ଜିଲ୍ଲାପାଳ ଓ ବିଧାୟକ ମୁହାଁମୁହିଁ; ଜିଲ୍ଲା ପରିଷଦ ବୈଠକରେ ପାଟିତୁଣ୍ଡ

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଳକରେ ଅନୁଦାନ ଆବଣ୍ଟନକୁ ନେଇ ଜିଲ୍ଲାପାଳ ମନମାନି କରୁଥିବା ଅଭିଯୋଗ କରିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଜିଲ୍ଲାପାଳ ଓ ବିଧାୟକ ମୁହାଁମୁହିଁ; ଜିଲ୍ଲା ପରିଷଦ ବୈଠକରେ ପାଟିତୁଣ୍ଡ

ଜିଲ୍ଲାପାଳ ଓ ବିଧାୟକ ମୁହାଁମୁହିଁ; ଜିଲ୍ଲା ପରିଷଦ ବୈଠକରେ ପାଟିତୁଣ୍ଡ

  • News18 Odia
  • Last Updated :
  • Balangir, India
  • Share this:
News 18 Odia Digital

ବଲାଙ୍ଗୀର; ଆଜି ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ( Santosh sing saluja ) ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କ ( Balangir collector ) ମଧ୍ୟରେ ପାଟିତୁଣ୍ଡ ହୋଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଳକରେ ଅନୁଦାନ ଆବଣ୍ଟନକୁ ନେଇ ଜିଲ୍ଲାପାଳ ମନମାନି କରୁଥିବା ଅଭିଯୋଗ କରିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଶେଷ କରି ବିଜୁ କେବିକେ ଯୋଜନା ଫଣ୍ଡ୍ ଅର୍ଥ ପ୍ରଦାନକୁ ନେଇ ମନମାନି କରୁଛନ୍ତି । ଏହାର ପ୍ରତିବାଦ କରି ଜିଲାପାଳଙ୍କ ନିକଟକୁ ଆସିଥିଲେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେଠାରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ମନ୍ତ୍ରୀ ଟୁକୁନି ସାହୁଙ୍କ ( Minister tukuni sahu ) ଉପସ୍ଥିତିରେ ବିଧାୟକ ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ ଯୋଜନାକୁ ହେଉଥିବା ବୈଠକରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କହିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ନିଜ କ୍ଷମତା ବାହାରେ କାମ କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ ସାଲୁଜା । ଏପରିକି ପ୍ରତି ୩ ମାସରେ ଜିଲ୍ଲା ପରିଷଦ ବୈଠକ ବସିବା କଥା । ହେଲେ ୭ ମାସ ବ୍ୟବଧାନରେ ବସୁଛି । ତାହା ପୁଣି ଜିଲ୍ଲାପାଳଙ୍କ ଇଚ୍ଛା ଅନୁସାରେ ହେଉଛି ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।

https://odia.news18.com/news/odisha/bjp-will-go-from-village-to-village-against-the-anti-women-and-anti-people-activities-of-the-state-government-tv-4srm-120123-srm-dbb-147651.html
Published by:Soubhagya Mishra
First published: