କମିଶନରେଟ ପୋଲିସର ଅପରେସନ ଷ୍ଟ୍ରିଟ୍ କ୍ରାଇମ; ୩ ଅଭିଯୁକ୍ତଙ୍କଠୁ ୪୬ଟି ମୋବାଇଲ ଜବତ

ଅପରେସନ ଷ୍ଟ୍ରିଟ୍ କ୍ରାଇମ । ଅପରେସନର ମାଧ୍ୟମ ସାଜିଛି  ହ୍ବାଟସ ଅପ ଟୋଲ ଫ୍ରି ନମ୍ବର । ପ୍ଲବିକ ପୋଲିସକୁ ଦେଉଛନ୍ତି ସିକ୍ରେଟ ଇନଫରମେସନ। ଯାହା ଫଳରେ ଜଟଣୀ ପୋଲିସ ପଞ୍ଝାରେ ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗ ଗିରଫ ହୋଇଛନ୍ତି।

୩ ଅଭିଯୁକ୍ତଙ୍କଠୁ ୪୬ଟି ମୋବାଇଲ ଜବତ କଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

୩ ଅଭିଯୁକ୍ତଙ୍କଠୁ ୪୬ଟି ମୋବାଇଲ ଜବତ କଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କମିଶନରେଟ ପୋଲିସର ଅପରେସନ ଷ୍ଟ୍ରିଟ୍ କ୍ରାଇମ । ଅପରେସନର ମାଧ୍ୟମ ସାଜିଛି  ହ୍ବାଟସ ଅପ ଟୋଲ ଫ୍ରି ନମ୍ବର । ପ୍ଲବିକ ପୋଲିସକୁ ଦେଉଛନ୍ତି ସିକ୍ରେଟ ଇନଫରମେସନ। ଯାହା ଫଳରେ ଜଟଣୀ ପୋଲିସ ପଞ୍ଝାରେ ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗ ଗିରଫ ହୋଇଛନ୍ତି। ଏହି ଗ୍ୟାଙ୍ଗ ଚୋରା ବାଇକରେ କରୁଥିଲେ ଛିନତାଇ । ସମ୍ବଲପୁରରୁ ବାଇକ ଚୋରି କରି ଭୁବନେଶ୍ବରରେ କରୁଥିଲେ କ୍ରାଇମ । ହାଇୱେର ଆତଙ୍କ ଖେଳାଇ ଲୁଟି ନେଉଥିଲେ ମୋବାଇଲ, ଲାପଟପ ଓ ବାଇକ୍ ।

"ଏହି ଗ୍ୟାଙ୍ଗ ଦୀର୍ଘଦିନ ଧରି  ଜଟଣୀ , ଖୋର୍ଦ୍ଧା , ଯାଆଁଳା , ତମାଣ୍ଡୋ ଅଞ୍ଚଳରେ ଚଳାଇଥିଲେ ଲୁଟତରାଜ୍ । ଚଳନ୍ତା ବାଇକରେ ଆସି ଲୁଟୁଥିଲେ ମୋବାଇଲ ଓ ସୁନା ଚେନ । ଗିରଫ ୩ ଅଭିଯୁକ୍ତ ହେଲେ ଲିପୁନି ଦାଶ, ପ୍ରତାପ ଭୋଇ ଓ ଅଭିଶେଖ ମହାପାତ୍ର । କେବଳ ଭୁବନେଶ୍ବର ନୁହେଁ ଟାଙ୍ଗୀ, ଚୌଦାର ଓ ସମ୍ବଲପୁରରେ ଏକାଧିକ ଅପରାଧରେ ସଂପୃକ୍ତି ଅଛନ୍ତି । ୩ ଜଣଙ୍କ ଠାରୁ ୪୬ଟି ଦାମୀ ମୋବାଇଲ, ବାଇକ ଓ ଲାପଟପ ଜବତ ହୋଇଛି," କହିଛନ୍ତି ଭୁବନେଶ୍ବର ଡ଼ିସିପି  ପ୍ରତୀକ ସିଂ।

ସେପଟେ ରାଜଧାନୀରେ ଛୋଟ ବଡ ବସ୍ତିରେ ଡେରା ପକାଇଛନ୍ତି ବାଂଲାଦେଶୀ ଅପରାଧୀ । ସୁନା ଚେନ ଓ ମୋବାଇଲ ଛିନତାଇ ଓ ନିଶା କାରବାରେ ସେମାନଙ୍କ ସଂପୃକ୍ତି ଦେଖିବାକୁ ମିଳୁଛି । ପୂର୍ବରୁ ଲିଙ୍ଗିପୁର ଏଟିଏମ ତାଡ଼ି ୨୧ ଲୁଟ ମାମଲାରେ ବାଲାଂଦେଶୀ ଗ୍ୟାଙ୍ଗ ଅପରାଧ ଭିଇଆଇଥିଲେ । ୨ ଜଣଙ୍କୁ ଗିରଫ କରିଥିଲା ଧଉଳି ପୋଲିସ । ତା ପରେ ଭୁବନେଶ୍ବର ରେଳୱେ ଷ୍ଟେସନରୁ ମାଲଦା ଦୁଇ ଜଣେ ଆନ୍ତରାଜ୍ୟ ବ୍ଳେଡ ମରା ଗ୍ୟାଙ୍ଗକୁ ଧରିଥିଲା ଆରପିଏଫ । ସେପଟେ ରାଜଧାନୀରେ ଷ୍ଟ୍ରିଟ କ୍ରାଇମକୁ ରୋକିବା କମିଶନରେଟ ପୋଲିସ ଅପରେସନ ଜାରି ରଖଛି। ଜାରି ହୋଇଥିବା ହ୍ବାଟସ ଅପ ନମ୍ବର ୭୦୭୭୭୯୮୧୧୧ରେ ପ୍ଳବିକ ପୋଲିସକୁ ସୂଚନା ଦେଉଛନ୍ତି । ଗତ ମେ ମାସରେ ସାଧାରଣରେ ରାସ୍ତ କଡ଼ରେ ମଦ୍ୟ ପାନ କରୁଥିବା ନିଶାଡ଼ିଙ୍କ ଠାରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଫାଇନ କାଟିଛି ପୋଲିସ ।

ସୂଚନାଯୋଗ୍ୟ,ଗତ ଦେଢ଼ ମାସରେ ଧଉଳି ଓ ବଡଗଡ ଥାନା ଅଞ୍ଚଳରେ ଦୁଇ ଦୁଇ ଅପରାଧ  ପୋଲିସକୁ ଚ୍ୟାଲେଞ୍ଜ ଦେଇଛି  । ଧଉଳି ଥାନାରେ ଡକାୟତ ଗ୍ୟାଙ୍ଗ ମୁଣ୍ଡିଆ ମାରି ଲକ୍ଷାଧିକ ଟଙ୍କାର ସୁନା ଓ ଗହଣା ଲୁଟ ଓ ବଡଗଡ ଥାନା ଏଟିଏମ ତଡା ମାମଲାରେ  ଅପରାଧୀଙ୍କୁ ଧରି ପାରିନି ପୋଲିସ ।
Published by:Soumya Das
First published: