ମହଙ୍ଗା ପଡ଼ିଲା ରାଗିଂ କରିବା; ୧୨ ଛାତ୍ରଛାତ୍ରୀଙ୍କ ପ୍ରତି ନିଆଗଲା ଏହି କଠୋର ଦଣ୍ଡ

ମହଙ୍ଗା ପଡ଼ିଲା ରାଗିଂ କରିବା ଓ ରାଗିଂର ମଜା ନେବା । ୧୨ ଜଣ ଛାତ୍ରଛାତ୍ରୀ କଲେଜରୁ ହେବେ ବହିସ୍କାର । ୧୨ଙ୍କ ମଧ୍ୟରୁ ୩ଜଣ ଗିରଫ ହେବା ସହ ୨ ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯିବା ନେଇ ବ୍ରହ୍ମପୁର ଏସପିଙ୍କ ସୂଚନା ।

ମହଙ୍ଗା ପଡ଼ିଲା ରାଗିଂ କରିବା ଓ ରାଗିଂର ମଜା ନେବା । ୧୨ ଜଣ ଛାତ୍ରଛାତ୍ରୀ କଲେଜରୁ ହେବେ ବହିସ୍କାର । ୧୨ଙ୍କ ମଧ୍ୟରୁ ୩ଜଣ ଗିରଫ ହେବା ସହ ୨ ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯିବା ନେଇ ବ୍ରହ୍ମପୁର ଏସପିଙ୍କ ସୂଚନା ।

ମହଙ୍ଗା ପଡ଼ିଲା ରାଗିଂ କରିବା ଓ ରାଗିଂର ମଜା ନେବା । ୧୨ ଜଣ ଛାତ୍ରଛାତ୍ରୀ କଲେଜରୁ ହେବେ ବହିସ୍କାର । ୧୨ଙ୍କ ମଧ୍ୟରୁ ୩ଜଣ ଗିରଫ ହେବା ସହ ୨ ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯିବା ନେଇ ବ୍ରହ୍ମପୁର ଏସପିଙ୍କ ସୂଚନା ।

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ରାଗିଂ କରି ଫସିଲେ ଛାତ୍ରଛାତ୍ରୀ । ସେମାନଙ୍କୁ କଠୋର ଦଣ୍ଡାଦେଶ ହୋଇଛି । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କ ବ୍ୟତୀତ ସେହି ସ୍ଥାନରେ ଉପସ୍ଥିତ ରହି ମଜା ନେଉଥିବା ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ କଲେଜରୁ ବହିସ୍କାର ନେଇ ନିଷ୍ପତ୍ତି ନିଆଯାଇଛି । ଦୁଇଟି ଭିଡ଼ିଓରେ ରହିଥିବା ସମସ୍ତ ୧୨ ଛାତ୍ରଛାତ୍ରୀଙ୍କୁ କଲେଜରୁ ବାହାର କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ । ଏହା ସହିତ ପରବର୍ତ୍ତୀ ସମୟରେ ଏଭଳି ରାଗିଂ ଆଉ ନ ହେବ ସେନେଇ ଆଣ୍ଟି ରାଗିଂ କମିଟିକୁ ଆହୁରି ସୁଦୃଢ଼ କରାଯିବ ।



ସେପଟେ ଘଟଣାକୁ ନେଇ ତିନିଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦୁଇ ଜଣଙ୍କୁ ବାଳ ସୁଧାଗୃହକୁ ପଠାଯାଇଛି । ସେହିପରି ଆଜି ଘଟଣାର ଅଧିକ ତଦନ୍ତ ପାଇଁ ବଡ଼ବଜାର ଥାନା ପୋଲିସ କଲେଜରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛି । ଦୁଇଟି ଭିଡ଼ିଓରେ ରହିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ନାମ ଓ ଠିକଣା କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଭଳି ରାଗିଂ କରାଯିବା ଦ୍ୱାରା ଶିକ୍ଷାନୁଷ୍ଠାନର ସମ୍ମାନ ହାନି ହେଉଥିବା ବେଳେ ଏହାର କୁପ୍ରଭାବ ମଧ୍ୟ ସମାଜ ଉପରେ ପଡ଼ୁଥିବା ନେଇ ଅଭିଯୋଗ କରିଛନ୍ତି ମହାବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ।

ଭିଡ଼ିଓରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ଟିସି ଦେଇ କଲେଜରୁ ବାହାର କରାଯିବ । ଏହି ରାଗିଂ ଘଟଣାକୁ ବହୁ ଗୁରୁତର ସହିତ କଲେଜ ନେଇଛି । କଲେଜରେ ରହିଥିବା ଆଣ୍ଟି ରାଗିଂ‌ ସ୍କ୍ବାଡ଼କୁ ମଧ୍ୟ ଆହୁରି ସୁଦୃଢ଼ କରାଯିବ । ଯାହାଫଳରେ ପରବର୍ତ୍ତୀ ସମୟରେ ଏଭଳି ଆଉ ରାଗିଂ କଲେଜରେ ହେବ ନାହିଁ ବୋଲି କହିଛନ୍ତି,‘‘ ବିନାୟକ କଲେଜର ଅଧ୍ୟକ୍ଷା ଡ଼ଃ.ପ୍ରମିଳା ଖାଡ଼ଙ୍ଗା ।

‘‘ଗତକାଲି ଭିଡ଼ିଓ ଭାଇରାଲ ହେବା ପରେ ପୀଡ଼ିତା ଛାତ୍ରୀ ଜଣକ ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।ଅଭିଯୋଗକୁ ଦୃଷ୍ଟିରେ ରଖି ଗତକାଲି କଲେଜର ଛାତ୍ର ଅଭିନାଶ ନାହାକ ଓ ବବୁଲ ପଣ୍ଡାଙ୍କୁ ଗିରଫ କରାଯାଇଥିଲା । ଆଜି ଅଧିକ ତଦନ୍ତ ପାଇଁ କଲେଜରେ ପହଞ୍ଚି ଘଟଣାରେ ଦେଖଣାହାରୀ ସାଜିଥିବା ଛାତ୍ରଛାତ୍ରୀଙ୍କ ନାମ ଓ ଠିକଣା ସହ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଇଛି । ଗତକାଲି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହିତ ଆଗକୁ ଗିରଫଦାରୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ସୂଚନା ଦେଇଛନ୍ତି,‘‘ ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ।

‘‘ଗତକାଲିର ଘଟଣା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ମହଲରୁ ନିନ୍ଦା ହେବା ପରେ ଆଜି ସକାଳୁ ବସିଥିଲା ଆଣ୍ଟି ରାଗିଂଙ୍ଗ୍‌ କମିଟିର ବୈଠକ । ବୈଠକରେ ଭାଇରଲ ଭିଡ଼ିଓକୁ ନେଇ ତର୍ଜମା କରାଯାଇଥିଲା । ଭାଇରଲ ଭିଡ଼ିଓରେ ରହିଥିବା ଅଧିକାଂଶ ଛାତ୍ରଛାତ୍ରୀ ମାନେ ପୂର୍ବରୁ କଲେଜରେ ଦୁଷ୍ଟାମି ଯୋଗୁଁ ସେମାନଙ୍କ ପରିଚୟ ପତ୍ର ଜବତ କରି ତାଗିଦ୍‌ କରାଯାଇଥିଲା । ବର୍ତ୍ତମାନ ପୁଣି ଥରେ ସେମାନେ ଏଭଳି ରାଗିଂ କରିଛନ୍ତି । ରାଗିଂ ଦେଖୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଯେହେତୁ କୌଣସି ପ୍ରକାରର ପ୍ରତିରୋଧ କରିନଥିଲେ ତେଣୁ ଭାଇରଲ ଭିଡ଼ିଓରେ ରହିଥିବା ସମସ୍ତ ୧୨ ଛାତ୍ରଛାତ୍ରୀଙ୍କୁ କଲେଜରୁ ବାହାର କରିବା ନିମନ୍ତେ ଆଣ୍ଟି ରାଗିଂ କମିଟି ନିଷ୍ପତ୍ତି ନେଇଥିଲେ । ଆଣ୍ଟି ରାଗିଂ ସେଲର ନିଷ୍ପତ୍ତି କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି,‘‘ ଆଣ୍ଟି ରାଗିଂ ସେଲର ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା ।
Published by:Soubhagya Mishra
First published: