ଅଧ୍ୟାପିକାଙ୍କ ସହ ରାସଲୀଳା କରୁଥିଲେ ଅଧ୍ୟକ୍ଷ; ଧକ୍କା ମାରି ବାହାର କଲେ ଛାତ୍ର

କଲେଜ ଭିତରେ ରାସଲୀଳା କରୁଥିଲେ ଅଧ୍ଯକ୍ଷ। ଧକ୍କା ଦେଇ କଲେଜ ପରିସରରୁ ବିଦା କଲେ ସ୍ଥାନୀୟ ଲୋକ ଓ ଛାତ୍ର ।

ଧକ୍କା ମାରି ବାହାର କଲେ ଛାତ୍ର

ଧକ୍କା ମାରି ବାହାର କଲେ ଛାତ୍ର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: କଟକ ନିଆଳି ଥାନା ଅନ୍ତର୍ଗତ ଏକ ସରକାରୀ କଲେଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଲେଜର ଜଣେ ଅଧ୍ୟାପିକାଙ୍କ ସହ ଆଶୀଳନ ବ୍ୟବହାର ଓ କଲେଜ ପରିସରରେ ମଦ୍ୟପାନ କରିବା ଅଭିଯୋଗରେ କଲେଜର ଅଧ୍ୟକ୍ଷଙ୍କୁ ଧକ୍କା ମାରି ବାହାର କରିଛନ୍ତି ସ୍ଥାନୀୟ ଲୋକେ ଓ ଛାତ୍ର। ଖବର ପାଇ ନିଆଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅଭିଯୋଗ ମୁତାବକ ସମ୍ପୃକ୍ତ କଲେଜର ଅଧ୍ୟକ୍ଷ ରାଧାକାନ୍ତ ରାଉତ ଓ ଜଣେ ଅଧ୍ୟାପିକାଙ୍କୁ ନିଜ ପ୍ରକୋଷ୍ଠରେ ଆଶୀଳନ ବ୍ୟବହାର କରୁଥିବାର ସିସିଟିଭି ଭିଡ଼ିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଗତକାଲି ଅଧ୍ୟକ୍ଷ ମହୋଦୟ କଲେଜର ଏକ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ମୋବାଇଲ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଦ୍ବିତୀୟ ଭିଡ଼ିଓଟି ସ୍ଥାନୀୟ ଲୋକ ଓ କଲେଜର ଛାତ୍ରଙ୍କ ଆକ୍ରୋଶ ନିଆଁରେ ଘିଅ ଢାଳିବା ଭଳି କାମ କରିଥିଲା ।

ଫଳସ୍ବରୂପ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ କଲେଜର ଅଦ୍ଧକ୍ଷଙ୍କୁ ତାଙ୍କ ପ୍ରକୋଷ୍ଠରୁ ବାହାରି କରି ଦେବା ସହ ଧକ୍କାମାରି କଲେଜ ପରିସରରୁ ବାହାରକୁ ବାହାର କରିଦେଇଥିଲେ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ କୋଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଛୁଟିରେ ପଠାଇ ଦେଇଥିବା ଜଣାପଡ଼ିଛି ।

"କିଛି ଦିନ ହେଲା ଅଧ୍ୟକ୍ଷଙ୍କୁ ନେଇ ଦୁଇଟି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା । ଗୋଟିଏ ଭିଡ଼ିଓରେ ସେ ଜଣେ ଅଧ୍ୟାପିକାଙ୍କ ସହ କଲେଜରେ ରାସ ଲୀଳା କରୁଛନ୍ତି । ଆଉ ଗୋଟିଏ ଭିଡ଼ିଓରେ କଲେଜରେ ମଦ୍ୟାପାନ କରୁଛନ୍ତି । ଏହାକୁ ଦେଖିବା ପରେ ଆମେ ସ୍ଥାନୀୟ ଲୋକେ ଗଭୀର ଭାବେ ମର୍ମାହିତ ହୋଇଛୁ । ଶିକ୍ଷାନୁଷ୍ଠାନ ହେଉଛି ବିଦ୍ୟାର ମନ୍ଦିର । କିନ୍ତୁ ଏହି କଲେଜ ଅଧ୍ୟକ୍ଷ ନିଜେ ଏହାର ପବିତ୍ରତାକୁ କ୍ଷୁଣ୍ଣ କରିଛନ୍ତି । ତେଣୁ ଏହି ଅଧ୍ୟକ୍ଷଙ୍କୁ ତୁରନ୍ତ ଏଠାରୁ ବଦଳି କରାଯାଉ ବୋଲି ଦାବି କରୁଛୁ," କହିଛନ୍ତି କସର୍ଦ୍ଦା ସରପଞ୍ଚ ସୁରେଶ ପଟ୍ଟନାୟକ ।

"ଏନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ଯଦି କେହି ଅଭିଯୋଗ କରନ୍ତି ତେବେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି ନିଆଳି ଥାନାଧିକାରୀ ବିଜୟ କୁମାର ମଲ୍ଲିକ ।
Published by:Soumya Das
First published: