News18 Odia Digital
ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍ (Petrol-Diesel Price) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ତୈଳ ଦର ବୃଦ୍ଧିକୁ ନେଇ ବିରୋଧୀ ଦଳ ମଧ୍ୟ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏଥି ସହିତ ସାଧାରଣ ଲୋକମାନେ ମଧ୍ୟ କେବେ ସରକାର ଦର ହ୍ରାସ କରିବେ ବୋଲି ପ୍ରଶ୍ନ କରୁଛନ୍ତି । ଏହି ତୈଳ ଦର ବୃଦ୍ଧି ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପ୍ରଧାନ କହିଛନ୍ତି ଯେ ସେ ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶଗୁଡିକୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ କହିଛନ୍ତି ଯାହା ଦ୍ୱାରା ଭାରତୀୟ ଗ୍ରାହକମାନେ ଇନ୍ଧନ ଦର ବୃଦ୍ଧିରୁ ମୁକ୍ତି ପାଇପାରିବେ ।
ଅଧିକ ଚାହିଦା ଯୋଗୁଁ ତେଲ ଦର ବୃଦ୍ଧି ପାଉଛିବାରାଣାସୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲରେ କରୋନା ଭୂତାଣୁ ମହାମାରୀ ଯୋଗୁଁ ଚାହିଦା ହ୍ରାସ ପାଇଥିବାରୁ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଧିକ ରୋଜଗାର କରିବା ଉଦ୍ଦେଶ୍ୟରେ ଏହି ଦେଶଗୁଡ଼ିକ କମ୍ ଇନ୍ଧନ ଉତ୍ପାଦନ କରୁଛନ୍ତି । ଇନ୍ଧନ ଉତ୍ପାଦନ ହ୍ରାସ ପାଉଥିବାବେଳେ । ଏହି ସମୟରେ ଇନ୍ଧନର ଚାହିଦା ବୃଦ୍ଧି ପାଇଛି । ଏହାର କାରଣ ହେଉଛି ବର୍ତ୍ତମାନ କରୋନା ଭୂତାଣୁ ମହାମରୀ ଅବସ୍ଥା ପୂର୍ବ ଭଳି ନ ଥିଲେ ମଧ୍ୟ ଏହାର ଚାହିଦା ବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି ।
ଏପ୍ରିଲ ସୁଦ୍ଧା ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛିଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦାମ୍ ବିଷୟରେ ପଚରାଯିବାରୁ ପ୍ରଧାନ କହିଛନ୍ତି ଯେ ଏହାର ଆକଳନ କରାଯାଇପାରିବ ନାହିଁ । କିନ୍ତୁ ରନ୍ଧନ ଗ୍ୟାସ, ଡିଜେଲ ଓ ପେଟ୍ରୋଲର ଦାମ୍ ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ହ୍ରାସ ହୋଇପାରେ ।
ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶୀତ ସିଜିନ ଶେଷ ହେବା ମାତ୍ରେ ତେଲର ଦର ହ୍ରାସ ପାଇବ । ଚାହିଦା ବୃଦ୍ଧି ଯୋଗୁଁ ଦର ଅଧିକ ବୋଲି ସେ କହିଛନ୍ତି । ଏହା ପ୍ରାୟତଃ ଶୀତଦିନେ ହୋଇଥାଏ । ଖୁବ ଶୀଘ୍ର ଦର ହ୍ରାସ ପାଇବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।