ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଇକ ମେଳା' ଜରିଆରେ ୨୨ଟି ଚୋରା ବାଇକକୁ ପ୍ରକୃତ ମାଲିକଙ୍କୁ ଫେରାଇଲା କମିଶନରେଟ ପୋଲିସ

ବାଇକ ମେଳା' ଜରିଆରେ ୨୨ଟି ଚୋରା ବାଇକକୁ ପ୍ରକୃତ ମାଲିକଙ୍କୁ ଫେରାଇଲା କମିଶନରେଟ ପୋଲିସ

ପ୍ରଥମ ପର୍ଯ୍ୟାୟରେ ୨୨ଟି ଚୋରା ବାଇକ ଫେରସ୍ତ କଲା ପୋଲିସ । ଆହୁରି ୬୦୦ ବାଇକର ପ୍ରକୃତ ମାଲିକଙ୍କୁ ଖୋଜା ଚାଲିଛି । ପାର୍କିଂ ସ୍ଥାନରୁ ଅବା ଆକ୍ରମଣ କରି ବାଇକ ଗୁଡ଼ିକୁ ଲୁଟି ନେଇଥିଲେ ଦୁର୍ବୁତ୍ତ।

ବାଇକ ମେଳା' ଜରିଆରେ ୨୨ଟି ଚୋରା ବାଇକକୁ ପ୍ରକୃତ ମାଲିକଙ୍କୁ ଫେରାଇଲା କମିଶନରେଟ ପୋଲିସ
'ବାଇକ ମେଳା' ଜରିଆରେ ୨୨ଟି ଚୋରା ବାଇକକୁ ପ୍ରକୃତ ମାଲିକଙ୍କୁ ଫେରାଇଲା କମିଶନରେଟ ପୋଲିସ
  • News18 Odia
  • Last Updated: October 8, 2021, 3:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଚୋରି ହୋଇଯାଇଥିବା ବାଇକ ଗୁଡ଼ିକୁ ଜବତ କରି ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ । ବଡଗଡ଼, ଜଟଣୀ ଓ ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି କିମ୍ବା ଜବତ ହୋଇଥିବା ୨୨ଟି ବାଇକ ଜବତ କରିଥିଲା ପୋଲିସ । ଗୁରୁବାର ଡି.ସି.ପି. କାର୍ଯ୍ୟାଳୟରେ ଏକ 'ବାଇକ ମେଳା' କାର୍ଯ୍ୟକ୍ରମ ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

"ପ୍ରଥମ ପର୍ଯ୍ୟାୟରେ ଆମେ ତିନୋଟି ଥାନାରୁ ଚୋରି କିମ୍ବା ଜବତ ବାଇକ ଗୁଡ଼ିକୁ ଗାଡ଼ିର ପ୍ରକୃତ ମାଲିକଙ୍କୁ ଫେରସ୍ତ କରିଛୁ । ଏହି ପର୍ଯ୍ୟାୟ କ୍ରମେ ବଡଗଡ଼, ଖଣ୍ଡଗିରି ଓ ଜଟଣୀ ଥାନାରେ ରିପୋର୍ଟ ହୋଇଥିବା ବାଇକ ଗୁଡିକର ପ୍ରକୃତ ମାଲିକକୁ ଚିହ୍ନଟ କରିଥିଲୁ । ଏହି ତିନୋଟି ଥାନା ଅଞ୍ଚଳରେ ମୋଟ ୨୨ଟି ବାଇକକୁ ପ୍ରଥମ ପର୍ଯ୍ୟାୟରେ ଫେରେଇଛୁ । ଗାଡ଼ି ମାଲିକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କର ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଛି । ଆଗକୁ ଏହି ଅଭଯାନ ଭୁବନେଶ୍ୱର ୟୁପିଡ଼ି ପକ୍ଷରୁ ଜାରି ରହିବ,’’ କହିଥିଲେ ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।

ଜବତ ବାଇକ ଗୁଡ଼ିକର ମାଲିକଙ୍କୁ କେଉଁଠି ଆକ୍ରମଣ କରି ଦୁର୍ବୁତ ମାନେ ନେଇ ଯାଇଥିଲେ ତ ଆଉ କେଉଁଠି ପାର୍କିଂ ସ୍ଥାନରୁ ଚୋରି ହୋଇଥିଲା । ବାଇକ ଗୁଡ଼ିକୁ କିଏ ୫ ବର୍ଷ ପରେ ଫେରି ପାଇଛି ତ ଆଉ କିଏ କିଣିବାର ମାସେ ପରେ ଫେରି ପାଇଛି । ବାଇକ ମିଳିବା ପରେ ପୋଲିସର ଏହି ବାଇକ ମେଳକୁ ସମସ୍ତେ ପ୍ରସଂଶା କରିଛନ୍ତି ।

'ବାଇକ ମେଳା' ଜରିଆରେ ୨୨ଟି ଚୋରା ବାଇକକୁ ପ୍ରକୃତ ମାଲିକଙ୍କୁ ଫେରାଇଲା କମିଶନରେଟ ପୋଲିସ


ଗୋପ ଅଞ୍ଚଳର ସୁଦର୍ଶନ ସାହୁ କହିଥିଲେ, "ମୁଁ ଚାରି ବର୍ଷ ତଳେ ଋଣ କରି ଏକ ବାଇକ୍ କିଣିଥିଲେ । ପୁରୀ ଜିଲା ଗୋପ ଛକରେ ଏକ ଦୋକାନ ସାମ୍ନାରୁ ମୋ ବାଇକ ଚୋରି ହୋଇଯାଇଥିଲା । ଗାଡ଼ି ଚୋରି ହେବା ପରେ ମଧ୍ୟ ଆଉ ଚାରୋଟି କିସ୍ତିକୁ ସୁଝିବାକୁ ପଡ଼ିଥିଲା । ଆଜି ମୁଁ ମୋ ଚୋରି ବାଇକକୁ ଚାରି ବର୍ଷ ପରେ ଫେରି ପାଇଛି । ବାଇକ ଫେରିପାଇବା ଖୁସିରେ ପୋଲିସକୁ ଧନ୍ୟବାଦ ଜଣାଉଛି ।"

ଜବତ ବାଇକ ମଧ୍ୟରୁ ଅଧିକାଂଶ ବାଇକ ଗୁଡ଼ିକ ଭୁବନେଶ୍ୱର ବାହାରୁ ମଧ୍ୟ ଚୋରି ହୋଇଛି । ଚୋରି ବାଇକ ଗୁଡ଼ିକ ରାଜଧାନୀରେ ବ୍ୟବହାର ହେଉଥିଲା । ଏବେ ରାଜଧାନୀର ବିଭିନ୍ନ ଥାନାରେ ୬୦୦ରୁ ଅଧିକ ଚୋରା ବାଇକ ଜବତ କରାଯାଇଛି । ଏହି ବାଇକ ଗୁଡ଼ିକ କେବଳ ଲୁଟେରାଙ୍କ ଠାରୁ ଜବତ ହୋଇଛି । ସେଥିମଧ୍ୟରୁ କିଛି ବାଇକର ମାଲିକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଚେଟିସ ନମ୍ବର ଓ ଇଞ୍ଜିନ ନମ୍ବର ଜରିଆରେ ପ୍ରକୃତ ମାଲିକକୁ ହସ୍ତାନ୍ତର କରିବା ପାଇଁ ଯୋଜନା କରିଛି ପୋଲିସ।

କଟକ ବଡ଼ମ୍ବାର ସୁଦର୍ଶନ ବେହେରା କହିଛନ୍ତି, "ମୁଁ ଏକ ଦାମୀ ବାଇକ କିଣିଥିଲେ । ବାଇକ କିଣିବାର ମାସେ ପରେ ଗଞ୍ଜାମ ଭଞ୍ଜନଗରରେ ରାସ୍ତାର ଠିକା କାମ କରିବାକୁ ଯାଉଥିଲେ । ରାତିରେ ଘରକୁ ଫେରୁଥିବା ସମୟରେ ଭଞ୍ଜନଗର ଅଞ୍ଚଳରେ ତିନି ଜଣ ଯୁବକ ତାଙ୍କୁ ଛୁରିରେ ଆକ୍ରମଣ କରି ବାଇକ ନେଇଯାଇଥିଲେ । ତେବେ ଦୀର୍ଘ ୬ ବର୍ଷ ପରେ ଗାଡ଼ିକୁ ଫେରିପାଇଛି।"

ଅନ୍ୟପକ୍ଷରେ କମିସନରେଟ ପୁଲିସ ସହରାଞ୍ଚଳର ସମସ୍ତ ଥାନା ଓ ବ୍ୟାରେକରେ ଗଦା ହୋଇଛି ବାଇକ । ବାଇକ ଏତେ ଜବତ ହେଉଛି ଯେ ରଖିବାକୁ ଥାନାରେ ଆଉ ଜାଗା ନାହିଁ । ତେଣୁ ସପ୍ତମ ବାଟାଲିୟନରେ ଗାଡ଼ି ଗୁଡିକୁ ରଖାଯାଉଛି । ଏଭଳି ଭାବେ ରାଜଧାନୀରେ ବିଭିନ୍ନ ଥାନାରେ ଏବେ ୨,୨୦୦ ଗାଡ଼ି ପଡ଼ି ରହିଛି । ଖଣ୍ଡଗିରି, ଜଟଣୀ, ମଞ୍ଚେଶ୍ଵର, ସହିଦନଗର, କ୍ୟାପିଟାଲ, ଖାରବେଳନଗର, ନୂଆପଲ୍ଲୀ ଥାନାରେ ଅଧିକ ଗାଡ଼ି ଗଦା ହୋଇଛି ।
Published by: Lipina Das
First published: October 8, 2021, 3:04 PM IST