News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିଛି ଲୋକ ଏକ ଗର୍ଭବତୀ ନାଗ ସାପର ପାଟିକୁ ଅଠାରେ ବନ୍ଦ କରି ଦେଇ ରାସ୍ତାରେ ପକାଇ ଦେଇଥିଲେ । ହେଲେ ଓ.ୟୁ.ଏ.ଟି.ସ୍ଥିତ ଭେଟେରିନାରୀ କଲେଜରେ ଦେଢ଼ ଘଣ୍ଟାର ଅପରେସନ ପରେ ସାପର ମୁହଁରୁ ଅଠା ଖୋଲିଥିଲା । ସ୍ନେକ୍ ହେଲ୍ପଲାଇନର ସଦସ୍ୟଙ୍କ କଠିନ ପରିଶ୍ରମ ଯୋଗୁଁ ନାଗ ସାପଟି ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲା ।
ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତିଗର୍ଭବତୀ ସାପର ପାଟିକୁ ଅଠାରେ ବନ୍ଦ କଲେ ମାନସିକ ପୂରଣ ହୁଏ ବୋଲି ଅନ୍ଧ ବିଶ୍ଵାସ ଥିବାରୁ ଏହି ଘଟଣା ହୋଇଥିଲା ବୋଲି କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ ପୁରୁଣା ଭୁବନେଶ୍ଵରର ଗୋବିଦେଶରୀ ରୋଡ଼ ନିକଟରେ ଥିବା ତାରିଣୀ ମନ୍ଦିର ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଲୋକ ଏକ ନାଗ ସାପକୁ ପକେଇଦେଇ ଚାଲି ଯାଇଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନର ଜଣେ ସଦସ୍ୟ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଓ.ୟୁ.ଏ.ଟି. ଆଣିଥିଲେ ।
ଏହା ବି ପଢ଼ନ୍ତୁ | ଜାମିନ୍ ପାଇବା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ଲାଲୁ; ଝିଅ ରଖୁଛି ରୋଜା, ମା’ ଦୁର୍ଗାଙ୍କ ପୂଜା କରୁଛି
ଓ.ୟୁ.ଏ.ଟି.ର ଭେଟେରିନାରୀ ସର୍ଜନ୍ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର୍ ଇନ୍ଦ୍ରମଣି ନାଥ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଭାଉଜ ପଞ୍ଚମ ଥର ମା’ ହୋଇପାରିଲେନି ବୋଲି ଭଉଣୀ ଗର୍ଭବତୀ ହେଲେ, ଭାଇର ପିଲାକୁ ଜନ୍ମ ଦେଲେ‘‘ଆମେ ପ୍ରଥମେ ଆମେ ସାପଟିର ଶରୀରକୁ ଏକ୍ସ-ରେ କରିଥିଲୁ । ଯଦିଓ ଏକ୍ସ-ରେରୁ ସାପ ଦେହରେ ଆଘାତ ନ ଥିବା ଜଣା ପଡ଼ିଥିଲା, କିନ୍ତୁ ସାପର ପେଟ ଭିତରେ ଅନେକ ଅଣ୍ଡା ଥିବାର ସ୍ପଷ୍ଟ ଦେଖା ଯାଉଥିଲା । ସାପର ପାଟିରୁ ଅଠା ଛଡ଼ାଇବା ପାଇଁ ଅନେକ ପ୍ରକାରର ରାସାୟନିକ ତରଳ ପଦାର୍ଥ ମିଳୁଥିଲେ ମଧ୍ୟ ଯେହେତୁ ପାଟି ଭିତରେ ଅଠା ଥିଲା, ତେଣୁ ପାଟି ଭିତରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନ କରିବାକୁ ଆମେ ସ୍ଥିର କରିଥିଲୁ । ତେଣୁ ସାପ ପାଟିରୁ ଅଠା ଛଡ଼େଇବା ପାଇଁ ଦେଶୀ ଉପାୟ ହିସାବରେ ଲେମ୍ବୁ ରସ ବ୍ୟବହାର କରିଥିଲୁ । ଦୀର୍ଘ ଦେଢ଼ ଘଣ୍ଟାର ଉଦ୍ୟମ ପରେ ସାପର ପାଟିରୁ ସବୁ ଅଠା ଛାଡ଼ିଥିଲା ଓ ତା’ ମୁହଁ ଖୋଲିଥିଲା,’’ କହିଛନ୍ତି ଓ.ୟୁ.ଏ.ଟି.ର ଭେଟେରିନାରୀ ସର୍ଜନ୍ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର୍ ଇନ୍ଦ୍ରମଣି ନାଥ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନ୍ଧୁଣୀ ମା’ ସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ
ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ: କହିଲେ PM ନରେନ୍ଦ୍ର ମୋଦି; ଦେଖନ୍ତୁ VIDEOସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ‘‘ଧାର୍ମିକ ଅନୁଷ୍ଠାନରେ ବ୍ୟବହାର କରିବା ପାଇଁ ହିଁ ସାପ ମୁହଁକୁ ଅଠା ଦେଇ ବନ୍ଦ କରାଯାଇଥିଲା । ଏକ ଗର୍ଭବତୀ ସାପର ମୁହଁକୁ ବାନ୍ଧି ତାକୁ ଅଖିଆ ଅପିଆ ମରିବାକୁ ଛାଡି଼ଦେବା କଦାପି ଧର୍ମ ନୁହେଁ । ଏହା ବରଂ ଘୋର ପାପ । ଦଣ୍ଡ ଯାତ୍ରା ଚାଲିଥିବାରୁ ମାନସିକ ଲାଗି କେହି ଏ ଭଳି କରିଛନ୍ତି । ଗର୍ଭବତୀ ସାପକୁ ଏ ଭଳି କଲେ ମାନସିକ ପୂରଣ ହୁଏ ବୋଲି ଅନ୍ଧ ବିଶ୍ଵାସ ରହିଛି ।’’
ଏହା ବି ପଢ଼ନ୍ତୁ | Reliance କମ୍ପାନୀ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇଲା; କରୋନା ପ୍ରଭାବିତ ରାଜ୍ୟମାନଙ୍କୁ ମାଗଣାରେ ଯୋଗାଉଛିନାଗ ସାପ ଉପରେ ଏମିତି ଅତ୍ୟାଚାର କରିଥିବା ଲୋକ ଓ ତାଙ୍କୁ ଉତ୍ସାହିତ କରିଥିବା ଲୋକମାନଙ୍କୁ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଉଲ୍ଲଙ୍ଘନ କରିଥିବା ଅପରାଧରେ ଗିରଫ କରିବା ଲାଗି ଦାବି କରିଛନ୍ତି ମଲ୍ଲିକ ।
କିଛି ଦିନ ତଳେ ରାଜଧାନୀରୁ ଏକ ଲିଟର୍ ବିଷ ଜବତ ହୋଇଥିଲା । ଏହି ଘଟଣାରେ ଛଅ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ହେଲେ ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନି ବନ ବିଭାଗ । ତେବେ ଏତେ ପରିମାଣର ସାପ ବିଷ କାହା ପାଖକୁ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହୋଇନି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।