ରାଜ୍ୟରେ PG ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ମୋ’ଟ ୧୪,୭୦୦ଟି PG ସିଟ୍ ପାଇଁ ପରୀକ୍ଷା ଦେବେ ୬୦,୧୮୯ ଜଣ ଛାତ୍ରଛାତ୍ରୀ । ଯେଉଁ ପରୀକ୍ଷାର୍ଥୀଙ୍କର ଥଣ୍ଡା, କାଶ ବା ଜ୍ୱର ଭଳି ଲକ୍ଷଣ ଥିବ ସେମାନେ ଆଇସୋଲେସନ ରୁମରେ ପରୀକ୍ଷା ଦେବେ ।

ରାଜ୍ୟରେ PG ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ
ପିଜି ଆଡମିଶନ ପାଇଁ କାଉନସେଲିଂ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: October 9, 2020, 6:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ପିଜି ନାମଲେଖା ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା (କମନ ଏଣ୍ଟ୍ରାନ୍ସ) । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଏହି ପ୍ରବେଶିକା ପରୀକ୍ଷା । ରାଜ୍ୟର ୨୬ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ। କରୋନା କଟକଣା ଭିତରେ ହେବ ପରୀକ୍ଷା । କୋଭିଡ ଲକ୍ଷଣ ଥିବା ଛାତ୍ରଛାତ୍ରୀମାନେ ଆଇସଲେସନ ରୁମରେ ପରୀକ୍ଷା ଦେବେ । ନଭେମ୍ବର୭ରେ ପ୍ରକାଶ ପାଇବ ମେରିଟ ଲିଷ୍ଟ ।

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ମୋ’ଟ ୧୪,୭୦୦ଟି ପିଜି ସିଟ ପାଇଁ ପରୀକ୍ଷା ଦେବେ ୬୦,୧୮୯ ଜଣ ଛାତ୍ରଛାତ୍ରୀ । ତିନୋଟି ସିଟିଂରେ ହେବ ପରୀକ୍ଷା । ପ୍ରତି ବିଷୟ ପାଇଁ ୧ ଘଣ୍ଟା ୩୦ ମିନିଟ ସମୟ ରହିବ । ପ୍ରଥମ ସିଟିଂ ସକାଳ ୧୦ଟାରୁ  ୧୧.୩୦, ଦ୍ଵିତୀୟ ସିଟିଂ ୧୨ଟା ୩୦ରୁ ୨ଟା ଓ ତୃତୀୟ ସିଟିଂ ୩ଟା ରୁ ୪.୩୦ ପର୍ଯ୍ୟନ୍ତ ହେବ । ୭୦ ନମ୍ବରର ମଲ୍ଟିପୁଲ ଚଏସ ପରୀକ୍ଷା ଦେବେ ପରୀକ୍ଷାର୍ଥୀମାନେ ।

‘‘ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ପିଜି କରିବା ପାଇଁ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରେ ଆବେଦନ କରିବା ସହ ଏକାଧିକ ପରୀକ୍ଷା ଦେବାକୁ ପଡୁଥିଲା। ଏକକ ପରୀକ୍ଷା ଦ୍ଵାରା ତାଙ୍କୁ ଅଲଗା ଅଲଗା ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଅଲଗା ଅଲଗା ପରୀକ୍ଷା ଦେବାକୁ ପଡିବ ନାହିଁ କି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ,’’ କହିଛନ୍ତି ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାଶ ।

ପ୍ରବେଶିକା ପରୀକ୍ଷାର ୭୦ ନମ୍ବର ଓ କରିଅର ପାଇଁ ୩୦ ମାର୍କ ଆଧାରରେ ନଭେମ୍ବର ୭ ତାରିଖରେ ପ୍ରକାଶ ପାଇବ ଏକକ ରାଙ୍କ । ଏହି ରାଙ୍କ ଆଧାରରେ ରାଜ୍ୟର ୬୮ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମ ଲେଖାଇବେ ଛାତ୍ରଛାତ୍ରୀମାନେ ।

ଏହି ପ୍ରବେଶିକା ପରୀକ୍ଷା କୋଭିଡ କଟକଣାପ ସବୁ ନିୟମ ମାନି ଆୟୋଜିତ ହେବ । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସାନିଟାଇଜେସନ କରିବା ବାଧ୍ୟତାମୂଳକ ହୋଇଛି ।

ଯେଉଁ ପରୀକ୍ଷାର୍ଥୀଙ୍କର ଥଣ୍ଡା, କାଶ ବା ଜ୍ୱର ଭଳି ଲକ୍ଷଣ ଥିବ ସେମାନେ ଆଇସୋଲେସନ ରୁମରେ ପରୀକ୍ଷା ଦେବେ । କୌଣସି ଛାତ୍ରଛାତ୍ରୀ ପରୀକ୍ଷାରୁ ଯେମିତି ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ହସପିଟାଲରୁ ଶବ ନେଇ ଫେରାର୍ ହେଲା ତାଙ୍କ ପୁଅ

‘‘ପ୍ରଥମ ଥର ପାଇଁ ଏଭଳି ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ଅନେକ ଦିନ ଧରି ଯୋଜନା କରାଯାଉଥିଲା କିନ୍ତୁ ୨୦୨୦-୨୧  ଶିକ୍ଷା ବର୍ଷ ପାଇଁ ଏହାକୁ ଲାଗୁ କରାଯାଇଛି । ଆଶା ଅଛି ଯେ ପରୀକ୍ଷାର୍ଥୀମାନେ ଉପକୃତ ହେବେ,’’ କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ।



ଏହି ଏକକ ପ୍ରବେଶିକା ପରୀକ୍ଷା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କଳା ବିଭାଗର ପ୍ରଶ୍ନ ପତ୍ର ଦାୟିତ୍ୱ ନେଇଥିବା ବେଳେ ଉତ୍କଳ ବିଶ୍ଵବିଦ୍ୟାଳୟ ବାଣିଜ୍ୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ଞାନ ବିଭାଗର ପ୍ରଶ୍ନ ପତ୍ରର ଦାୟିତ୍ୱ ନେଇଛନ୍ତି । ଏହି ପରୀକ୍ଷା ପାଇଁ ଆଜି ସୁଦ୍ଧା ୫୪ ହଜାର ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଡାଉନଲୋଡ କରିସାରିଛନ୍ତି ।
Published by: Anand Shankar Thankur Das
First published: October 9, 2020, 6:34 PM IST
corona virus btn
corona virus btn
Loading