ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଵଙ୍କ ବାଲୁକା କଳାକୃତି; ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଵଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳାକୃତିରେ ରାଜୁ ଶ୍ରୀବାସ୍ତବଙ୍କ ପ୍ରତିକୃତି କରିବା ସହ ସେଥିରେ haste haste rula diya ଲେଖିବା ସହ miss u ଲେଖି ବାଲୁକା କଳାକୃତି କରିଛନ୍ତି । ଏଥିସହ ତାଙ୍କର ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ।

ହସାଉଥିବା ମଣିଷ ଆଜି କନ୍ଦାଇ କନ୍ଦାଇ ଚାଲିଗଲେ । ସେ ଆଉ କେହି ନୁହନ୍ତି କମେଡି କିଂ ରାଜୁ ଶ୍ରୀବାସ୍ତବ । ଦୀର୍ଘଦିନ ରୋଗ ସଜ୍ୟାରେ ପଡି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । ତାଙ୍କର ଦେହାନ୍ତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକୃତି ଜରୀଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହସ୍ତେହସ୍ତେ ରୁଲା ଦିଆ ଶିର୍ଷକ ସହ ଏକ ଆକର୍ଷଣୀୟ ବାଲୁକା କୃତି ଗଢିଛନ୍ତି । ଯାହାକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ ଜମିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।