୪ ତାରିଖ ଯାଏଁ କୋହଲା ପାଗ ସାଙ୍ଗକୁ ହେବ ବର୍ଷା; କ୍ଷେତରେ ପାଚି଼ଲା ଧାନ ଉଜୁଡ଼ିବା ନେଇ ଚ଼ାଷୀର ଚି଼ନ୍ତା

ଆସନ୍ତା ଚ଼ାରି ଦିନ ଧରି ଲାଗିରହିପାରେ ବର୍ଷା । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ବରରେ ଅପେକ୍ଷାକୃତ ଅଧିକ ବର୍ଷାର ସମ୍ଭାବନା । ପଶ୍ଚିମ ଓଡ଼ିଶାରେ ସ୍ବଳ୍ପ ଓ ୩ ତାରିଖରେ ହାଲୁକା ବର୍ଷା ହୋଇପାରେ । ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷାର ଆଶଙ୍କା ଅଛି ।

ଶୀତରୁ ରକ୍ଷା ପାଇବାକୁ ନିଆଁ ପୋଉଁଛନ୍ତି ଲୋକେ

ଶୀତରୁ ରକ୍ଷା ପାଇବାକୁ ନିଆଁ ପୋଉଁଛନ୍ତି ଲୋକେ

  • Share this:
News18 Odia Digital

ଭୁବନେଶ୍ବର: ବର୍ଷ ଆରମ୍ଭରୁ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା ଏବେ ଚାଷୀ କୁଳକୁ ବ୍ୟଥିତ କରିଛି । ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୪ ତାରିଖ ଯାଏ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଜାନୁଆରୀ ୫ ତାରିଖରୁ ପୁଣି ଶୀତ ଫେରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବିଶେଷକରି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ମୟୂରଭଞ୍ଜ, ସୋନପୁର ଓ ନୂଆପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଅଳ୍ପ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା କରାଯାଇଛି । ତେବେ ଉପରୋକ୍ତ ଜିଲ୍ଲାରେ ଯେଉଁ ଚାଷୀ ଧାନ କାଟି ସାରିଛନ୍ତି ତୁରନ୍ତ ଖଳାକୁ ନେଇ ଆସିବାକୁ ପରାମର୍ଶ ଦିଆଯାଇଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ବୁଧବାର ଅପରାହ୍ଣରୁ ଜାନୁଆରୀ ୪ ତାରିଖ ସକାଳ ଯାଏଁ ବର୍ଷା ହେବ । ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ସହ କୁଆପଥର ବୃଷ୍ଟିର ଆଶଙ୍କା ଥିବାରୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ୪ ଦିନ ଧରି ମେଘୁଆ ଓ ବର୍ଷା ପାଗ ଲାଗିରହିବ ।

୨ ଓ ୩ ତାରିଖରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୬ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ । ୫ ତାରିଖରୁ ଉତ୍ତର ପଶ୍ଚିମ ଓଡ଼ିଶାରେ ଥଣ୍ଡା ବଢ଼ିବ ।
Published by:Anand Shankar Thankur Das
First published: