News18 Odia Digital
ଭୁବନେଶ୍ୱର: ରାଜଧାନୀରୁ ଆଉ ଜଣେ ଠକ ଦମ୍ପତିକୁ ଗିରଫ କରିଛି କମିଶନରେଟ ପୋଲିସ । ଭଡା ଘରକୁ ହଡପ କରିବା ଅଭିଯୋଗରେ ଚନ୍ଦ୍ରଶେଖର ଥାନା ପୋଲିସ ଥାନା ସେମାନଙ୍କୁ ଗିରଫ କରିଛି । ଠକ ଦମ୍ପତି ହେଲେ ସୋନାଟା ଦାସ ଓ ତାଙ୍କ ସ୍ବାମୀ ସନ୍ଦୀପ ପ୍ରସାଦ ।
ସୋନାଟା ଏକ ବିୟୁଟି ପାର୍ଲର ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଘର ଭଡା ନେଇଥିଲେ। ପରେ ଏଗ୍ରିମେଣ୍ଟ ସରିବା ପରେ ରି-ଏଗ୍ରୀମେଣ୍ଟ କରି ନଥିଲେ ଠକ ଦମ୍ପତ୍ତି। ଏପରିକି ଜାଲ କାଗଜପତ୍ର ପ୍ରସ୍ତୁତ କରି ଘରକୁ ମାଡି ବସିବାକୁ ଉଦ୍ୟମ କରିଥିଲେ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଘର ମାଲିକ ଅଭିଯୋଗ କରିବା ପରେ ଗତକାଲି ଠକ ଦମ୍ପତିକୁ ଗିରଫ କରିଛି ପୋଲିସ। ତଦନ୍ତ ବେଳେ ଜଣା ପଡ଼ିଛି ଠକ ଦମ୍ପତିଙ୍କ ନାମରେ ପୂର୍ବରୁ ନୟାପଲ୍ଲୀ ଥାନାରେ ଦୁଇଟି ଅଭିଯୋଗ ରହିଛି ।
ପୋଲିସର ସୂଚନା ଅନୁସାରେ, ସୋନାଟା ଜଣେ ଫେସିଆଲ ଟ୍ରେନର। ଏକ ବିୟୁଟିପାର୍ଲର କରିବା ପାଇଁ ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଏକ ଘର ନେଇଥିଲେ । ମାସିକ ୪୦ହଜାର ଟଙ୍କା ଭଡା ଆକାରରେ ଦେଉଥିଲେ । ପରେ ସେହି ଘରକୁ ସମ୍ପୂର୍ଣ୍ଣ ନେଇ ଏକ ଶିକ୍ଷାନୁଷ୍ଠାନ କରିବା କହି ଏଗ୍ରିମେଣ୍ଟ କରିଥିଲେ । ପରେ ଏହାର ଫାଇଦା ନେଇ ଜାଲ କାଗଜପତ୍ର ଜରିଆରେ ଘରକୁ ନିଜ ନାମକୁ ନେବାକୁ ଚେଷ୍ଟା କରିଥିଲେ ।
ଘରେ ଚାଉଳ ଅଛି କି? ପ୍ରତି ମାସ ଆପଣଙ୍କୁ ମିଳିବ ୫୦ହଜାର ଟଙ୍କା
ଘର ମାଲିକ ଏ କଥା ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଘର ମାଲିକ ପୋଲିସ ପାଖକୁ ଯିବା ଜାଣିବା ପରେ ତାଙ୍କୁ ଠକ ଦମ୍ପତି ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଏପରିକି ପୁନର୍ବାର ପୋଲିସ ପାଖକୁ ଗଲେ ଦୁଷ୍କର୍ମ ଅଭିଯୋଗରେ ଫସାଇ ଦିଆଯିବ ବୋଲି ଧମକ ଦେଇଥିଲେ । ପରେ ଘର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କାଗଜପତ୍ର ଯାଞ୍ଚ କରିବା ପରେ ଏହା ନକଲି ବୋଲି ଜଣା ପଡିଲା । ତେଣୁ ହାଇକୋର୍ଟ ପୋଲିସକୁ ଠକ ଦମ୍ପତ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ଠକ ଦମ୍ପତିଙ୍କ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ନୟାପଲ୍ଲୀ ଅଞ୍ଚଳରେ ଦୁଇଟି ଘରକୁ ସମାନ ଢଙ୍ଗରେ ମାଡି ବସିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ହେଲେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ହେଇନି ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କାହା ଛାତ୍ରଛାୟା ତଳେ ରହି ଦମ୍ପତି ଏଭଳି ଠକି ଆସୁଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।