ରକ୍ତ ଦେଇ ୯ ବର୍ଷର ଶିଶୁର ଜୀବନ ବଞ୍ଚାଇଲା କମିଶନରେଟ ପୋଲିସ

କେବଳ ରାଜ୍ୟରେ ଅପରାଧକୁ ନିୟନ୍ତ୍ରଣ କରିବା କାମ ନୁହେଁ ବରଂ ଏବେ କମିଶନରେଟ୍ ପୋଲିସ ବ୍ଲଡ଼ ଡୋନେସନ କ୍ୟାମ୍ପ ମାଧ୍ୟମରେ ଅନେକଙ୍କ ଜୀବନ ବଞ୍ଚାଉଛନ୍ତି ।

ରକ୍ତ ଦେଇ ୯ ବର୍ଷର ଶିଶୁର ଜୀବନ ବଞ୍ଚାଇଲା କମିଶନରେଟ ପୋଲିସ

ରକ୍ତ ଦେଇ ୯ ବର୍ଷର ଶିଶୁର ଜୀବନ ବଞ୍ଚାଇଲା କମିଶନରେଟ ପୋଲିସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : କେବଳ ରାଜ୍ୟରେ ଅପରାଧକୁ ନିୟନ୍ତ୍ରଣ କରିବା କାମ ନୁହେଁ ବରଂ ଏବେ କମିଶନରେଟ୍ ପୋଲିସ ବ୍ଲଡ଼ ଡୋନେସନ କ୍ୟାମ୍ପ ମାଧ୍ୟମରେ ଅନେକଙ୍କ ଜୀବନ ବଞ୍ଚାଉଛନ୍ତି । ରାଜଧାନୀରେ କମିଶନରେଟ ପୋଲିସ ଦେଖାଇଛି ମହାନତା । ୯ ବର୍ଷର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ପୋଲିସକର୍ମୀ । କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ରୋହିତ କୁମାର ଦାସ ନାମକ ଏକ ୯ ବର୍ଷର ବାଳକ ଗତ ୩୦ ତାରିଖରେ ଡେଙ୍ଗୁର ଶିକାର ହୋଇଥିଲେ । ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ପ୍ଲେଟଲେଟ ସମ୍ପୂର୍ଣ୍ଣ ଖସି ଯାଇଥିବା ଜଣାପଡିବା ପରେ ପ୍ଲେଟଲେଟ ଦେଇ ଜୀବନ ବଞ୍ଚାଇଥିଲେ ପୋଲିସ ଅଧିକାରୀ ।



ରାଜ୍ୟରେ ଡେଙ୍ଗୁ ରୋଗୀ ବୃଦ୍ଧି ପାଉଥିବାରୁ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ ଦେଇ ସହାୟତା କରିବ କମିଶନରେଟ୍ ପୋଲିସ । ଏଥିପାଇଁ ପ୍ରତିଦିନ କ୍ୟାପିଟାଲ ମେଡିକାଲରେ ରକ୍ତ ଦେବେ ପୋଲିସ ଅଧିକାରୀ । ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ଦୁଇ ଦିନରେ ୩୪ ପୋଲିସ ଅଧିକାରୀ ବ୍ଲଡ଼ ପ୍ଲେଟଲେଟ ଦାନ କରିସାରିଛନ୍ତି । ଗତ କିଛି ମାସ ଭିତରେ ପୋଲିସ ବ୍ଲଡ଼ ଡୋନେସନ କ୍ୟାମ୍ପ କରି ୨୭,୫୦୦ ୟୁନିଟ ରକ୍ତ ସଂଗ୍ରହ କରିଥିବା କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soubhagya Mishra
First published: