ଭୁବନେଶ୍ବର ମାର୍କେଟ ବିଲ୍‌ଡିଂରେ ଭଙ୍ଗାରୁଜା: ୧୧ ଘଣ୍ଟାରେ ୧୮ ଜଣ ଦୁର୍ବୃତ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

୧୦ ତାରିକ ସନ୍ଧ୍ୟାରେ ଭୁବନେଶ୍ବର ମାର୍କେଟ ବିଲଡିଂରେ ଘଟିଥିବା ଅଭାବାନୀୟ କାଣ୍ଡରେ ସମ୍ପୃକ୍ତ ଥିବା ୧୮ଜଣ ଦୁର୍ବୃତ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ଦେଇଛି ।

ଭୁବନେଶ୍ବର ମାର୍କେଟ ବିଲ୍‌ଡିଂରେ ଭଙ୍ଗାରୁଜା: ୧୧ ଘଣ୍ଟାରେ ୧୮ ଜଣ ଦୁର୍ବୃତ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ
ମାର୍କେଟ ବିଲଡିଂରେ ଭଙ୍ଗାରୁଜା ପରର ଦୃଶ୍ୟ
  • News18 Odia
  • Last Updated: January 11, 2020, 11:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧୀନୀ ଭୁବନେଶ୍ବରର ସବୁଠାରୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ କୁହାଯାଉଥିବା ମାର୍କେଟ ବିଲଡିଂରେ ଗତ କାଲି ସନ୍ଧ୍ୟାରେ ଅଜ୍ଞାତ ଆକ୍ରମଣକାରୀମାନେ ଯେଉଁ ଆତଙ୍କରାଜ ଘଟାଇଥିଲେ ସେମାନଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଏହି ଘଟଣାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ଜଣଙ୍କୁ ଗିରଫ କରିଥିବା ୧୧ତାରିଖରେ ଟୁଇଟ୍ କରି ସୂଚନା ଦେଇଛି । ଏହା ସହ ୫ଟି ବାଇକ ମଧ୍ୟ ଜବତ କରାଯାଇଥିବା  ସୂଚନା ମିଳିଛି । ଏହା ସହ ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ମାର୍କେଟ ବିଲଡିଂ ଭଙ୍ଗାରୁଜା ଘଟଣାରେ ଦୁର୍ବୃତଙ୍କ ଗିରଫ ନେଇ କମିଶନରେଟ ପୋଲିସର ଟୁଇଟ୍


୧୦ ତାରିଖ ସନ୍ଧ୍ୟାରେ ରାଜଧାନୀର ମାର୍କେଟ ବିଲଡିଂ ଉପରେ ୨୫ରୁ ୩୦ଜଣ ମୁଖା ପିନ୍ଧା ଆକ୍ରମଣକାରୀ ଉଠାଦୋକାନୀଙ୍କୁ ଆକ୍ରମଣ କରିବା ସହ ଗୋଡାଇଗୋଡାଇ ପିଟିଥିଲେ । ୯ତାରିଖରେ ଜଣେ ଉଠାଦୋକନୀଙ୍କଠାରୁ ଘଣ୍ଟା କିଣିବାକୁ ନେଇ କେତେଜଣଙ୍କର ବଚସା ହୋଇଥିଲା ପରେ ଏହି ଘଟଣା ନେଇ ଆକ୍ରମଣ କରାଯାଇଥାଇପାରେ ବୋଲି ସେଠାକାର ଦୋକାନୀମାନେ ଗଣମାଧ୍ୟମକୁ କହିଥିଲେ । ଏହି ଘଟଣାରେ  ୧୦୦ରୁ ଊର୍ଦ୍ଧ୍ବ ଦୋକାନ ନଷ୍ଟ ହୋଇଥିଲା । ପାଖରେ ବିଧାନସଭା ବିଲଡିଂ, କ୍ୟାପିଟାଲ ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟ ଥିବାରୁ ଏବଂ ଏହା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଏଠାରେ ପୋଲିସର ପାଟ୍ରୋଲିଂ ହୋଇଥାଏ । ତେବେ ଏଭଳି ହାଇପ୍ରୋଫାଇଲ ସ୍ଥାନରେ କିପିର ଏତେ ସହଜରେ ଆକ୍ରମଣ ହେଲା ସେନେଇ ଅନେକେ ବିଶ୍ବାସ କରିପାରି ନଥିଲେ ।
Published by: Durgamadhab Rath
First published: January 11, 2020, 11:02 AM IST
corona virus btn
corona virus btn
Loading