News 18 Odia Digital
ଭୁବନେଶ୍ୱର; ଦିନକୁ ଦିନ ଟୁଇନି ସିଟିରେ ବଢ଼ିବାରେ ଲାଗିଛି ଅପରାଧ । ଏହାକୁ ଲକ୍ଷ୍ୟ କରି ରୋକିବାକୁ କମିଶନରେଟ ପୋଲିସର ବଡଧରଣର ଅଦଳବଦଳ ହୋଇଛି । ପାଞ୍ଚ ଜଣ ଏସିପି ରାଙ୍କ୍ର ଅଫିସରଙ୍କୁ ଇନଚାର୍ଜ ଆଇଆଇସିରୁ ଏସପି ପଦବୀକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଦୁଈ ଜଣ ଏସିପିଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଥିବା ବେଳେ ସେହିପରି ଏସଆଇ ରୁ ଆଇଆଇସିକୁ ପ୍ରମୋସନ ପାଇଥିବା ଅଫିସର ମାନଙ୍କୁ ଥାନା ଦାୟତ୍ୱ ଦିଆଯାଇଛି । ସମୁଦାୟ ୩୧ ଜଣ କର୍ମଚାରୀଙ୍କୁ ଅଦଳବଦଳ କରାଯାଇଛି । ବଦଳିରେ ୫ ଜଣ ମହିଳା କର୍ମଚାରୀ ଅଛନ୍ତି ।
୨୧ ଇନସ୍ପେକ୍ଟରଙ୍କ ମଧ୍ୟରେ ବଦଳି ହୋଇ ଭୁବନେଶ୍ୱର ସମସ୍ତ ଥାନାରେ ଆଇଆଇସି ନିଯୁକ୍ତ କରାଯାଇଛି । ସେହିପରି ୩ ଜଣ ଏସଆଈଙ୍କୁ ମିଳିଛି ନୂଆ ଥାନାକୁ ବଦଳି କରାଯାଇଛି । କ୍ୟାପିଟାଲ ଥାନା ଚାର୍ଜରେ ଥିବା ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ସିପି ହେଡ୍କ୍ବାଟର କ୍ରାଇମ ୟୁନିଟକୁ ବଦଳି କରାଯାଇଛି ।
ଖାରବେଳ ନଗର ଥାନାରେ ଥିବା ଅରୁଣ ସ୍ବାଇଁଙ୍କୁ ଜୋନ-୧ କଟକ ଏସିପି ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି କଟକ ଜୋନ-୧ରେ ଥିବା ଶୁଭନାରାୟଣ ମୁଦୁଲିଙ୍କୁ ଜୋନ୍- ୪ ଏସିପି ଭୁବନେଶ୍ୱର ଭାବେ ବଦଳି ହୋଇଛି । ସେହିପରି ଜୋନ୍-୪ ଏସିପି ଥିବା ପରେଶ ରାଉତଙ୍କୁ ସିପି ମୁଖ୍ୟାଳୟକୁ ବଦଳି କରାଯାଇଛି । ନନ୍ଦନକାନନ ଏସିପି ବିଶ୍ୱରଞ୍ଜନ ସେନାପତିଙ୍କୁ ସିପି ହେଡ୍କ୍ବାଟର କ୍ରାଇମ ୟୁନିଟ୍ ବଦଳି କରାଯାଇଛି । ଚନ୍ଦ୍ରଶେଖରପୁର ଏସିପି ପ୍ରଦୀପ କୁମାର ରାଉତ ଆଇୟୁସିଏଡବ୍ଲୁ ବଦଳି କରାଯାଇଛି । ସେହି ପରି ମଙ୍ଗଳବାଗ ଥାନା ଏସିପି ଅମିତାଭ ମହାପାତ୍ର ଆଇୟୁସିଏଡବ୍ଲୁ କଟକକୁ ବଦଳି କରାଯାଇଛି ।
କ୍ୟାପିଟାଲ ଥାନାକୁ ଖଣ୍ଡଗିରରିର ଆଇଆଇସି ପଦ୍ମନାଭ ପ୍ରଧାନଙ୍କୁ ବଦଳି କରାଯାଇଛି । ସେହିପରି ଜଟଣୀ ଆଇଆଇସି ଦୟା ନାୟକ ଖଣ୍ଡଗିରି ଥାନାକୁ ବଦଳି ହୋଇଛନ୍ତି । ବିଜୟ ବାରିକଙ୍କୁ ଇନ୍ଫୋଭ୍ୟାଲି ଥାନା ଦାୟିତ୍ୱ ମିଳିଛି । ସୁଚିତ୍ରା ପରିଡାଙ୍କୁ ପାହାଳ ଥାନା ଦାୟିତ୍ୱ ମିଳିଛି । ତୃପ୍ତି ରଞ୍ଜନ ନାୟକକୁ ବଡଗଡ଼ ଥାନା ଓ ବିଶ୍ୱରଞ୍ଜନ ନାୟକକୁ ନନ୍ଦନକାନନ ଥାନାକୁ ବଦଳି କରାଯାଇଛି । କମିଶନରେଟ ପୁଲିସର ଗରୀଶ ଚନ୍ଦ୍ର ମହାରଣାଙ୍କୁ ବେଣ୍ଟକାର ଥାନକୁ ବଦଳି କରାଯାଇଛି ।
ସୌମ୍ୟକାନ୍ତ ବଳିଆରସିଂଙ୍କୁ ଜଟଣୀ ଥାନା, ପ୍ରକାଶ ଚନ୍ଦ୍ରମାଝିଙ୍କୁ ଚନ୍ଦ୍ରଶେଖରପୁର ସହ ରଜନିକାନ୍ତ ମିଶ୍ରକୁ ଖାରବେଳନଗର ଥାନାଧିକାରୀ ଦାୟିତ୍ବ ମିଳିଛି ।ଗୋପାଳକୃଷ୍ଣ ଜେନାଙ୍କୁ କ୍ରାଇମ ୟୁନିଟ୍ ସିପି ହେଡ୍କ୍ବାଟର୍କୁ ବଦଳି କରାଯାଇଛି । ସେହିପରି ଏସଆଇ ଷ୍ଟାଲିନ ବିଶ୍ବାଳକୁ କ୍ୟାପିଟାଲ ଥାନା, ପୁଷ୍ପାରାଣି ନାୟକଙ୍କୁ ମହିଳା ଥାନାକୁ ବଦଳି ହୋଇଛି । ରାଜଧାନୀ ବଢୁଥିବା ଅପରାଧକୁ ରାେକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଆଲୋଚନା ହେଉଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।