ଡରିବା ମନା! Colors ଓଡ଼ିଆରେ ଦେଖନ୍ତୁ ହରର୍ ଶୋ‘ ‘କାଳରାତ୍ରି’ର ସିଜିନ୍ ୨; ସୋମବାରରୁ ଶୁକ୍ରବାର ରାତି ୧୦

‘କାଳରାତ୍ରି’ ସିଜିନ୍ ୨ର ପ୍ରତ୍ୟେକ ଏପିସୋଡରେ ବାସ୍ତବ ଲୋକେ ବାସ୍ତବ ସ୍ଥାନରେ ବାସ୍ତବ ଭୟର ଅନୁଭୂତି ପାଉଥିବା ଦେଖିବାକୁ ମିଳୁଛି । ପାରାନର୍ମାଲ୍ କାର୍ଯ୍ୟକଳାପ ଉପରେ ଆଧାରିତ ଏହି ଶୋ’ର ସୁଟିଂ ଦେଶର ବିଭିନ୍ନ ସ୍ଥାନରେ ହୋଇଛି ।

ଡରିବା ମନା! Colors ଓଡ଼ିଆରେ ଦେଖନ୍ତୁ ହରର୍ ଶୋ‘ ‘କାଳରାତ୍ରି’ର ସିଜିନ୍ ୨; ସୋମବାରରୁ ଶୁକ୍ରବାର ରାତି ୧୦
‘କାଳରାତ୍ରି’ ସିଜିନ୍ ୨ର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କଲର୍ସ ଓଡ଼ିଆରେ (Colors Odia) ଚିତ୍ତାକର୍ଷକ ହରର୍‌ ଶୋ’ ‘କଳ ରାତ୍ରି’ର ପ୍ରଥମ ସିଜିନର ସଫଳ ପ୍ରଦର୍ଶନ ପରେ ଏବେ ସେହି ସିରିଜର ଦ୍ୱିତୀୟ ସିଜିନ୍‌ ‘କାଳ ରାତ୍ରି ୨’ (KALARATRI S2) ଲଞ୍ଚ୍‌ ହୋଇଯାଇଛି । ଏହି ଶୋ’ ପାରାନର୍ମାଲ୍‌ କାର୍ଯ୍ୟକଳାପ, ବିଜ୍ଞାନ କାହାଣୀ, କଳ୍ପନା ଓ ବାସ୍ତବ ଜୀବନର ଘଟଣାର ଜୀବନ୍ତ ବିବରଣୀ ଉପରେ ଆଧାରିତ ।

‘କାଳରାତ୍ରି’ ସିଜିନ୍‌ ୨ର ପ୍ରତ୍ୟେକ ଏପିସୋଡରେ ବାସ୍ତବ ଲୋକେ ବାସ୍ତବ ସ୍ଥାନରେ ବାସ୍ତବ ଭୟର ଅନୁଭୂତି ପାଉଥିବା ଦେଖିବାକୁ ମିଳୁଛି । ଏଥିରେ ବାସ୍ତବ ହଣ୍ଟେଡ୍ ସ୍ଥାନରେ (haunted place) କିଛି ବାସ୍ତବ ଲୋକେ ପହଞ୍ଚି ଭୟର ଅନୁଭୂତି ପାଉଥିବା ଦେଖାଯାଉଛି ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

ଭୟଙ୍କର କଳ୍ପନାର ଏହି ଶୋ’ ‘କାଳ ରାତ୍ରି‘ର ଦ୍ୱିତୀୟ ସିଜନ୍ ପ୍ରତି ଦିନ ସୋମବାର ଠାରୁ ଶୁକ୍ରବାର ରାତି ୧୦ଟାରେ କେବଳ କଲର୍ସ ଓଡି଼ଆରେ (Colors Odia) ପ୍ରସାରିତ ହେଉଛି ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

‘କାଳରାତ୍ରି’ ସିଜିନ୍ ୨ର ଆଉ ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

“ଦର୍ଶକମାନଙ୍କ ପାଇଁ ଭୟ ଏକ ଲୋକପ୍ରିୟ ଧାରା । ଏହାକୁ ଧ୍ୟାନରେ ରଖି ଆମେ ଏପ୍ରିଲ୍ ୨୦ରୁ କାଳ ରାତ୍ରିର ଦ୍ୱିତୀୟ ସିଜିନ୍‌ ଆରମ୍ଭ କରିଛୁ । ଏଥିରେ ଭୂତ ଓ ମନ୍ଦ ପ୍ରାଣୀମାନଙ୍କର ସମସ୍ତ ସ୍ୱାଦ ରହିଛି । ରାତି ୧୦ଟାରେ ଆରମ୍ଭ ହେଉଥିବା ଏହି ଭୟଭରା ଶୋ’ ଆମ ଦର୍ଶକଙ୍କୁ ବିଭିନ୍ନ ପ୍ରକାରର ମନୋରଞ୍ଜନ ପ୍ରଦାନ କରୁଛି । ଆମେ ନିଶ୍ଚିତ ଯେ ଦର୍ଶକମାନଙ୍କୁ ଏହି ସିଜିନରେ ବି ବେଶ୍‌ କିଛି ଭୟାନକ ମୁହୂର୍ତ୍ତ ବ୍ୟସ୍ତ ରଖିବ,’’ କହିଛନ୍ତି କଲର୍ସ ଓଡି଼ଆର ପ୍ରୋଗ୍ରାମିଂ ହେଡ୍ ଶ୍ରୀଜା ଶାହିନ୍ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

‘କାଳରାତ୍ରି’ ସିଜିନ୍‌ ୨ର ପ୍ରତ୍ୟେକ ଏପିସୋଡ୍ ପାରାନର୍ମାଲ୍‌ କାର୍ଯ୍ୟକଳାପ (paranormal activities) ଓ ଅନୁଭୂତିର ଚିତ୍ତାକର୍ଷକ ଘଟଣାଗୁଡ଼ିକୁ ନେଇ ତିଆରି ହୋଇଛି । ଏହା ଦର୍ଶକମାନଙ୍କୁ ଏକ ଅଜ୍ଞାତ ଦୁନିଆକୁ ନେଇଯାଉଛି ଓ ସେଠାକାର ଦୃଶ୍ୟ ଓ ଗତିବିଧି ଜଣାଉଛି ।



ଦେଶର ବିଭିନ୍ନ ସ୍ଥାନରେ ଏହି ଶୋ’ର ସୁଟିଂ କରାଯାଇଛି । କଲର୍ସ ଓଡି଼ଆ ନିକଟରେ ତିନୋଟି ନୂଆ ଶୋ’ର ଶୁଭାରମ୍ଭ କରିଛି – ଶିବ, ମହାବୀର ହନୁମାନ ଓ କାଉଁରୀ କନ୍ୟା – ଯାହା ସନ୍ଧ୍ୟା ୫ଟାରୁ ୬:୩୦ ପର୍ଯ୍ୟନ୍ତ ପ୍ରସାରିତ ହେଉଛି ।
Published by: Anand ST Das
First published: May 3, 2021, 9:51 PM IST