- News18 Odia
- Last Updated :
- Bhubaneswar, India
News18 Odia Digital
ଚକ୍ମା ଦେଇପାରିଲାନି ଚଡି ଗ୍ୟାଙ୍ଗ
Bhubaneswar: କମିଶନରେଟ ପୋଲିସ୍କୁ ସଫଳତା । କାବୁ ହେଲା ଉତ୍ତରପ୍ରଦେଶର ବାୱରିଆ ଗ୍ୟାଙ୍ଗ । ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଗ୍ୟାଙ୍ଗର ୪ ଜଣକୁ ଧରିଛି ପୋଲିସ । ଏମାନଙ୍କ ଠାରୁ ୨ଟି ଦିଲ୍ଲୀ ନମ୍ବର ପଲସର ବାଇକ୍ ଜବତ ହୋଇଛି । ଏମାନେ ପଲସର ଗାଡ଼ିରେ ବୁଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୁଥିଲେ ଛିନତାଇ। ଏହି ୪ ଅଭିଯୁକ୍ତଙ୍କ ନାଁରେ ଓଡ଼ିଶାରେ ମୋଟ ୨୮ ଟି କେସ୍ ଅଛି । ଛିନତାଇ ହୋଇଥିବା ୧୬ଟି ଚେନ୍ ବି ଜବତ ହୋଇଛି । ବାୱରିଆ ଗ୍ୟାଙ୍ଗକୁ ପୂର୍ବରୁ ଚଡି ଗ୍ୟାଙ୍ଗ ବୋଲି କୁହାଯାଉଥିଲା । ଦେହରେ ତେଲ ଲଗାଇ ଘରେ ଏମାନେ କଳାକନା ବୁଲାନ୍ତି । ଭୁବନେଶ୍ବର ଡିସିପି କହିଛନ୍ତି କି ଗ୍ୟାଙ୍ଗ ବାବଦରେ ୟୁପି ସାମଲି ଜିଲ୍ଲା ପୋଲିସ ସହ ଖୁବଶୀଘ୍ର ଆଲୋଚନା କରାଯିବ । ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯିବ । ଭୁବନେଶ୍ୱର ନୟାପଲ୍ଲୀ, ସହିଦନଗର ଅଞ୍ଚଳରେ ମଧ୍ୟ ଏମାନେ ଲୁଟପାଟ୍ କରିଛନ୍ତି ।
Published by:nihar panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।