ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ରୁଜୁ ହେବ ମାମଲା; ଜୋରିମାନା ନଦେଲେ ଯିବେ ଜେଲ୍

Traffic Rule: ଏଣିକି ଗାଡି ଚାଳକଙ୍କୁ ରହିବାକୁ ହେବ ଅଧିକ ସାବଧାନ ଆଉ ସତର୍କ। କାରଣ ଏବେ ଟ୍ରାଫିକ ନିୟମ ଭାଙ୍ଗିବାର ପରିଣାମ ଆହୁରି ଶକ୍ତ ହେବାକୁ ଯାଉଛି।

ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ରୁଜୁ ହେବ ମାମଲା

ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ରୁଜୁ ହେବ ମାମଲା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Traffic Rule: ସାମ୍ନାକୁ ଆସିଲା ବଡ଼ ଖବର। ଟ୍ରାଫିକ (Traffic Rule) ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ହେଲା କମିଶନରେଟ ପୋଲିସ। ରାଜ୍ୟରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି କମିଶନରେଟ ପୋଲିସ (Commissionerate Police)।

ଏଣିକି ଗାଡି ଚାଳକଙ୍କୁ (Drivers) ରହିବାକୁ ହେବ ଅଧିକ ସାବଧାନ ଆଉ ସତର୍କ। କାରଣ ଏବେ ଟ୍ରାଫିକ ନିୟମ ଭାଙ୍ଗିବାର ପରିଣାମ ଆହୁରି ଶକ୍ତ ହେବାକୁ ଯାଉଛି। ଜୋରିମାନା ବଦଳରେ ଚାଳକଙ୍କ ନାଁରେ ହେବ ମାମଲା ରୁଜୁ। ଟ୍ରାଫିକ ବ୍ୟବସ୍ଥାର ସୁଧାର ସହିତ କଟକ- ଭୁବନେଶ୍ୱର ଅପରାଧ ନିୟନ୍ତ୍ରଣ ଉପରେ ଅଧିକ ଫୋକସ କରାଯାଇଛି।

ଏଥର ୫ ଥର ଟ୍ରାଫିକ ନିୟମ ଭାଙ୍ଗିଲେ ଚାଳକଙ୍କ ନାଁରେ ମାମଲା ରୁଜୁ ହୋଇପାରେ। ତେବେ ଯଦି ନିୟମ ଭାଙ୍ଗିବା ପରେ ଜରିମାନା ନ ଦେଇଥାନ୍ତି ତେବେ ପୋଲିସ ଆପଣଙ୍କ ନାଁରେ ମାମଲା ରୁଜୁ କରିବା ସହ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ।

ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହି ସୂଚନା ପରେ ଅମାନିଆ ଗାଡ଼ି ଚାଳକଙ୍କୁ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି।

ପଢ଼ନ୍ତୁ ଏହି ଖବର:  OSSSC: ୨୭୫୩ ପଦବୀ ପାଇଁ ନିଯୁକ୍ତି; ଏହି ତାରିଖରେ କରିପାରିବେ ଆବେଦନ

ନଚେତ୍ ଜୋରିମାନା ପରେ ମାମଲା ରୁଜୁ କରାଯାଇପାରେ। କିଛି ଲୋକ ଟ୍ରାଫିକ ନିୟମ ଭାଙ୍ଗିବା ପରେ ଜରିମାନା ନ ଦେଇ ଖସି ଯାଉଛନ୍ତି। ତେଣୁ ସେମାନଙ୍କୁ ସାବାଡ କରିବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛି କମିଶନରେଟ ପୋଲିସ।
Published by:Lipina Das
First published: