ପିଣ୍ଟୁ ନନ୍ଦଙ୍କ ପାଇଁ ଗୁଣ୍ଡୁଚିମୂଷା ପରି ସହଯୋଗର ହାତ ବଢାନ୍ତୁ; ହାସ୍ୟ ଅଭିନେତା ସୁମନ

ହାସ୍ୟ ଅଭିନେତା ସୁମନ କହିଛନ୍ତି, ଆପଣ ପିଣ୍ଟୁ ଭାଇଙ୍କ ଚିକିତ୍ସା ପାଇଁ ଗୁଣ୍ଡୁଚି ମୂଷାଟିଏ ପରି ସହଯୋଗର ହାତ ବଢାନ୍ତୁ । ସେ ସୁସ୍ଥ ହୋଇ ଫେରି ଆସିଲେ ଆମେ ପୁଣି ତାଙ୍କର ଚମତ୍କାର ଅଭିନୟ ଦେଖିପାରିବା । 

ପିଣ୍ଟୁ ନନ୍ଦଙ୍କ ପାଇଁ ଗୁଣ୍ଡୁଚି ମୂଷା ପରି ସହଯୋଗର ହାତ ବଢାନ୍ତୁ; ଅଭିନେତା ସୁମନ

ପିଣ୍ଟୁ ନନ୍ଦଙ୍କ ପାଇଁ ଗୁଣ୍ଡୁଚି ମୂଷା ପରି ସହଯୋଗର ହାତ ବଢାନ୍ତୁ; ଅଭିନେତା ସୁମନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ (Actor pintu nanda) ଅସୁସ୍ଥ ଖବର ପାଇବା ପରେ ଓଲିଉଡର (Ollywood) ଅନେକ କଳାକାର ସହଯୋଗ କରିବା ପାଇଁ ଆଗକୁ ଆସିଛନ୍ତି । ହାସ୍ୟ ଅଭିନେତା ସୁମନ ମହାରଣା ମଧ୍ୟ ନିଜ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଫ୍ୟାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

ସୁମନ କହିଛନ୍ତି ଯେ, ଆପଣମାନଙ୍କର ତଥା ଆମ ସମସ୍ତଙ୍କର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ (ଗଉରା ) ଆପଣଙ୍କ ଆଶୀର୍ବାଦ ଆବଶ୍ୟକ । ସେ ଦିଲ୍ଲୀ ଯିବେ ଚିକିତ୍ସା କରାଇବା ପାଇଁ । ଆପଣ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ସକ୍ଷମ ଅନୁସାରେ ସହଯୋଗର ହାତ ବଢାନ୍ତୁ । ଆପଣଙ୍କର ଟଙ୍କେ ଟଙ୍କେ ମିଶି ଲକ୍ଷେ ହେଇଯିବ । ଏଥିସହ ସୁମନ କହିଛନ୍ତି ଯେ, ପୁରାଣରେ ଲେଖାଅଛି, ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ସେତୁ ବନ୍ଧ କାର୍ଯ୍ୟ ଚାଲିଥିଲା ଛୋଟିଆ ଗୁଣ୍ଡୁଚି ମୂଷାଟିଏ ମଧ୍ୟ ସାହାଯ୍ୟ କରିଥିଲା । ଠିକ ସେହିପରି ଆପଣ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଗୁଣ୍ଡୁଚି ମୂଷାଟିଏ ପରି ସହଯୋଗର ହାତ ବଢାନ୍ତୁ । ସକ୍ଷମ ଅନୁସାରେ ଦାନ କରନ୍ତୁ । ସେ ସୁସ୍ଥ ହୋଇ ଫେରି ଆସିଲେ ଆମେ ପୁଣି ତାଙ୍କର ଚମତ୍କାର ଅଭିନୟ ଦେଖିପାରିବା ।

ଚଳଚ୍ଚିତ୍ର ଖଳନାୟକ ମିଟୁ ମିଥୁନ ମଧ୍ୟ ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତାର ଖବର ପାଇବା ପରେ ହସପିଟାଲରେ ପିଣ୍ଟୁଙ୍କୁ ଦେଖା କରିଛନ୍ତି । ସେ ସୋସିଆଲ ମିଡିଆରେ କହିଛନ୍ତି ମୁଁ ମୋ ସାନ ଭାଇ ପାଇଁ ଆସିଥିଲି, ଉକ୍ତ ଭିଡିଓରେ ଅଭିନେତା ପିଣ୍ଟୁ ନନ୍ଦ ମଧ୍ୟ ଅସୁସ୍ଥ ସ୍ୱରରେ କହିଛନ୍ତି ଯେ, ଆପଣଙ୍କ ଭଲ ପାଇବା ପାଇଁ ଯୋଗୁ ମୁଁ ଏତେ ବାଟ ଆସିପାରିଛି । ଆଜି ଏ ପିଣ୍ଟୁ ବିପଦରେ ଅଛି ଆପଣଙ୍କ ସହଯୋଗ ଦରକାର ।

ଅଭିନେତା ଶ୍ରୀତମ ଦାସ ମଧ୍ୟ ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ପିଣ୍ଟୁକୁ ଆମେ ବଞ୍ଚାଇବା । ସେଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା । ସରକାରୀ ସ୍ତରରେ ମଧ୍ୟ ଆମେ ସାହାଯ୍ୟ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଆମେ ସକରାତ୍ମକ ଚିନ୍ତାରେ ପ୍ରଭୁଙ୍କୁ ପ୍ରାର୍ଥନା କରିବୁ ପିଣ୍ଟୁ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଅଭିନେତ୍ରୀ ପୁଷ୍ପା ପଣ୍ଡା ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ପିଣ୍ଟୁ ଖୁବ ହସ ମଜାକ କରୁଥିବା ପିଲାଟିଏ । କିଛି ଦିନ ହେବ ତା ଦେହ ଖରାପ ଥିଲା । ମୁଁ ଭେଟିବାକୁ ଯାଇଥିଲି । ତାର ଏ ଅବସ୍ଥା ଦେଖି କଷ୍ଟ ଲାଗୁଛି । ରୋଗ କାରଣରୁ ତାର ସ୍ୱାସ୍ଥ୍ୟରେ ବଡ ପରିବର୍ତ୍ତନ ହୋଇଛି । ସେ ଖୁବ ଦୁର୍ବଳ ହୋଇଯାଇଛି । ତେଣୁ ଜନସାଧାରଣ ପିଣ୍ଟୁକୁ ସହଯୋଗର ହାତ ବଢାଇବା ନିହାତି ଆବଶ୍ୟକ ।

ସୂଚନାଯୋଗ୍ୟ, ଗତକାଲି ଅଭିନେତା ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତାର ଖବର ପ୍ରଚାରିତ ହେବା ପରେ ସମଗ୍ର ଓଲିଉଡ ସମେତ ପିଣ୍ଟୁଙ୍କ ଫ୍ୟାନମାନେ ବ୍ୟସ୍ତ ହୋଇପଡିଛନ୍ତି । ପିଣ୍ଟୁଙ୍କୁ ଲିଭର ସିରୋସିସ୍ ହୋଇଥିବାରୁ ଚିକିତ୍ସା ଖର୍ଚ୍ଚ ଖୁବ ଅଧିକ । ପ୍ରାୟ ୫୦ ଲକ୍ଷଟଙ୍କା ଆବଶ୍ୟକ ।

ଏହି ଖବର ପଢ଼ନ୍ତୁ -http://ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିବ ପୋଲିସ
Published by:Soubhagya Mishra
First published: