ଚୋରା ବନ୍ଧୁକ କାରବାର ଉପରେ କମିଶନରେଟ ପୋଲିସର କଡା ନଜର

ଅଳ୍ପ ଦରରେ ବନ୍ଧୁକ ଆଣି ଓଡ଼ିଶାରେ ଏହାକୁ ମୋଟା ଅଙ୍କରେ ବିକ୍ରି କରୁଛନ୍ତି ସ୍ମଗଲର। ଅପରାଧି ଶ୍ରେଣୀର ବ୍ୟକ୍ତି ଏବଂ ନିଶା ମାଫିଆମାନେ ଚୋରା ବନ୍ଧୁକ କିଣିଥାନ୍ତି। ଏହା ଉପରେ ରୋକ ଲଗାଇବାକୁ ପୋଲିସର ଚେଷ୍ଟା ।

ଚୋରା ବନ୍ଧୁକ କାରବାର ଉପରେ କମିଶନରେଟ ପୋଲିସର କଡା ନଜର

ଚୋରା ବନ୍ଧୁକ କାରବାର ଉପରେ କମିଶନରେଟ ପୋଲିସର କଡା ନଜର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟ ରାଜଧାନୀରେ ନିୟମିତ ଭାବେ ଘଟୁଥିବା ବିଭିନ୍ନ ଅପରାଧକୁ ପ୍ରତିହତ କରିବା ନିମନ୍ତେ କମିଶନରେଟ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନମାନ ଗ୍ରହଣ କରାଯାଉଛି । ଏଥିନିମନ୍ତେ ବିଭିନ୍ନ ଥାନାର ସ୍ପେଶାଲ ଟିମ, ଥାନା ମାନଙ୍କରେ ଗଠିତ POPD ଏବଂ ଟିମ ୬୦ ଆଦି ମିଳିତ ଭାବେ ନିୟମିତ ରାତ୍ରିକାଳୀନ ପାଟ୍ରୋଲିଂ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ କାର୍ଯ୍ୟ ଆଦି ଜାରି ରଖିବା ସହିତ ଅପରାଧକୁ ବହୁମାତ୍ରାରେ ନିୟନ୍ତ୍ରଣ କରିପାରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହରାଞ୍ଚଳରେ ଗତ ୨୦୨୨ ମସିହାରେ ବିଭିନ୍ନ ଥାନାମାନଙ୍କରେ ମୋଟ ୧୬ଟି ଆର୍ମସ ଆକ୍ଟ ଦଫା ମାମଲା ରୁଜୁ ହୋଇଥିବା ବେଳେ ମୋଟ ୩୧ଜଣ ଅପରାଧୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଗିରଫ ହୋଇଥିବା ଅପରାଧୀମାନଙ୍କଠାରୁ ସର୍ବାଧିକ ୧୧ଟି ଦେଶୀ ପିସ୍ତଲ, ୦୩ଟି ରିଭଲଭର,  ୨୨ବନ୍ଧୁକ, ଗୋଟିଏ ଡବଲ ବ୍ୟାରେଲ ବନ୍ଧୁକ, ୦୨ଟି ଖେଳନା ବନ୍ଧୁକ ଏବଂ ୦୨ଟି ମଗାଜିନ ସହିତ ମୋଟ ୫୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇପାରିଛି ।

ଗତ ଅଗଷ୍ଟ ମାସରେ ପୁଲିସ ନିମନ୍ତେ ବଡ ସଫଳତା ସ୍ଵରୂପ ୦୫ଟି ମାମଲାରେ ୦୬ଜଣ ଅପରାଧୀ ଗିରଫ ହୋଇ ସେମାନଙ୍କ ନିକଟରୁ ସର୍ବାଧିକ ୦୭ଟି ବନ୍ଧୁକ ସହିତ ୧୪ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା । ଏହି ଅଭିଯାନ ଚଳିତ ବର୍ଷ ମଧ୍ୟ ଜାରି ରଖିବା ସ୍ମଗଲିଂ କରୁଥିବା ଅପରାଧୀଙ୍କୁ ଗିରଫ ପାଇଁ ପକ୍ରିୟା ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଅଧିକାଂଶ ବନ୍ଧୁକ ବିହାର ମୁଙ୍ଗେରରୁ ଆସିଥିବା ଜଣା ପଡ଼ିଛି । ବିଶେଷ କରି ଅଳ୍ପ ଦରରେ ବନ୍ଧୁକ ଆଣି ଓଡ଼ିଶାରେ ଏହାକୁ ମୋଟା ଅଙ୍କରେ ବିକ୍ରି କରୁଛନ୍ତି ସ୍ମଗଲର। ଅପରାଧି ଶ୍ରେଣୀର ବ୍ୟକ୍ତି ଏବଂ ନିଶା ମାଫିଆମାନେ ଚୋରା ବନ୍ଧୁକ କିଣିଥାନ୍ତି। ତେଣୁ ଏହା ଉପରେ ରୋକ ଲଗାଇବାକୁ ଚେଷ୍ଟା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Published by:Soubhagya Mishra
First published: