News 18 Odia Digital
ଭୁବନେଶ୍ୱର: ଦୈତ୍ୟନଗରୀ କଟକ- ଭୁବନେଶ୍ୱର (cuttack-bhubaneswar) ବିଭିନ୍ନ ଥାନାରେ ଓ କାର୍ଯ୍ୟକ୍ଷେତ୍ରରେ ନିୟମିତ ଭାବେ ଦେଖାଦେଉଥିବା ଅସୁବିଧା (problems) ଓ ପ୍ରତିବନ୍ଧକ ନେଇ ଏକ ଆଲୋଚନାଚକ୍ର କରାଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୋଲିସ ଡିଜି (police dg) ସୁନୀଲ ବଂଶଲ । କର୍ମଶାଳାରେ ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କିପରି ବୃଦ୍ଧି ପାଇବ ସେ ନେଇ ବିଚାରବିମର୍ଷ କରାଯାଇଥିଲା ।
ଏମିତି ଅନେକ ଥାନାଅଧିକାରୀଙ୍କ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଭୁବନେଶ୍ବରରେ ଦୁଇ ଦିନିଆ କମିଶନରେଟ୍ ପୋଲିସ (commissionerate police) ଅଧିକାରୀଙ୍କ କନଫରେନ୍ସ ୨୦୨୩ । ଏହି ଅବସରରେ ପୋଲିସ ମାନେ କିଭଳି ଚାପ ମୁକ୍ତ ହୋଇ ସମାଜସେବା ପାଇଁ ଉତ୍ସର୍ଗ ହେବେ । କିଭଳି ପ୍ରଫେସନାଲ ଓ ସୋସିଆଲ ପୋଲିସିଂ ହେବେ । ବିଶେଷଜ୍ଞଙ୍କ ଦ୍ଵାରା ସର୍ବଦା ପ୍ରଶିକ୍ଷଣ ନେଇ ଲୋକଙ୍କ ସେବା ସହ ତଦନ୍ତ କରିବେ । ତଦନ୍ତ କରି ଦୋଷୀ କିଭଳି ଦୋଷୀ ସାବ୍ୟସ୍ତ ହେବ ତାକୁ ବେଶୀ ଗୁରୁତ୍ବ ଦେବେ ଏଭଳି ଅନେକ ପ୍ରସଙ୍ଗ ଉପରେ ଆଲଚନା ହୋଇଛି । ଏସବୁ କ୍ଷେତ୍ରରେ ସାଇବର ଅପରାଧ ବେଶ୍ ଚ୍ୟାଲେଞ୍ଜ ହୋଇଥିବାରୁ ନୂଆ ନୂଆ ଜ୍ଞାନକୌଶଳରେ କିପରି ତଦନ୍ତ କରାଯିବ, ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ଡିଜିପି (dgp) ।
ସେହିପରି ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ କାମ କରିବା ବେଳେ ମାନସିକ ଅବସ୍ଥା ଠିକ୍ ରଖିବେ । ଥାନାକୁ ଆସୁଥିବା ଲୋକଙ୍କୁ ଗୁରୁତ୍ଵ ଦେବେ । ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପୋଲିସର ଜ୍ଞାନ ରହିବା ଆବଶ୍ୟକ ହୋଇପଡ଼ିଛି । କିଛି ପୋଲିସଙ୍କ ପାଇଁ ପୋଲିସ ବିଭାଗ ବଦନାମ ହେଉଛି । ତେଣୁ ପୋଲିସ କିଭଳି ଲୋକାଭିମୁଖୀ ହୋଇ କାର୍ଯ୍ୟ କରିବ ତାହା ଉପରେ କର୍ମଶାଳାରେ ଆଲୋଚନା (discussion) ହୋଇଛି । ଏଭଳି କ୍ଷେତ୍ରରେ ଡିଜି କହିଛନ୍ତି, ଥାନାର ଏସ୍ଆଇଙ୍କ (si) ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏସ୍ଆଇ ପୋଲିସ ବିଭାଗରେ ମେରୁଦଣ୍ଡ । ତେଣୁ ପୋଲିସ୍ ସଚ୍ଚୋଟ, ନିର୍ଭିକ ଭାବେ ନିଜ ଦାୟିତ୍ୱ ତୁଲାଇବେ ସେଥିପ୍ରତି ଯତ୍ନ ନେବା ଉଚିତ ବୋଲି କହିଛନ୍ତି ପୋଲିସ କମିଶନର ।
ଏହି ଖବର ପଢ଼ନ୍ତୁ -
http://ଗିରଫ ହେବେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ !ଦୁଇ ଦିନିଆ କମିଶନରେଟ୍ ପୋଲିସ ଅଧିକାରୀଙ୍କ କନ୍ଫରେନସରେ କଟକ ଓ ଭୁବନେଶ୍ବରରେ ସମସ୍ତ ଥାନା ଅଧିକାରୀ, ଏଏସ୍ଆଇ, ଏସ୍ଆଇ ସାମିଲ ହୋଇଥିଲେ । ତେବେ ଏହା ଆଗାମୀ ଦିନରେ ପୋଲିସକୁ କିଭଳି ସହଯୋଗ କରୁଛି, ତାହା ଦେଖିବାର କଥା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।