News18 Odia Digital
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ଉପକଣ୍ଠରେ ଥିବା ବାଳକାଟି ନିକଟସ୍ଥ ସରକଣା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପ ପଶି ନାହିଁ-ନଥିବା ହଇରାଣ କରିଛି ଲୋକଙ୍କୁ । ଦୀର୍ଘ ଚାରି ଘଣ୍ଟା ଧରି ରବି ନାରାୟଣଙ୍କ ଘରେ ପଶି ଆତଙ୍କ ସୃଷ୍ଟି କରିଥିଲା ସାପଟି । ଘର ଲୋକେ ଶେଷରେ ସାପଟିକୁ ଘଉଡ଼ାଇବାରେ ସଫଳ ହୋଇଥିଲେ ସତ, କିନ୍ତୁ ସେ ରାସ୍ତା ଉପରୁ ହଠାତ୍ କୁଆଡ଼େ ଗାୟବ ହୋଇଯାଇଥିଲା ।
ରବି ନାରାୟଣଙ୍କ ଗାଁ ମୁଣ୍ଡରେ ଥିବା ଘର ଭିତରୁ ଅଳିଆ ଗଦା ଦେଇ ସାପଟି ବାହାରକୁ ଚାଲିଯାଇଥିଲା । ତା’ ପରେ ସେ ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବାରୁ ସmମସ୍ତେ ଚିନ୍ତାରେ ପଡ଼ିଥିଲେ । ହେଲେ ଅସଲରେ ସାପଟି ରାସ୍ତା ଉପରେ ଥିବା ଏକ ବାଇକର ପ୍ୟାନେଲ ଭିତରେ ଲୁଚି ରହିଥିଲା । ଯେମିତି ବାହାର ଲୋକ କେହି ଦେଖି ନ ପାରିବେ, ଖୁବ୍ ଚାଲାକିର ସହ ନାଗ ସାପଟି ନିଜ ଲାଞ୍ଜ ଓ ଅଣ୍ଟା ମଧ୍ୟରେ ଗଣ୍ଠି ପକାଇ ରହିଥିଲା । କିଛି ସମୟ ଖୋଜାଖୋଜି ପରେ ଜଣାପଡି଼ଥିଲା ଯେ ସେ ମୋଟର ସାଇକେଲ୍ ଭିତରେ ପଶି ସାଇଡ୍ ପ୍ୟାନେଲ ଭିତରେ ରହିଛି ।
ଏହା ବି ପଢ଼ନ୍ତୁ | ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହେଲେ; ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲାବାଇକ୍ ମାଲିକ ବିମଳ କୁମାର ସାହୁ ଭୟଭୀତ ହୋଇ ବିକଳରେ ସ୍ନେକ୍ ହେଲ୍ପଲାଇନକୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ସତର୍କତାର ସହିତ ସାପକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଶେଷରେ ଚାରି ଫୁଟ ଲମ୍ବର ନାଗ ସାପଟି ଉଦ୍ଧାର ହୋଇଥିଲା ।

ନାଗ ସାପଟି ଚାରି ଫୁଟ ଲମ୍ବର ଥିଲା ।
‘‘ସାପ ତା’ ଲାଞ୍ଜ ସହ ଅଣ୍ଟାର ଏଭଳି ଗଣ୍ଠି ପକାଇଥିଲା ଯାହାକୁ ଖୋଲିବା ଭାରି କଷ୍ଟସାଧ୍ୟ ଥିଲା । ଗଣ୍ଠି ପଡି଼ଥିବା ଲାଞ୍ଜକୁ ଖୋଲିବା ମୁଁ ପାଇଁ ସ୍ଥାନୀୟ ପିଲାମାନଙ୍କ ସହଯୋଗ ଲୋଡି଼ଥିଲି । ସେମାନଙ୍କ ସହଯୋଗ ଯୋଗୁଁ ଆରାମରେ ଲାଞ୍ଜ ଫିଟାଇ ପାରିଥିଲି । ସାପଟିକୁ ଗାଁ ଠାରୁ ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି,’’ କହିଛନ୍ତି ବିରଞ୍ଚି ନାରାୟଣ ଆଚାର୍ଯ୍ୟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅଜବ! ବାଘ ପରି ଦେଖିବାକୁ ଏହି କୁକୁର; ତାକୁ ଦେଖି ଲୋକେ ଭୟରେ ଦୌଡ଼ୁଛନ୍ତିସରସକଣା ବାସିନ୍ଦା ରବି ନାରାୟଣ କହିଛନ୍ତି, ‘‘କୌଣସି ସାପ ମୋ’ ଘରେ ପ୍ରବେଶ କରିବାର ଏହା ପ୍ରଥମ ଘଟଣା । ସାପଟିକୁ ଦେଖି ମୁଁ ଓ ମୋ’ ପରିବାରର ସଦସ୍ୟ ଭାରି ଭୟଭୀତ ହୋଇପଡିଲୁ । ବାଇକ୍ ଭିତରୁ ସାପ ବାହାରିବା ପରେ ଯାଇ ଶାନ୍ତି ଲାଗିଲା ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ନୋରା ଫତେହି ଓ ମଲାଇକା ଅରୋଡ଼ାଙ୍କ ମଧ୍ୟରେ ଏହି ନୃତ୍ୟ ପ୍ରତିଯୋଗିତା ଦେଖି ଲୋକେ ତାଜୁବ୍ ହେଲେଚାରି ଫୁଟ୍ ଲମ୍ବର ଏହି ନାଗ ସାପଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଲୋକଙ୍କ ଗହଳି ଦେଖି ନାଗ ସାପ ଫଣା ଟେକିଥିଲା, ମାତ୍ର ସ୍ନେକ୍ ହେଲ୍ପଲାଇନର ସଦସ୍ୟ ତାକୁ ଏମିତି କୌଶଳ କ୍ରମେ ଧରିଥିଲେ ଯେ ତା’ର ଖସିଯିବା କଷ୍ଟକର ଥିଲା ।
ବିରଞ୍ଚି ସାପଟିକୁ ଧରିବା ପରେ ତା’ ଅଣ୍ଟା ଭାଙ୍ଗିଛି କି ନାହିଁ ପରୀକ୍ଷା ନିରୀକ୍ଷା କରିଥିଲେ । ତା’ ପରେ ତାକୁ ନେଇ ସୁରକ୍ଷିତ ସ୍ଥାନରେ ଛାଡ଼ିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।