- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଚିନ୍ତା ବଢ଼ାଉଛି ସାଇବର ଠକ । ନଭେମ୍ବର ମାସରେ ରାଜଧାନୀବାସୀଙ୍କ ଠାରୁ ଠକ ନେଇଗଲେ କୋଟିଏ ୧୭ଲକ୍ଷ ୯୧ହଜାର । ଯାହା କମିଶନରେଟ ପୋଲିସର ସାଇବର ଅପରାଧ ରୋକିବା ବିଫଳତା ସାମ୍ନାକୁ ଆସିଛି ।
ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ସ ଡେସ୍କରେ ଗତ ନଭେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର - ୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ କେବଳ ଭୁବନେଶ୍ବର ସହର ମଧ୍ୟରୁ କଲ ମାଧ୍ୟମରେ ୩୪୦ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୨୫ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । ଭୁବନେଶ୍ବରରୁ ୧୩୧ଟି UPI ଠକେଇ ଜନିତ ଅଭିଯୋଗ , ୭୮ଟି Credit / Debit Card ଠକେଇ ଜନିତ ଅଭିଯୋଗ ଓ ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଗ୍ରହଣ କରିଥିବା ବେଳେ ମୋଟ ୬୭ଟି ଅନ୍ୟାନ୍ୟ ଅନଲାଇନ ଜନିତ ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପ ଡେସ୍କ ଗ୍ରହଣ କରିଥିଲେ ।
ଗତ ନଭେମ୍ବର ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧ , ୧୭ , ୯୧ , ୦୮୧ ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା। ଗତ ମାସରେ ଆସିଥିବା ଠକେଇ ଅଭିଯୋଗ ଗୁଡିକ ମଧ୍ୟରୁ ମୋଟ ୦୭ଗୋଟି ମାମଲା ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦ , ୯୭ , ୪୬୬ ପରିମାଣର ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୯ , ୮୮ , ୨୦୯ ପରିମାଣର ଟଙ୍କାକୁ ବ୍ଲକ କିମ୍ବା ଫ୍ରିଜ କରାଯାଇ ପାରିଛି । ଏହିପରି ଭାବେ ମୋଟ ୨୦ , ୮୫ , ୬୭୫ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।