ପେଶାରେ ଅଧ୍ୟାପକ, ହେଲେ ବାଘ ଛାଲ ଚୋରା ଚାଲାଣର ମିଡିଲମ୍ୟାନ! ଦୁଇ ଦଲାଲ ଗିରଫ ହେଲେ

ନୟାଗଡ଼ରେ ଏକ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଏହି ବ୍ୟକ୍ତିଙ୍କ ଠାରୁ ଜବତ ହୋଇଛି ଦୁଇଟି କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ l ୧୫ରୁ ୨୦ ଦିନ ତଳେ ବାଘ ଦୁଇଟିକୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି l

ପେଶାରେ ଅଧ୍ୟାପକ, ହେଲେ ବାଘ ଛାଲ ଚୋରା ଚାଲାଣର ମିଡିଲମ୍ୟାନ! ଦୁଇ ଦଲାଲ ଗିରଫ ହେଲେ
ଗିରଫ ଅଧ୍ୟାପକ କିଶୋର ଚନ୍ଦ୍ର ଦେହୁରୀ ଓ ତାଙ୍କ ଠାରୁ ଜବତ ହୋଇଥିବା ବାଘ ଛାଲ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ବାଘ ଛାଲ ଚୋରା ଚାଲାଣର ଦୁଇ ମିଡିଲମ୍ୟାନ ଧରା ପଡ଼ିବା ପରେ ସାମନାକୁ ଆସିଛି ଏହି ଚୋରା ଚାଲାଣ ରାକେଟ ସହ ଭଦ୍ର ସମାଜରେ ରହୁଥିବା ବ୍ୟକ୍ତିଙ୍କ ସମ୍ପୃକ୍ତି ।

ଦୁଇ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ହେଉଥିବା ଖବର ପାଇ ରାତାରାତି ଗ୍ରାହକ ସାଜି ଦଶପଲ୍ଲାରେ ପହଞ୍ଚିଥିଲା କ୍ରାଇମ ବ୍ରାଞ୍ଚ ଏସଟିଏଫ (Crime Branch STF) ଟିମ l ଟଙ୍କା ଭର୍ତ୍ତି ବ୍ୟାଗ ନେଇ ମିଡିଲମ୍ୟାନ ଥିବା କିଶୋର ଚନ୍ଦ୍ର ଦେହୁରୀଙ୍କ (୪୫ ବର୍ଷ) ସହ ଡିଏସପି ବିଳାସିନୀ ନାୟକ କରିଥିଲେ ଡିଲ୍‌  l ଦେହୁରୀ ପେଶାରେ ଜଣେ ଅଧ୍ୟାପକ, ହେଲେ ସେ ବାଘ ଛାଲ ଚୋରା ଚାଲାଣ କରୁଥିଲେ ବୋଲି STF ଜାଣିପାରିଥିଲା ।

ପ୍ରଥମ ଥର ଡିଲ ସଫଳ ହୋଇ ନ ଥିଲା l ଦ୍ଵିତୀୟ ଡିଲ ବେଳକୁ ଦେହୁରୀ ଏକ ବାଘ ଛାଲ ଆଣି ଏସଟିଏଫ ଆଗରେ ଦେଖାଇଥିଲେ । ବାଘ ଛାଲର ଲମ୍ବ ଓ ଚଉଡ଼ା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏସଟିଏଫ ଟିମ l ଡିଲ ଆଳରେ ପ୍ରଥମେ ଦୋହୁରୀଙ୍କୁ ନିଜ କବଜାକୁ ନେଇଥିଲା ଏସଟିଏଫ l

ଗୋଟିଏ ବାଘ ଛାଲରେ ବୁଲେଟ ଦାଗ ଥିବା ବେଳେ ଆଉ ଏକ ଛାଲରେ ଘସା ଦାଗ ରହିଛି l


ଅଧ୍ୟାପକ କିଶୋର ଚନ୍ଦ୍ର ଦେହୁରୀଙ୍କ ଘର ଦଶପଲ୍ଲାର ସିମିଳିସାହିରେ l ଦଶପଲ୍ଳା ବନବାସି ସାଧୁ ଚରଣ ସଂସ୍କୃତ ମହାବିଦ୍ୟାଳୟରେ ସେ ଅଧ୍ୟାପକ ଅଛନ୍ତି l ତାଙ୍କୁ ପଚରାଉଚରା ପରେ ତାଙ୍କ ସହଯୋଗୀ ପ୍ରତାପ ନାୟକ (୨୫) କୁ ମଧ୍ୟ ଗିରଫ କରାଯାଇଛି l

ଉଭୟଙ୍କ ନିକଟରୁ ଜବତ ହୋଇଛି ଦୁଇଟି କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ l ଲୋକାଲ ମାର୍କେଟରେ ଏହାର ଆନୁମାନିକ ମୂଲ୍ୟ ଛଅ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି କହିଛନ୍ତି ବନ ବିଭାଗର ଅଧିକାରୀମାନେ l ଜବତ ବେଳେ ବାଘ ଛାଲଗୁଡ଼ିକ ଓଦା ଥିବାରୁ ଓ ସେଥିରୁ ଗନ୍ଧ ବାହାରୁଥିବାରୁ ୧୫ରୁ ୨୦ ଦିନ ତଳେ ବାଘ ଶିକାର କରାଯାଇଥିବା ଅନୁମାନ କରାଯାଉଛି l

ଗିରଫ ଅଧ୍ୟାପକ କିଶୋର ଚନ୍ଦ୍ର ଦେହୁରୀ ଓ ତାଙ୍କ ସହଯୋଗୀ ପ୍ରତାପ ନାୟକ


‘‘ଗୋଟିଏ ବାଘ ଛାଲରେ ବୁଲେଟ ଦାଗ ଥିବା ବେଳେ ଆଉ ଏକ ଛାଲରେ ଘସା ଦାଗ ରହିଛି l ତେଣୁ ଅନୁମାନ କରାଯାଉଛି ଯେ ଗୋଟିଏ ବାଘକୁ ଗୁଳିକରି ଶିକାର କରାଯାଇଥିବା ବେଳେ ଅନ୍ୟ ବାଘଟିକୁ ଫାସ ପକାଇ ଶିକାର କରାଯାଇଛି,’’ କହିଛନ୍ତି କ୍ରାଇମ ବ୍ରାଞ୍ଚ ଏସଟିଏଫ ଏସ.ପି. ପ୍ରଶାନ୍ତ କୁମାର ଭୋଇ l

ଜଣେ ଅଧ୍ୟାପକ ହୋଇ ମଧ୍ୟ ବାଘ ଛାଲ ଚାଲାଣର ମାଷ୍ଟରମାଇଣ୍ଡ ଥିଲେ କିଶୋର ଦେହୁରୀ l ସେ ହିଁ ଏହି ୪ଟି ଛାଲ ଚାଲାଣ ପାଇଁ ଏଜେଣ୍ଟ ଯୋଗାଡ଼ କରୁଥିଲେ l ଗୋଟିଏ ଗୋଟିଏ ବାଘ ଛାଲ ଦୁଇ ଲକ୍ଷ ଟଙ୍କା ଓ ହରିଣ ଛାଲ ଗୋଟା ୬୦ ହଜାର ଟଙ୍କାରେ ଚାଲାଣ ପାଇଁ ହୋଇଥିଲା ଡିଲ l ତେବେ ରାକେଟ ପଛରେ ଆଉ କେଉଁମାନଙ୍କର ହାତ ରହିଛି ତାହାର ଅନୁସନ୍ଧାନ ଚାଲିଛି l ଦୁଇ ମିଡିଲମ୍ୟାନଙ୍କୁ ଦଶପଲ୍ଲା ଜେଏମଏଫସି କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଇ ଦିଆଯାଇଛି l

କ୍ରାଇମ ବ୍ରାଞ୍ଚ ଏସଟିଏଫ ଏସ.ପି. ପ୍ରଶାନ୍ତ କୁମାର ଭୋଇ


ଦୁଇ ମିଡିଲମ୍ୟାନ ଗିରଫ ହେଲେ ସତ, କିନ୍ତୁ ବାଘ ଛାଲ ରାକେଟ ପଛରେ ସମ୍ପୃକ୍ତ ଥିବା ବଡ଼ ଦଲାଲର ପରିଚୟ ଓ କେଉଁ ଅଭୟ୍ୟାରଣ୍ୟରୁ ଦୁଇଟି ଯାକ ବାଘକୁ ଶିକାର କରାଯାଇଛି ତାହା ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ । ଶିକାରୀଙ୍କ ବିଷୟରେ ବି ପୋଲିସ ବା ବନ ବିଭାଗ ପାଖରେ କୌଣସି ସୂଚନା ନାହିଁ ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 8, 2020, 8:46 PM IST
corona virus btn
corona virus btn
Loading