ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ କଟକଣା ଜାରି କଲା କମିଶନରେଟ ପୋଲିସ

ଚଳିତ ବର୍ଷ ପ୍ରଦର୍ଶନୀ ପଡ଼ିଆରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହାକୁ ଲକ୍ଷ୍ୟରେ ରଖି କମିଶନରେଟ ପୋଲିସ କଟକଣା ଜାରି କରିଛି ।

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ କଟକଣା

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ କଟକଣା

  • Share this:
News 18 Odia Digital

ଭୁବନେଶ୍ୱର : ଆଉ ଦୁଇ ଦିନ ପରେ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚଳିଚ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କରୋନା ଯୋଗୁ ସୀମିତ ଲୋକଙ୍କ ମଧ୍ୟରେ ଦୁଇ ବର୍ଷ ହେବ ସ୍ୱାଧୀନତା ଦିବସ ପାଳନ ହେଉଥିଲା କିନ୍ତୁ ଏଥର କଟକଣା ଥିଲେ ମଧ୍ୟ ଲୋକଙ୍କ ସଂଖ୍ୟା ବଢିବ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ। ପ୍ରଦର୍ଶନୀ ପଡ଼ିଆକୁ ହାଇ-ଆଲର୍ଟ ଜୋନ୍ ଭାବେ କମିଶନରେଟ ପୋଲିସ ଘୋଷଣା କରି କିଛି କଟକଣା ଲଗାଇଛି ।

କଟକଣା ଗୁଡିକ ହେଲା 

୧. ୧୫  ତାରିଖ ଦିନ ସକାଳ ୬.୩୦ ମିନିଟ୍ ଠାରୁ ପ୍ୟାରେଡ୍ ସରିବା ପର୍ଯ୍ୟନ୍ତ କୌଣସି ଗାଡି ମଟର ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ ରାସ୍ତା ଦେଇ ଯାଇପାରିବେ ନାହିଁ  ।

୨. ଯେଉଁ ଗାଡି ଗୁଡ଼ିକ ହାଉସିଂ ବୋର୍ଡ ଛକ ପଟୁ ରାମ ମନ୍ଦିର ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ଏମ.ବି.ଏସ ସ୍କୁଲ ଗଲି ଦେଇ ଯାଇ ପାରିବେ ଓ ସେହିଭଳି ରାମ ମନ୍ଦିର ଛକ ପଟୁ ହାଉସିଂ ବୋର୍ଡ ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ସେଣ୍ଟ  ଜୋସେଫ୍ ଗଲି ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଦେଇ ଯାଇ ପାରିବେ ।

୩. ପି.ଏମ.ଜି ଓ କେଶରୀ ଟକୀଜ୍ ପଟୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ  ଚାଲି ହୋଟେଲ୍ ଠାରୁ ସଚିବାଳୟ ମାର୍ଗ ଆଡ଼କୁ ଯାଇଥିବା ରାସ୍ତା ଦେଇ ଯାଇ ପାରିବେ ।

୪.ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡ଼ିକ ଦେଇ କୌଣସି ଯାନବାହାନ ଚଳାଚଳ କରି ପାରିବ ନାହିଁ ।

୫ . ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତା ଏହାର ଆଖ ପାଖ ଅଞ୍ଚଳରେ କେହି ଗ୍ୟାସ ବେଲୁନ ବିକ୍ରି କରି ପାରିବେ ନାହିଁ । ଯଦି ଏହି ନିୟମ କିଏ ଖିଲାପ କରନ୍ତି ତାହାଲେ ଆଇନି ଅନୁଯାୟୀ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ।

୧୫ ତାରିଖ ସକାଳ ୬.୩୦ ମିନିଟରୁ ପ୍ୟାରେଡ୍ ସରିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ
Published by:Sujit Swain
First published: