀ ପରିଚାଳନା ଦାୟିତ୍ବରେ ରହିପାରିବ ନାହିଁ। ତେଣୁ ୨୦୧୭ ମସିହାରେ ଏହାର ବିକ୍ରି ପାଇଁ ଉଦ୍ୟମ ହେଉଥିଲେ ମଧ୍ୟ ଏକାଧିକ ଗ୍ରାହକ ମିଳୁ ନ ଥିଲେ,’’ କହିଛନ୍ତି ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ (OERC)ର ସଚିବ ପ୍ରିୟବ୍ରତ ପଟ୍ଟନାୟକ ।

ନବଗଠିତ କମ୍ପାନୀ ଟିପିସିଓଡିଏଲରେ ଟାଟା ପାୱାର କମ୍ପାନୀ ଲିମିଟେଡ଼ର ୫୧ ପ୍ରତିଶତ ଅଂଶଧନ ରହିବ ।


ଶେଷରେ ଏକ ମାତ୍ର ଆବେଦନକାରୀ କମ୍ପାନୀ ଭାବେ ସେସୁକୁ ଟାଟା ପାୱାରକୁ ବିକ୍ରି କରିବା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଥିଲା ବୋଲି ସେ କହିଛନ୍ତି । ଏଥି ସହିତ ଏକ ନୂଆ କମ୍ପାନୀ ଗଠନ କରି ପରିଚାଳନା ଦାୟିତ୍ବ ଦିଆଯିବାକୁ ବି ନିଷ୍ପତ୍ତି ହୋଇଥିଲା ।

ବିକ୍ରି ଚୁକ୍ତିନାମା ଅନୁସାରେ ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ଏଟି ଆଣ୍ଡ ସି କ୍ଷତି ଭରଣା କରିବାକୁ ଉଦ୍ୟମ କରିବ ଏହି ନୂଆ କମ୍ପାନୀ । ପରବର୍ତ୍ତୀ ୩ ବର୍ଷ ଓ ୫ ବର୍ଷରେ ଏହାର ସମୀକ୍ଷା କରିବେ ଆୟୋଗ।  ସେସୁର ବାକି ପଡିଥିବା ପାୟ ୨୦୦ କୋଟି ଟଙ୍କାର ବକେୟା ବିଲକୁ ଏହି ନୂଆ କମ୍ପାନୀ ୨୦୨୫ ଭିତରେ ଆଦାୟ କରିବ ଓ ଏଥି ପାଇଁ ଏହି କମ୍ପାନୀକୁ କିଛି ପ୍ରୋତ୍ସାହନ ରାଶି ମିଳିବ। ସେସୁରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ ନୂଆ କମ୍ପାନୀର କର୍ମଚାରୀ ଭାବେ ମାନ୍ୟତା ମିଳିବ। କୌଣସି ସେସୁ କର୍ମଚାରୀଙ୍କୁ ନୂଆ କମ୍ପାନୀରେ ମୂଳ ପାହ୍ୟାରୁ କମ ପାହ୍ୟା ମିଳିବ ନାହିଁ।

ସେସୁ ବିକ୍ରି ନିଷ୍ପତ୍ତିକୁ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ । ‘‘ସେସୁର ଏମିତି ବିକ୍ରିକୁ ନେଇ ସନ୍ଦେହ ଉପୁଜୁଛି । ଟେଣ୍ଡର ପ୍ରକ୍ରିୟାରେ ନିରପେକ୍ଷତା ନ ଥିବା ସନ୍ଦେହ ହେଉଛି । ଏହାର କାରଣ ହେଲା ଗତ ୨୬ ତାରିଖରେ ବିକ୍ରି ପ୍ରକ୍ରିୟା ସରିଥିବା ଓଇଆରସି ପକ୍ଷରୁ କୁହାଯାଇଥିବା ବେଳେ ଏହାର ଯଥେଷ୍ଟ ଆଗରୁ ଟାଟା ପାୱାର ନିଜର ନୂଆ ପ୍ରକଳ୍ପ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇସାରିଥିଲା । ଏହା ପ୍ରମାଣ କରୁଛି ଏଥିରେ କିଛି ଅନିୟମିତତା ଅଛି, ଯାହାର ତଦନ୍ତ ହେବା ଉଚିତ। ନୂଆ କମ୍ପାନୀ ଆଳରେ ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ପଡ଼ିଲେ ଏହାକୁ ବିରୋଧ କରାଯିବ,’’ କହିଛନ୍ତି ମହାସଙ୍ଘର ସଭାପତି ରମେଶ ଶତପଥୀ ।

ଏହା ବି ପଢ଼ନ୍ତୁ: 

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: