ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୨୨ ଲକ୍ଷରୁ ଅଧିକ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ

କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵର ସହରାଞ୍ଚଳର ବିଭିନ୍ନ ଥାନା ମାନଙ୍କରେ ଏକ ସ୍ବତନ୍ତ୍ର ଟିମ ଗଠିତ ହୋଇଥିଲା। ଯେଉଁଥିରେ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୨୨ ଲକ୍ଷରୁ ଅଧିକ ଫାଇନ ଆଦାୟ କରିଛି ପୋଲିସ।

ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୨୨ ଲକ୍ଷରୁ ଅଧିକ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ

ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୨୨ ଲକ୍ଷରୁ ଅଧିକ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ ହକି ପୁରୁଷ ବିଶ୍ଵକପ-୨୦୨୩ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵର ସହରାଞ୍ଚଳର ବିଭିନ୍ନ ଥାନା ମାନଙ୍କରେ ଏକ ସ୍ବତନ୍ତ୍ର ଟିମ ଗଠିତ ହୋଇଥିଲା ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତଥା ସହରକୁ ଆସୁଥିବା, ଖେଳାଳି ଓ ଖେଳ ପ୍ରେମୀ ମାନେ କିପରି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ସୁବିଧାରେ ଯାତାୟାତ କରିବେ ଏବଂ ଅସମାଜିକ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିବେ।

ସେଥି ମଧ୍ୟରୁ ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ ଅନୁଯାୟୀ ମୋଟ ୪୪୫୫ ଜଣ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୨୨,୩୭,୫୦୦ ଫାଇନ ଟଙ୍କା ଆଦାୟ କରାଯାଇଥିଲା।

ସର୍ବ ସାଧାରଣ ସ୍ଥାନରେ ଧୂମ୍ରପାନ ହେତୁ ଆଇନ ବଳରେ ମୋଟ ୭୮୪ ଜଣକୁ ଫାଇନ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ମୋଟ ୮୫,୬୫୦ ଟଙ୍କା ଆଦାୟ କରାଯାଇଥିଲା। ମୋଟର ଯାନ ଆଇନ ଦ୍ବାରା ମୋଟ ୨୮୭ ଜଣ ଆଇନ ଉଲ୍ଲଂଘନକାରୀଙ୍କ ପାଖରୁ ମୋଟ ୧,୬୭,୪୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା।

କମିଶନରେଟ ପୋଲିସର ଚଢ଼ାଉ


ସେହିପରି ବେଆଇନ ମଦ ବିକ୍ରି ମାମଲାରେ ମୋଟ ୪୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ସ୍ଥଳେ ମୋଟ ୨,୫୪୩.୨ ଲିଟର ବିଦେଶୀ ମଦ ଓ ଆସ୍କା-୪୦ ଦେଶୀ ମଦ ମଦ ଜବତ କରାଯାଇଥିଲା। ଭୁନନେଶ୍ଵର ସହରାଞ୍ଚଳ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ସର୍ବ ମୋଟ ୫,୫୭୪ ଜଣ ଆଇନ ଉଲ୍ଲଂଘନକାରୀଙ୍କୁ ଫାଇନ କଟାଯାଇ ମୋଟ ୨୪,୯୦,୫୫୦ ଟଙ୍କାର ଅର୍ଥଦଣ୍ଡ ସଂଗ୍ରହ କରାଯାଇଥିଲା।

ଭୁବନେଶ୍ଵର ସହରାଞ୍ଚଳ ଟ୍ରାଫିକ ଥାନା ତରଫରୁ ଗଠିତ ସ୍ବତନ୍ତ୍ର ଟିମ ଦ୍ବାରା ସହରର ବିଭିନ୍ନ ସ୍ଥାନ ମାନଙ୍କରେ ନିୟମିତ ଭାବେ ଚଢଉ ଅଭିଯାନ ଜାରି ରହିଥିଲା। ଚଢ଼ାଉ ଅଭିଯାନରେ ବିଶେଷ ଭାବେ ବେଆଇନ ପାର୍କିଂ, ନିଶାସକ୍ତ ଅବସ୍ଥାରେ ଗାଡିଚାଳନା, ସିଟ ବେଲ୍ଟ,, ହେଲମେଟ ପରିଧାନ ତଥା ଟ୍ରାଫିକ ନିୟମ ଖିଲାପକାରୀଙ୍କୁ କାବୁକରି ଜୋରିମନା ଆଦାୟ କରାଯାଇଥିଲା।

ସେଥିମଧ୍ୟରୁ ବେଆଇନ ପାର୍କିଂ ନିମନ୍ତେ ୬୧୨ ଜଣଙ୍କ ନିକଟରୁ ମୋଟ ୩,୦୦,୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ମୋଟର ଯାନ ଆଇନ ଅନୁଯାଇ ମୋଟ ୧୪,୬୫୦ ଜଣଙ୍କ ନିକଟରୁ ମୋଟ ୧,୮୦,୯୯,୧୦୦ ଟଙ୍କାର ଫାଇନ ଆଦାୟ କରାଯାଇଥିଲା। ସେହିପରି ଟ୍ରାଫିକ ନିୟମ ଖିଲାପକାରୀଙ୍କ କ୍ଷେତ୍ରରେ ୨୧୩ ଟି ଲାଇସେନ୍ସ ରଦ୍ଦ ନିମନ୍ତେ ସୁପାରିଶ କରାଯାଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ଗାଡିଚାଳନା ନିମନ୍ତେ ୧୯୪ ଜଣଙ୍କୁ ଚାଲାଣ କଟାଯାଇଥିଲା ଏବଂ ବେଆଇନ ପାର୍କିଂ କରାଯାଇଥିବା ମୋଟ ୮୬୫ଟି ଗାଡ଼ିକୁ କ୍ରେନ ସହାୟତାରେ ଟ୍ରାଫିକ ଥାନାକୁ ନିଆଯାଇଥିଲା।

ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୨୨ ଲକ୍ଷରୁ ଅଧିକ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ


ଏହି ପରିପ୍ରେକ୍ଷୀରେ ଟ୍ରାଫିକ ଥାନା ତରଫରୁ କରାଯାଇଥିବା ଚଢ଼ାଉ ଅଭିଯାନ ଦ୍ବାରା ମୋଟ ୧୬,୫୩୪ଟି ଚାଲାଣ କଟାଯାଇ ମୋଟ ୧,୮୩,୯୯,୬୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା।

ଭୁବନେଶ୍ବର ସହରାଞ୍ଚଳ ପୋଲିସ ତରଫରୁ ଏହିଭଳି ଚଢ଼ାଉ ଅଭିଯାନ ଆଗକୁ ଆହୁରି କଡ଼ାକଡ଼ି ଭାବେ କରାଯିବ ବୋଲି ସୂଚନା ଦିଆଯାଇଛି।
Published by:Lipina Das
First published: