ଆସୁଛି ଯାନବାହାନ ସ୍କ୍ର।ପ୍ ନୀତି; ୧୫ବର୍ଷର ପୁରୁଣା ଗାଡ଼ି ହୋଇଯିବ ଅଚଳ !

ପରିବହନ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ରାସ୍ତାରେ ଏବେ ପ୍ରାୟ ଦୁଇ କୋଟିରୁ ଅଧିକ ପଞ୍ଜିକୃତ ଗାଡ଼ି ଗଡୁଛି । ଏହା ମଧ୍ୟରୁ କେବଳ ଭୁବନେଶ୍ବର ରାସ୍ତାରେ ଗଡୁଥିବା ପଞ୍ଜିକୃତ ଗାଡି ସଂଖ୍ୟା ୧୪ ଲକ୍ଷରୁ ଅଧିକ ।

ଆସୁଛି ଯାନବାହାନ ସ୍କ୍ର।ପ୍ ନୀତି; ୧୫ବର୍ଷର ପୁରୁଣା ଗାଡ଼ି ହୋଇଯିବ ଅଚଳ !
୧୫ବର୍ଷର ପୁରୁଣା ଗାଡ଼ି ହୋଇଯିବ ଅଚଳ !
  • News18 Odia
  • Last Updated: September 8, 2020, 7:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଖୁବ ଶୀଘ୍ର କେନ୍ଦ୍ର ପରିବହନ ବିଭାଗ ଆଣିବାକୁ ଯାଉଥିବା ନୂଆ ସ୍କ୍ର।ପ୍ ନୀତିକୁ ନେଇ ଚର୍ଚ୍ଚା ଓ ବିତର୍କ ବଢୁଛି । ଏଇଥିପାଇଁ ଚର୍ଚ୍ଚା ଓ ବିତର୍କ ହେଉଛି ଯେ ୧୫ ବର୍ଷ ବା ତାଠାରୁ ପୁରୁଣା ଗାଡ଼ିଗୁଡିକର ଭବିଷ୍ୟତ ନୂଆ ସ୍କ୍ର।ପ୍ ନୀତି ଲାଗୁ ହେଲା ପରେ କଣ ହେବ । ଏହା ଲାଗୁ ଦ୍ବାରା ଉଭୟ ପରିବେଶ ପ୍ରଦୂଷଣ କମ ହେବ ଓ ଦୁର୍ଘଟଣା ହାର କମିବ ବୋଲି ଏକ୍ସପର୍ଟଙ୍କ ମତ ଥିବା ବେଳେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ନୀତି ଲାଗୁ ପୂର୍ବରୁ ୩/୪ ବର୍ଷ ସମୟ ଲୋକଙ୍କୁ ଦିଆଯିବା ଦରକାର।

ପରିବହନ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ରାସ୍ତାରେ ଏବେ ପ୍ରାୟ ଦୁଇ କୋଟିରୁ ଅଧିକ ପଞ୍ଜିକୃତ ଗାଡ଼ି ଗଡୁଛି । ଏହା ଭିତରୁ କେବଳ ଭୁବନେଶ୍ବର ରାସ୍ତାରେ ଗଡୁଥିବା ପଞ୍ଜିକୃତ ଗାଡି ସଂଖ୍ୟା ୧୪ ଲକ୍ଷରୁ ଅଧିକ । ମୋଟ ଉପରେ ଲୋକସଂଖ୍ୟା ବଢିବା ସହିତ କ୍ରମାଗତ ଭାବେ ଯାନବାହନ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁ କାରଣରୁ ରାଜ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସଂଖ୍ୟା ୩୫ ଛୁଇଁଛି । ସାରା ଦେଶରେ ମଧ୍ୟ ଏହି ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବେଳେ ସେ ଭିତରେ ବହୁ ଦିନ ଧରି ବିବାଦ ଓ ବିତର୍କ ଭିତରେ ଛନ୍ଦି ହୋଇ ରହିଥିବା "vehicle scrap policy" କୁ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ପରିବହନ ବିଭାଗ । ଅର୍ଥାତ ଖୁବଶୀଘ୍ର ରାସ୍ତାରୁ ହଟିଯିବ ୧୫ ବର୍ଷ ବା ତାଠାରୁ ଅଧିକ ପୁରୁଣା ଗାଡି ।

କେନ୍ଦ୍ର ପରିବହନ ବିଭାଗର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଉଭୟ ପରିବେଶବିତ । "ପରିବେଶ ପ୍ରଦୂଷଣର ମାତ୍ରା ଯେଉଁ ହାରରେ ବଢି ଚାଲିଛି ତାହା ନିହାତି ଭାବେ ଚିନ୍ତା ଜନକ । ଯେତିକି ପ୍ରଦୂଷଣ ମାତ୍ରା ବଢ଼ୁଛି ସେ ଭିତରେ ଯାନବାହନ ରୁ ନିର୍ଗତ ହେଉଥିବା ପ୍ରଦୂଷଣର ପରିମାଣ ପ୍ରାୟ ୪୫ ପ୍ରତିଶତରୁ ଅଧିକ । କାରଣ ହେଲା କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଏଭଳି ସ୍ଥିତି । ସେହି କାରଣରୁ ୧୫ ବର୍ଷ ବା ତାଠାରୁ ଅଧିକ ପୁରୁଣା ଗାଡି ଗୁଡିକୁ ଅଫ-ରୋଡ଼ କରିବା ପାଇଁ ହେବାକୁ ଯାଉଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ" କହିଛନ୍ତି ଓଡ଼ିଶା ପରିବେଶ ସମିତିର ସାଧାରଣ ସମ୍ପାଦକ ଡ଼ଃ ଜୟକୃଷ୍ଣ ପାଣିଗ୍ରାହୀ ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

"ଯଦି ଆମେ ୧୫ ବର୍ଷ ବା ତାଠାରୁ ଅଧିକ ପୁରୁଣା ଗାଡ଼ିଗୁଡିକୁ ଦେଖିବା ପ୍ରଥମତଃ ସେଗୁଡିକ ଅଧିକ ଇନ୍ଧନ ଉପଯୋଗୀ ନୁହେଁ। ଦ୍ଵିତୀୟ ରେ ଗାଡ଼ିଗୁଡିକର ଓଜନ ମଧ୍ୟ ଅଧିଜ। ଏହାର ପ୍ରଭାବ ରାସ୍ତା ଉପରେ ମଧ୍ୟ ପଡିଥାଏ। ତେଣୁ ପୁରୁଣା ଗାଡି ହଟାଇ ସେ ସ୍ଥାନରେ ଅଧିକ ଇନ୍ଧନ ଉପଯୋଗୀ ଓ ପ୍ରଦୂଷଣ ରହିତ ଯାନ ଉପରେ ଗୁରୁତ୍ୱ ଦିଆଯିବା ଦରକାର," କହିଛନ୍ତି ଗଠନ ମୂଳକ ଇଞ୍ଜିନିୟର ପ୍ରଦୀପ୍ତ ମହାପାତ୍ର ।



ତେବେ ଏଥି ସହିତ ସହମତି ପ୍ରକାଶ କରିପାରିନାହାନ୍ତି ରୋଡ଼ ସେଫଟି ଏକ୍ସପର୍ଟ । "ଏହା ଏକ ଭଲ ଉଦ୍ୟମ ହୋଇଥିଲେ ବି ଦେଶରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦେଇ ଏହାକୁ ଲାଗୁ ପୂର୍ବରୁ ଅତିକମରେ ଲୋକଙ୍କୁ ୩/୪ବର୍ଷ ର ମହଲତ ମିଳିବା ଦରକାର । ନିୟମ ଲାଗୁ ପୂର୍ବରୁ ସବୁ ଦିଗକୁ ଗୁରୁତ୍ୱ ଦିଆଯିବା ଦରକାର । ତେବେ ଏହି ପାଲିସିକୁ ଲାଗୁ କରିବାକୁ କିନ୍ତୁ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିଛନ୍ତି,'' କହିଛନ୍ତି ଏକ୍ସପେର୍ଟ ସୁବ୍ରତ ନନ୍ଦ ।
Published by: Jagdish Barik
First published: September 8, 2020, 7:59 PM IST
corona virus btn
corona virus btn
Loading