ମଙ୍ଗଳବାର ରାତିରେ ଭୁବନେଶ୍ଵରର ବିଭିନ୍ନ ହୋଟେଲ ମାନଙ୍କରେ ଏକ କାଳୀନ ବୃହତ ଯାଞ୍ଚ ଡ୍ରାଇଭ କରାଯାଇଥିଲା ।
- News18 Odia
- Last Updated :
- New Delhi, India
News 18 Odia Digital
ଭୁବନେଶ୍ୱର: ମଙ୍ଗଳବାର ରାତିରେ ଭୁବନେଶ୍ଵରର ବିଭିନ୍ନ ହୋଟେଲ ମାନଙ୍କରେ ଏକ କାଳୀନ ବୃହତ ଯାଞ୍ଚ ଡ୍ରାଇଭ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ସମସ୍ତ ଥାନାର ଅଫିସର, ଫୋର୍ସ, POPD ଏବଂ Team-60ର ମିଳିତ ସହଯୋଗରେ ଭୁବନେଶ୍ୱରର ଖାରବେଳନଗର, ଲକ୍ଷ୍ମୀସାଗର, ସହୀଦନଗର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଏବଂ ଖଣ୍ଡଗିରି ଥାନା ଇତ୍ୟାଦି ଅଞ୍ଚଳରେ ହୋଟେଲ ଗୁଡିକ ତଥା OYO ହୋଟେଲରେ ଅପରାଧୀଙ୍କ ଗତିବିଧି, ଅସାମାଜିକ ଓ ବେଆଇନ କାର୍ଯ୍ୟକଳାପ ଯାଞ୍ଚ ପ୍ରକ୍ରିୟା ପାଇଁ ମିଳିତ ଚଢାଉ କରାଯାଇଥିଲା ।
ଏହି ଡ୍ରାଇଭ ଅଧୀନରେ ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳର ପ୍ରାୟ ୧୫୦ଟି ହୋଟେଲ ଯାଞ୍ଚ କରାଯାଇଥିବା ସହିତ ହୋଟେଲର ଅନ୍ତେବାସୀଙ୍କ ସହ ରିସେପ୍ସନ୍ ରେଜିଷ୍ଟର ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକାରିତା କାର୍ଯ୍ୟକଳାପଗୁଡିକ ଆଗାମୀ ବିଶ୍ୱକପ୍ ପାଇଁ ଭୁବନେଶ୍ୱର, ସେଫ୍ ସିଟି ଅଧୀନରେ କରାଯାଇଛି । ସେଫ୍ ସିଟି ଡ୍ରାଇଭ୍ ଅଧୀନରେ ଏହି ସମସ୍ତ କାର୍ଯ୍ୟକାରିତା ଆଗକୁ ମଧ୍ୟ ଜାରି ରହିବ।
ବିଶ୍ୱକପ ପାଇଁ ବହୁ ବିଦେଶୀ ଦର୍ଶକ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହାର ଫାଇଦା ନେବାକୁ ଅନେଇ ବସିଛନ୍ତି ଅପରାଧୀ। ତେଣୁ ସବୁ ହୋଟେଲ ଗୁଡିକୁ ସରାଇ ଆପ ଜରିଆରେ ତଥ୍ୟ ମାଗିଛି ପୋଲିସ। ଯେଉଁ ହୋଟେକ ଗୁଡିକ ନିୟମ ଅବମାନନା କରିବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।