ହାତରେ ବନ୍ଧୁକ ଧରି କରୁଥିଲା ଦାଦାଗିରି; ଧରା ପକାଇ ଦେଲା ସୋସିଆଲ ମିଡ଼ିଆ

ରାଜଧାନୀରେ ଜଣେ ବନ୍ଧୁକ ଚୋରକୁ ଗିରଫ କରିଛି କମିସନରେଟ ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଲା ଗଞ୍ଜାମର ରାହୁଲ ଜେନା(୨୦) ।

ଜଣେ ବନ୍ଧୁକ ଚୋରକୁ ଗିରଫ କରିଛି କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

ଜଣେ ବନ୍ଧୁକ ଚୋରକୁ ଗିରଫ କରିଛି କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜଧାନୀରେ ଜଣେ ବନ୍ଧୁକ ଚୋରକୁ ଗିରଫ କରିଛି କମିସନରେଟ ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଲା ଗଞ୍ଜାମର ରାହୁଲ ଜେନା(୨୦) । ସେ ଭରତପୁର ଥାନା ସୀତାରାମ ବସ୍ତିରେ ରହୁଥିଲା । ଗିରଫ ପରେ ତା ନିକଟରୁ ଏକ ଚୋରି ବନ୍ଧୁକ ଓ ଗୁଳି ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।

"ବିଜେବି ନଗରର ବ୍ୟବସାୟୀ ସମ୍ବିତ ପାଢ଼ୀ ଲାଇସେନ୍ସ ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ନିଜ ସୁରକ୍ଷା ଲାଗି ରଖିଥାନ୍ତି । ଗତ ସେପ୍ଟେମ୍ବର ୨୨ରେ ସମ୍ବିତ ଏୟାରପୋର୍ଟ ରୋଡରେ କାର ରଖି ନିକଟସ୍ଥ ଦୋକାନକୁ ଯାଇଥିଲେ । କାରରୁ କୌଶଳକ୍ରମେ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ରାହୁଲ ଚୋରି କରି ନେଇଯାଇଥିଲେ । କାରରୁ ବନ୍ଧୁକ ଚୋରି ହୋଇଥିବା ଜାଣିବା ପରେ ସମ୍ବିତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଆମେ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲୁ," କହିଛନ୍ତି ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ।

ବନ୍ଧୁକ ଚୋରି କରି ମାସେ ନିଜ ପାଖରେ ଲୁଚାଇ ରଖିଥିଲା ରାହୁଲ। ସେଥିରେ ଥିବା ୪ ରାଉଣ୍ଡ ଗୁଳି ଫୁଟାଉଥିବା ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲା ରାହୁଲ । ସୋସିଆଲ ମିଡ଼ିଆରୁ ଫଟୋକୁ ଦେଖି ସମ୍ବିତ ନିଜ ବନ୍ଧୁକ ବୋଲି ଚିହ୍ନଟ କରିଥିଲେ । ଏହାପରେ ଉକ୍ତ ଫଟୋକୁ ନେଇ ପୁଲିସକୁ ଦେଖାଇଥିଲେ । ଖଣ୍ଡଗିରି ଥାନା ପୁଲିସ ବନ୍ଧୁକ ବ୍ୟବହାରକାରୀ ଯୁବକକୁ ଖୋଜାଖୋଜି କରିଥିଲେ । ତେବେ ରାହୁଲ ତପୋବନବସ୍ତିରେ ବନ୍ଧୁଜ ରଖିଥିବା ସ୍ଥାନୀୟଲୋକେ ପୁଲିସକୁ ଜଣାଇଥିଲେ । ପୁଲିସ ବସ୍ତିରେ ଚଢ଼ାଉ କରି ରାହୁଲକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଥିଲା ।

ଖଣ୍ଡଗିରି ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି,"ବନ୍ଧୁକରେ ଥିବା ୪ଟି ଗୁଳିକୁ ରାହୁଲ ଭାଇଗିରି ଦେଖାଇ ବିଭିନ୍ନ ସ୍ଥାନରେ ଗୁଳି ଫୁଟାଇଥିଲା । ବନ୍ଧୁକ ଜବତ ହୋଇଥିବା ବେଳେ ଆବଶ୍ୟକ ପଡ଼ିଲେ ବନ୍ଧୁକକୁ ଫରେନ୍‌ସିକ ଲାବ୍ରୋଟରୀକୁ ପଠାଯିବ । ସେପଟେ ରାହୁଲର ପୁରୁଣା ଅପରାଧ କଣ ଅଛି କି ନାହିଁ ଜାଣିବା ପାଇଁ ତଦନ୍ତ ଚାଲିଛି "।

ରାହୁଲ  ବନ୍ଧୁକ ଧରିଥିବାର ଏକ ମିନିଟ ସମୟର ଭିଡ଼ିଓ ଭାଇରାଲ ହେଉଛି ।  ହିନ୍ଦୀ ଗୀତ ଥିବା ଏହି ୧ ମିନିଟର ଭିଡ଼ିଓ ରେକର୍ଡିଂ କରାଯାଇ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଇଛି । ଏଥି ସହିତ ରାଜରାସ୍ତାରେ ଦ୍ରୁତଗତିରେ କାର ଚଳାଇବା ସହ ହାତରେ ବନ୍ଧୁକ ଧରି ଉପରକୁ ଫାୟରିଂ କରିବା ଦୃଶ୍ୟ ଦେଖାଯାଇଛି । ସେହିପରି କିଛି ଯୁବକଙ୍କୁ ବନ୍ଧୁକ ମୁନରେ ଉଠ ବସ କରାଇବା ସହ ରାସ୍ତା ମଝିରେ ହାତରେ ଖଣ୍ଡା ଧରି ବୁଲାଉଛନ୍ତି । ଏଭଳିକି ଚାରିଚକିଆ ଯାନରେ ବିପଦପୂର୍ଣ୍ଣ ଭାବେ ଗାଡ଼ିରେ ଠିଆ ହୋଇ ମଜା କରୁଥିବାର ଦୃଶ୍ୟ ରହିଛି ।

ରାହୁଲର  ଭିଡ଼ିଓ ଭାଇରାଲ ହେବା ପରେ କମିସନରେଟ ପୁଲିସର ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ ପାଟ୍ରୋଲିଂ କରୁନଥିବାରୁ ଏଭଳି ଅପରାଧିଜର ସହରରେ ସକ୍ରିୟ ଥିବା ସୋସିଆଲ ମିଡ଼ିଆରେ ଲୋକେ ମତବ୍ୟକ୍ତ କରିଛନ୍ତି । ତେବେ ଭିଡ଼ିଓ ଭାଇରାଲ ହେବାରୁ ରାହୁଲର ସହଯୋଗୀମାନଙ୍କୁ ଖୋଜୁଥିବା ଜଣା ପଡ଼ିଛି ।
Published by:Soumya Das
First published: