ଦୁଇ ଦିନ ଲଗାଣ ବର୍ଷା ପରେ ଆଜି ରାତି ଠାରୁ ପଡ଼ିବ ପ୍ରବଳ ଥଣ୍ଡା; ତାପମାତ୍ରା ୪ ରୁ ୬ ଡିଗ୍ରୀ ଖସିପାରେ

ଅଦିନିଆ ବର୍ଷା ଭିଜେଇବା ପରେ ଏବେ ପୁଣି ଥରେଇବ ଥଣ୍ଡା । ଆଜି ରାତି ଠାରୁ ଶୀତରେ ଥରିବ ସାରା ରାଜ୍ୟ । ଆସନ୍ତା ୩ ଦିନ ଯାଏଁ ଲାଗି ରହିବ ଘନ କୁହୁଡ଼ି । ଅନୁଗୁଳ, ଦାରିଙ୍ଗବାଡ଼ି, ସୋନପୁର, ଫୁଲବାଣୀ, ବଲାଙ୍ଗିର, ଟିଟିଲାଗଡ଼, ସୁନ୍ଦରଗଡ଼, ବାଲେଶ୍ବର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ ।

ଦୁଇ ଦିନ ଲଗାଣ ବର୍ଷା ପରେ ଆଜି ରାତି ଠାରୁ ପଡ଼ିବ ପ୍ରବଳ ଥଣ୍ଡା; ତାପମାତ୍ରା ୪ ରୁ ୬ ଡିଗ୍ରୀ ଖସିପାରେ
ସକାଳୁ ଘନ କୁହୁଡ଼ିର ଆସ୍ତରଣ, ଫାଇଲ୍‌ ଫଟୋ
  • News18 Odia
  • Last Updated: January 5, 2020, 10:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର:  ସାରା ରାଜ୍ୟରେ ଦୁଇ ଦିନ ଧରି ଲଗାଣ ବର୍ଷା ପରେ ପୁଣି ଅନୁଭୂତ ହେବ ଶୀତ । ଏଥର ଥଣ୍ଡାର ମାତ୍ରା ଆହୁରି ବଢ଼ିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯିବ । ରାତି ବେଳା ତାପମାତ୍ରା ୪ ରୁ ୬ ଡିଗ୍ରୀକୁ ଖସିଆସିବ ବୋଲି ଆଶଙ୍କା କରାଯାଉଛି ।

ଶୀତରୁ ରକ୍ଷା ପାଇବାକୁ ନିଆଁ ପୁଉଁଛନ୍ତି ଲୋକେ


ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨ ଦିନ ଧରି ବର୍ଷା ଯୋଗୁଁ ରାଜ୍ୟ ତମାମ କୋହଲା ପାଗ ଲାଗି ରହିଥିଲା । ତେଣୁ ୫ ତାରିଖଠୁ ଦିନ ତମାମ ପ୍ରବଳ ଥଣ୍ଡା ଅନୁଭୂତ ହେବ । ସ୍ବାଭାବିକଠାରୁ ତାପମାତ୍ରା କମ୍‌ ରହିବ। ସଂଧ୍ୟା ପରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ ।

ଅନୁଗୁଳ, ଦାରିଙ୍ଗବାଡ଼ି, ସୋନପୁର, ଫୁଲବାଣୀ, ବଲାଙ୍ଗିର, ଟିଟିଲାଗଡ଼, ସୁନ୍ଦରଗଡ଼, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ ।

୬ ରୁ ୮ ତାରିଖ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ୮ ରାତିରୁ ୯ ତାରିଖ ସକାଳ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ପରେ ପାଗ ବଦଳିବାର ସମ୍ଭାବନା ରହିଛି ।

ଶୀତୁଆ ସକାଳର ଏକ ଦୃଶ୍ୟ


ଅନ୍ୟପଟେ ଆସନ୍ତା ୩ ଦିନ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ । ୫ ତାରିଖରେ କନ୍ଧମାଳ, ମାଲକାନଗିରି, ଝାରସୁଗୁଡ଼ା । ୬ରେ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, କେନ୍ଦୁଝର, ମଯୂରଭଞ୍ଜ, ଗଜପତି, ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
Published by: Sibanava Panda
First published: January 5, 2020, 10:48 AM IST
corona virus btn
corona virus btn
Loading