ପୁରୀ: ପାଣି ପାଇପ ସଂଯୋଗକୁ ନେଇ ତେଣ୍ଟା ଓ ଟାଙ୍ଗିଆରେ ଆକ୍ରମଣ; ୨ ଜଣଙ୍କ ମୃତ୍ୟୁ, ୭ ଆହତ

ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ଗାଁରେ ଉତ୍ତେଜନା ଆଶଙ୍କା କରି ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ୧୭ ଜଣ ଗ୍ରାମବାସୀଙ୍କୁ ଅଟକ ରଖିଛି ।

ପୁରୀ: ପାଣି ପାଇପ ସଂଯୋଗକୁ ନେଇ ତେଣ୍ଟା ଓ ଟାଙ୍ଗିଆରେ ଆକ୍ରମଣ; ୨ ଜଣଙ୍କ ମୃତ୍ୟୁ, ୭ ଆହତ
ଆହତ ଲୋକମାନଙ୍କ ମଧ୍ୟରେ କିଛି ମହିଳା ବି ଅଛନ୍ତି ।
  • News18 Odia
  • Last Updated: October 12, 2020, 2:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପିପିଲି: ସାମାନ୍ୟ ପାଣି ପାଇପ ସଂଯୋଗକୁ ନେଇ ଗୋଷ୍ଠୀ ସଙ୍ଘର୍ଷ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ଘଟଣା ଘଟିଛି ପୁରୀ ବ୍ରହ୍ମଗିରି ଖଜୁରିଆର ଡିମ୍ବିରିସେଣାରେ । ଦୁଇ ଗୋଷ୍ଠୀର ତେଣ୍ଟା ଓ ଟାଙ୍ଗିଆ ସାହାଯ୍ୟରେ ହୋଇଥିବା ଆକ୍ରମଣରେ ଉଭୟ ପକ୍ଷରୁ ଜଣେ ମୃତ୍ୟୁ ବରଣ କରିଛନ୍ତି ଓ ସାତ ଜଣ ଆହତ ହୋଇଛନ୍ତି ।

ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ୧୭ ଜଣଙ୍କୁ ଅଟକ ରଖିଛି । ଗୋଷ୍ଠୀ ସଙ୍ଘର୍ଷ ପରେ ଗାଁରେ ଉତ୍ତେଜନା ଆଶଙ୍କା କରି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ଓ ଗ୍ରାମବାସୀମାନଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଗାଁର କାଳିଆ ଭୋଇ ତାଙ୍କ ଘର ପର୍ଯ୍ୟନ୍ତ ପାଣି ପାଇପ ସଂଯୋଗ କରିବା ବେଳେ ସୁରେନ୍ଦ୍ର ଭୋଇଙ୍କ ରାସ୍ତା ଦେଇ ପାଇପ୍‌ ନେଇଥିବାରୁ ଆରମ୍ଭ ହୋଇଥିଲା ଅସନ୍ତୋଷ । ରବିବାର ସକାଳେ ପୁଣି ଥରେ ପାଇପ ସଂଯୋଗ ଚାଲିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ତେଣ୍ଟା, ଟାଙ୍ଗିଆରେ ହୋଇଥିଲା ଆକ୍ରମଣ ।

ପୁରୀ ହସପିଟାଲକୁ ନିଆଯାଉଥିବା ବେଳେ ବାଟରେ ସୁରେନ୍ଦ୍ର ଭୋଇ ମୃତ୍ୟୁ ବରଣ କରିଥିଲେ ।


ଏହି ଆକ୍ରମଣରେ ଉଭୟ ସୁରେନ୍ଦ୍ର ଓ କାଳିଆଙ୍କ ମୃତ୍ୟୁ ହୋଇଥିଲା। କାଳିଆଙ୍କର ଜଣେ ସମର୍ଥକ ତେଣ୍ଟା ଭୁସିବାରୁ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପୁରୀ ହସପିଟାଲକୁ ନିଆଯାଉଥିବା ବେଳେ ବାଟରେ ସେ ମୃତ୍ୟୁ ବରଣ କରିଥିଲେ ।

ପାଲଟା ଜବାବରେ ସୁରେନ୍ଦ୍ରଙ୍କ ପରିବାର ସଦସ୍ୟମାନଙ୍କ ଦ୍ୱାରା ହୋଇଥିବା ଟାଙ୍ଗିଆ ମାଡ଼ରେ କାଳିଆ ଆଖି ବୁଜିଥିଲେ ବୋଲି ଅଭିଯୋଗ ହୋଇଛି । ଘଟଣାରେ ଉଭୟ ପକ୍ଷରୁ ତିନି ଜଣ ମହିଳାଙ୍କ ସମେତ ମୋଟ ସାତ ଜଣ ଆହତ ହୋଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି ।

ପୁରୀ ସଦର ଏସଡିପିଓ କିଶୋର ମୁଣ୍ଡ ଘଟଣା ସ୍ଥଳରେ ପହଞ୍ଚୁଛନ୍ତି ।


‘‘ଏମାନଙ୍କ ଉପରେ ପୂର୍ବରୁ ରାଗ ରଖି ଗାଁ ଲୋକମାନେ ଏମାନଙ୍କ ଉପରେ ବହୁତ ଅତ୍ୟାଚାର କରନ୍ତି । ପାଣି ପାଇପ୍‌ ଓ ରାସ୍ତା ନେଇକି ଅନେକ ରାଜନୀତି ହୋଇଛି । ମୁଁ ପ୍ରଶାସନକୁ ହାତ ଯୋଡ଼ି ଅନୁରୋଧ କରୁଛି ଯେ ସେହି ଦୁଇ ଜଣଙ୍କୁ ମାରିଥିବା ଲୋକଙ୍କୁ କଠୋରତମ ସଜା ଦିଆଯାଉ,’’ କହିଛନ୍ତି ଜଣେ ଗ୍ରାମବାସୀ ସତ୍ୟମ ଦାଶ ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | ଅନୁଷ୍କା ଓ ବିରାଟଙ୍କ ବିଷୟରେ ୟେ କ’ଣ କହିପକାଇଲେ ଗାଭାସ୍କରସବୁଠି ଚର୍ଚ୍ଚାଅନୁଷ୍କା ଖପା

ଗୋଷ୍ଠୀ ସଙ୍ଘର୍ଷ ପରେ ପୋଲିସ ଗାଁରେ ପହଞ୍ଚି ଉଭୟ ପକ୍ଷରୁ ୧୫ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଅପ୍ରୀତିକର ସ୍ଥିତି ଆଶଙ୍କାରେ ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ଯେ କେହି ବି ସମ୍ପୃକ୍ତି ଥିବ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ସଦର ଏସଡିପିଓ କିଶୋର ମୁଣ୍ଡ ।



‘‘ଆମେ ଉଭୟ ପକ୍ଷରୁ ଅଭିଯୋଗ ପାଇଛୁ । ଆମେ ଉଭୟ ପକ୍ଷରୁ ୧୨-୧୩ ଜଣଙ୍କୁ ଡିଟେନ୍‌ କରି ରଖିଛୁ । ସେମାନଙ୍କ ଭିତରୁ କିଛି ହସପିଟାଲରେ ଆଡମିଟ୍‌ ହୋଇଛନ୍ତି । ସେମାନଙ୍କର ମଥାରେ ଆଘାତ ଲାଗିଛି । ଆମେ ସବୁ ଦିଗ ଭିତରକୁ ଧ୍ୟାନ ଦେଇ ତଦନ୍ତ ଆରମ୍ଭ କରିଛୁ,’’ କହିଛନ୍ତି ଏସଡିପିଓ କିଶୋର ମୁଣ୍ଡ ।
Published by: Anand Shankar Thankur Das
First published: October 12, 2020, 2:34 AM IST
corona virus btn
corona virus btn
Loading