ଜାନୁଆରୀ ୧୧ରୁ ରାଜ୍ୟରେ ଖୋଲିବ କଲେଜ; ଯୁକ୍ତ୩ ଶେଷ ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ

ପୂର୍ବ ଭଳି କ୍ଲାସରେ ସମସ୍ତ ଅଧ୍ୟାୟ ପଢ଼ାଯିବ । ସମ୍ଭବ ହେଲେ କ୍ଲାସର ଭିଡ଼ିଓ ରେକର୍ଡିଂ କରି ଅନୁପସ୍ଥିତ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ବିଦ୍ୟାର୍ଥୀ ଓ ଶିକ୍ଷକ କ୍ଲାସକୁ ଆସିବେ ନାହିଁ ।

ଜାନୁଆରୀ ୧୧ରୁ ରାଜ୍ୟରେ ଖୋଲିବ କଲେଜ; ଯୁକ୍ତ୩ ଶେଷ ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ
କଲେଜ୍ ଖୋଲିବ ବୋଲି ଜାଣି ଛାତ୍ରଛାତ୍ରୀମାନେ ଖୁସି ହୋଇଛନ୍ତି । (ଫାଇଲ୍‌ ଫଟୋ)
  • News18 Odia
  • Last Updated: January 3, 2021, 10:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଦୀର୍ଘ ନଅ ମାସ ବନ୍ଦ ରହିବା ପରେ ରାଜ୍ୟରେ ଖୋଲିବ କଲେଜ । ମହାବିଦ୍ୟାଳୟଗୁଡ଼ିକୁ ଯୁକ୍ତ୩ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଜାନୁଆରୀ ୧୧ ତାରିଖରୁ ଖୋଲିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି । କଲେଜ ଓ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପରୀକ୍ଷା ହେବ ଓ ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ ।

ଦେଖନ୍ତୁ VIDEO | Video: ୟେମେନରେ ବିମାନ ଓହ୍ଲେଇବା ପରେ ଭୀଷଣ ବିସ୍ଫୋରଣ; ୧୩ ଜଣଙ୍କ ମୃତ୍ୟୁ ହେଲା

ଶେଷ ସେମିଷ୍ଟାର କ୍ଲାସ ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ ୧୫ ତାରିଖ ଯାଏଁ ଚାଲିବ । ଶେଷ ସେମିଷ୍ଟାର ପାଇଁ ପରୀକ୍ଷା ୧୬ ଜୁନରୁ ଆରମ୍ଭ ହୋଇ ୩୦ ଜୁନରେ ଶେଷ ହେବ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ଭିତରେ ପ୍ରକାଶିତ ହେବ ।

‘‘ରବିବାରକୁ ବାଦ ଦେଇ କଲେଜ ପାଠପଢ଼ାକୁ ଆମେ ସ୍ୱାଗତ କରୁଛୁ । ସବୁ କରୋନା ଭାଇରସ୍‌ ଗାଇଡ଼ଲାଇନର ଅନୁପାଳନ କରି ପାଠପଢ଼ା ଓ ପରୀକ୍ଷା ସଠିକ ସମୟରେ ହେବ ବୋଲି ଆମେ ଆଶା କରୁଛୁ,’’ କହିଛନ୍ତି କଲେଜ ଅଧ୍ୟାପକ ସଙ୍ଘ ସଭାପତି ଗୋଲକ ନାୟକ ।

ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ଅଭିନେତ୍ରୀମାନେ କେମିତି ଛୁଟି ବିତାଉଛନ୍ତି Viral Photos

ପୂର୍ବ ଭଳି କ୍ଲାସରେ ସମସ୍ତ ଅଧ୍ୟାୟ ପଢ଼ାଯିବ । ସମ୍ଭବ ହେଲେ କ୍ଲାସର ଭିଡ଼ିଓ ରେକର୍ଡିଂ କରି ଅନୁପସ୍ଥିତ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ବିଦ୍ୟାର୍ଥୀ ଓ ଶିକ୍ଷକ କ୍ଲାସକୁ ଆସିବେ ନାହିଁ । ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । କ୍ଲାସରେ ସାନିଟାଇଜେସନ ବ୍ୟବସ୍ଥା ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ।

ଦେଖନ୍ତୁ ଫଟୋ | Viral PHOTOS: ବର୍ଷର ଅନ୍ତରେ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି

ଅଧିକ ବିଦ୍ୟାର୍ଥୀ ଥିବା କ୍ଲାସକୁ ବିଭାଜିତ କରାଯିବ । ଶିକ୍ଷାନୁଷ୍ଠାନ ପରିସରରରେ କେହି ବି ଛେପ ପକାଇବେ ନାହିଁ । ୨୦୨୦-୨୦୨୧ ଶିକ୍ଷା ବର୍ଷ ପାଇଁ ଜାନୁଆରୀ ୧୦ରୁ ହଷ୍ଟେଲ ଖୋଲିବ । ପରୀକ୍ଷା କାଳ, ରବିବାର, ସାଧାରଣତନ୍ତ୍ର ଦିବସ , ସରସ୍ୱତୀ ପୂଜା ଓ ଉତ୍କଳ ଦିବସକୁ ଛାଡ଼ି ଦେଲେ ଅନ୍ୟ ଦିନଗୁଡ଼ିକରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲା ରହିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | CCTV: ଇଣ୍ଡିକେଟର୍ ଦେଇ ଗାଡ଼ି ମୋଡ଼ିଦେଲା; ପଛରୁ ଆକ୍ଟିଭାରେ ଆସୁଥିବା ଝିଅଟିର ମୃତ୍ୟୁ ହେଲା

କଲେଜ ଖୋଲିବା ଆବଶ୍ୟକ ଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ । ବିଶେଷ କରି ଗ୍ରାମାଞ୍ଚଳ ଓ ଆଭ୍ୟନ୍ତରୀଣ ଇଲାକାର ଛାତ୍ରଛାତ୍ରୀମାନେ ଅନଲାଇନ ପାଠପଢ଼ାରୁ ବଞ୍ଚିତ ହେଉଥିବା ବେଳେ ଏବେ ସୁଦ୍ଧା ଗୋଟିଏ ହେଲେ କ୍ଳାସ କରିପାରିନାହାନ୍ତି କି ସିଲାବସ ଆରମ୍ଭ ହେଇନି ।



‘‘ଫିଜିକାଲ କ୍ଳାସ୍‌ ହେବା ସହ ୨୦୨୦-୨୧ର ପରୀକ୍ଷା ଓ ଫଳ ପ୍ରକାଶ କରିବା ଆବଶ୍ୟକ ଥିଲା । ଆମେ ଖୁସି ଯେ ଏବେ କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ସବୁ ଖୋଲିବାକୁ ଯାଉଛି,’’ କହିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ବିଦିଶା ପ୍ରିୟଦର୍ଶିନୀ ।
Published by: Anand Shankar Thankur Das
First published: January 3, 2021, 10:38 PM IST
corona virus btn
corona virus btn
Loading