ଆସୁଛି ପରୀକ୍ଷା; ଚ଼ାପ ଅନୁଭବ ହେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସହ ସମ୍ପର୍କ କରିପାରିବେ ଛାତ୍ରଛାତ୍ରୀ

କୌଣସି ଛାତ୍ର ବା ଛାତ୍ରୀ ଯଦି ପରୀକ୍ଷାକୁ ନେଇ ଚ଼ାପର ବଶବର୍ତ୍ତୀ ହେଉଛନ୍ତି, ସେଥି ପାଇଁ ମଧ୍ୟ ମନସ୍ତତ୍ତ୍ୱବିଦଙ୍କ ପରାମର୍ଶ ନେଇ ଚ଼ିକିତ୍ସା କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଆୟୋଗର ଫେସବୁକ୍, ଟୁଇଟର ଓ ୟୁଟ୍ୟୁବ୍ ପେଜରେ ସିଧାସଳଖ କଥା ହୋଇପାରିବେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ।

ଆସୁଛି ପରୀକ୍ଷା; ଚ଼ାପ ଅନୁଭବ ହେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସହ ସମ୍ପର୍କ କରିପାରିବେ ଛାତ୍ରଛାତ୍ରୀ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 13, 2020, 11:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦାଶବ୍ୟାପୀ ଖୁବ୍ ଶୀଘ୍ର ଦଶମ ଓ ଦ୍ବାଦଶ ଶେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ପିଲାମାନେ କିଭଳି ଚ଼ାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥି ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଚେତନ କରିବାକୁ ଭିଡ଼ିଛି ଅଣ୍ଟା ।

କେବଳ ସି.ବି.ଏସ୍.ଇ. ପାଠ୍ୟକ୍ରମରେ ୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ରାଜ୍ୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପାଖାପାଖି ୧୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍.ସି.ପି.ସି.ଆର୍.) ସବୁ ରାଜ୍ୟର ଶିଶୁ ଅଧିକାର ଆୟୋଗମାନଙ୍କୁ ଚିଠି ଲେଖି ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛି । ଏହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ‘ପରୀକ୍ଷା ପର୍ବ ୨.୦’ । ପରୀକ୍ଷାକୁ ବୋଝ ନ ଭାବି ପର୍ବ ରୂପେ ପାଳନ କରିବାକୁ ଆୟୋଗ ପରାମର୍ଶ ଦେଇଛି ।

‘‘ଏନ୍.ସି.ଆର୍.ବି.ର ୨୦୧୪-୧୬ ସର୍ଭେ ଅନୁଯାୟୀ ପରୀକ୍ଷାକୁ କେନ୍ଦ୍ର କରି ଡିପ୍ରେସନରେ ରହି ଦେଶରେ ୨୬,୪୭୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ପରୀକ୍ଷା ପରେ ଫେଲକୁ ସ୍ବୀକାର କରି ନ ପାରି ୭,୪୬୨ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତେଣୁ ପିଲାମାନେ କିଭଳି ଚ଼ାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥି ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପିଲାମାନଙ୍କୁ ପରାମର୍ଶ ଦେବାପାଇଁ ସର୍ବାଦା ଚ଼େଷ୍ଟା କରୁଛି,’’ କହିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ (ଓ.ସି.ପି.ସି.ଆର୍.) ର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ


ଜାନୁଆରୀ ୧୪ ତାରିଖରୁ ରାଜ୍ୟରେ ଥିବା ସବୁ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଆୟୋଗ ଚିଠି ଲେଖି ପିଲାଙ୍କୁ ଏ ନେଇ ସଚେତନ କରିବାକୁ କହିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀର ଆୟୋଜନ କରି ପିଲାମାନଙ୍କୁ ସଚ଼େତନ କରିବା ଓ ପରାମର୍ଶ ଦେବାକୁ କହିଛି । ବୋର୍ଡ ପରୀକ୍ଷାକୁ ଜୀବନର ଶେଷ ପରୀକ୍ଷା ବୋଲି ନ ଭାବି ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଉଛି । କନ୍ଧମାଳ, ବଲାଙ୍ଗୀର, ଢ଼େଙ୍କାନାଳ, ନୂଆପଡ଼ା, କଳାହାଣ୍ଡିରେ ଆୟୋଗ ସଭା ସମିତି କରି ପିଲାଙ୍କୁ ଖୁସିରେ ରହି ପରୀକ୍ଷା ଦେବା ସହ ଅଭିଭାବକମାନେ ପିଲାଙ୍କୁ ଚାପଗ୍ରସ୍ତ ନ କରିବାକୁ ପରାମର୍ଶ ଦେଇଛି ଆୟୋଗ ।

ତେବେ କାହାର ପିଲା ଯଦି ପରୀକ୍ଷାକୁ ନେଇ ଚାପର ବଶବର୍ତ୍ତୀ ହୋଇଛି ସେଥି ପାଇଁ ମଧ୍ୟ ମନସ୍ତତ୍ତ୍ୱବିଦଙ୍କ ପରାମର୍ଶ ନେଇ ଚ଼ିକିତ୍ସା ଆରମ୍ଭ କରିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଆୟୋଗ । ଏନ୍.ସି.ପି.ଆର୍.ର ଫେସବୁକ୍, ଟୁଇଟର ଓ ୟୁଟ୍ୟୁବ୍ ପେଜରେ ସିଧାସଳଖ କଥା ହୋଇପାରିବେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ । ସମସ୍ୟାର ସମାଧାନ କରିବା ପାଇଁ ମନସ୍ତତ୍ତ୍ୱବିଦ ରହିବେ । ଗ୍ରାମଞ୍ଚଳର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଏ ସମ୍ପର୍କରେ ଜଣାଇଲେ ବିଦ୍ୟାଳୟ ତରଫରୁ ମଧ୍ୟ ଆୟୋଗ ସହ ଯୋଗଯୋଗ କରିହେବ ।
First published: February 13, 2020, 11:09 PM IST
corona virus btn
corona virus btn
Loading