- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ଜଣେ ଛାତ୍ରକୁ ମାଡ଼ମାରି ଲହୁ ଲୁହାଣ କରିବା ସହ ଦୁଇ ABVP ସଦସ୍ୟଙ୍କୁ ଉଠେଇ ନେଲା କମିଶନରେଟ ପୋଲିସ ।
ରବିବାର ରାତିରେ ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରୁଥିବା ସମୟରେ ଆଚାର୍ଯ୍ୟ ବିହାର ଛକରେ women study ର ଦ୍ଵିତୀୟ ବର୍ଷର ଛାତ୍ର ସୁବ୍ରତ ବିଶ୍ୱାଳଙ୍କୁ ନିର୍ଧୁମ ପିଟିଛି ସହିଦ ନଗର ଥାନା ପୋଲିସ। ଖାଲି ସେତିକି ନୁହଁ ABVPର ଦୁଇ ସଦସ୍ୟ ମାନସ ସାହୁ ଓ ସଞ୍ଜୟ ମହାଳିକଙ୍କୁ ଗତ କାଲି ଉତ୍କଳ ବିଶ୍ଵବିଦ୍ୟାଳୟରେ ଘଟିଥିବା ଘଟଣାରେ ପୋଲିସ ଜୋରଜବରଦସ୍ତ ଉଠେଇ ନେବା ପାଇଁ ଚେଷ୍ଟା କରୁଥିବା ସମୟରେ ବିଶ୍ୱବିଦ୍ଯାଳୟର ଛାତ୍ର ସୁବ୍ରତ ବିଶ୍ୱାଳ ପ୍ରତିବାଦ କରିଥିଲେ। ସୁବ୍ରତଙ୍କୁ ସହିଦ ନଗର ଥାନା ପୋଲିସ ନିର୍ଧୁମ ପିଟିବା ପରେ ଲୁହା କଣ୍ଟା ଥିବା ପାଚେରୀ ଉପରକୁ ସମ୍ପୃକ୍ତ ଛାତ୍ରଙ୍କୁ ଫିଙ୍ଗି ଦେଇଥିବା କଥା ଛାତ୍ର ସୁବ୍ରତ ଅଭିଯୋଗ କରିଛନ୍ତି ।
ଅଶାନ୍ତ ବାଣୀବିହାର; JNU ଅଧ୍ୟାପକଙ୍କୁ ମାଡ଼ ମାରିଲେ ପୁରାତନ ଛାତ୍ର ନେତାସୂଚନା ଯୋଗ୍ୟ ରବିବାର ଉତ୍କଳ ବିଶ୍ଵବିଦ୍ୟାଳୟରେ ଦେଶ ବିରୋଧୀ ମନ୍ତବ୍ୟ ଓ ଭାଷଣକୁ ନେଇ ABVP ବିରୋଧ ପ୍ରଦର୍ଶନ କରିଥିଲେ। ପରେ ଉଭୟଙ୍କ ପକ୍ଷରୁ ଥାନାରେ ଦୁଇଟି ମାମଲା ହୋଇଛି। ଉଦ୍ଦେଶ୍ଯମୂଳକ ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଅଭିଯୋଗ ଆଣିଛି ଏବିଭିପି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।