News18 Odia Digital
ଭୁବନେଶ୍ୱର: ଗୋଟିଏ ନାଗ ସାପ ଏକ ଜାଲରେ ଛନ୍ଦି ହେଇଯିବା କିଛି ନୂଆ ଘଟଣା ନୁହେଁ; ଜାଲରୁ ମୁକୁଳି ନ ପାରି ସାପଟିଏ ମରିଯିବାର ବି ଅନେକ ଉଦାହରଣ ରହିଛି । ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ବାଡ଼ିରେ ଘଟିଥିଲା ଏକ ଅଦ୍ଭୁତ ଘଟଣା ।
ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚକ୍ରରେ ସ୍ୱାଇଁଙ୍କ ଘର ପଛ ପଟ ବାଡ଼ିରେ ଲାଗିଥିବା ଏକ ଜାଲରେ ଛନ୍ଦି ହେଇ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରି ପଡି଼ଥିବା ଏକ ଅଣ୍ଡିରା ନାଗ ସାପ ଏକ ନାଗୁଣୀର ସମ୍ମୋହନରେ ବଶୀଭୂତ ହୋଇ ତା’ ସହ ରତି କ୍ରିୟା (mating) କରିବାରେ ଲାଗିଥିଲା । ପୂରା କାହାଣୀଟି କୌଣସି ବଲିଉଡ୍ ବା ହଲିଉଡ଼ ଫିଲ୍ମର କାହାଣୀ ଠାରୁ ଥିଲା ଅଧିକ ରୋମାଞ୍ଚକର ।
ଏହା ବି ପଢ଼ନ୍ତୁ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲାସଞ୍ଜୟ ସ୍ୱାଇଁଙ୍କ ଖଳା ବାଡ଼ିରେ ଏକ ନାଗ ସାପ ଚଳପ୍ରଚଳ କରୁଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡି଼ଥିଲେ । ତେଣୁ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ପ୍ରାୟ ପାଞ୍ଚ ଫୁଟ୍ ଲମ୍ବର ଏହି ନାଗ ସାପଟି ଖଳା ବାଡ଼ିରେ ଘେରା ଯାଇଥିବା ଜାଲରେ ଫସି ଯାଇଥିବା ଦେଖିବାକୁ ପାଇଥିଲେ ।

ନାଗ ଓ ନାଗୁଣୀଙ୍କ ରତି କ୍ରିୟା ପ୍ରାୟ ୪୦ ମିନିଟ୍ ଚାଲିଥିଲା ।
ଜାଲକୁ କାଟି ନାଗ ସାପକୁ ମୁକ୍ତ କରିବାକୁ ବେହେରା ଚିନ୍ତା କରୁଥିବା ବେଳେ ଅନ୍ୟ ଏକ ଚାରି ଫୁଟ୍ ଲମ୍ବର ନାଗ ସାପ ଆସି ଜାଲରେ ଛନ୍ଦି ହୋଇଥିବା ସାପକୁ ଶୁଙ୍ଘିବା ଆରମ୍ଭ କରିଥିଲା । ବେହେରା ଆଉ ସେମାନଙ୍କୁ ଡିଷ୍ଟର୍ବ ନ କରି ଚୁପ୍ ଚାପ୍ ସେମାନଙ୍କ କାର୍ଯ୍ୟ ଦେଖିବାକୁ ଲାଗିଲେ । ମୁକ୍ତ ଥିବା ସାପଟି ବନ୍ଦୀ ସାପ ଦେହ ଉପରେ ଚଢ଼ୁଥିଲା ଓ ସଲସଲ କଲା ଭଳି ଉଦ୍ୟମ କରୁଥିଲା ।
ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା; ଗୋଡ଼ ଓ ଛାତିରେ ଆଘାତ ଲାଗିଥିବା କହିଲେ‘‘ଏହି ଦୃଶ୍ୟ ମୁଁ ଜୀବନରେ କେବେ ଦେଖି ନ ଥିଲି । ଟିକେ ଅନ୍ୟ ପାଖକୁ ଯିବା ପରେ ଦୁଇଟି ଯାକ ସାପଙ୍କ ଲାଞ୍ଜ ପରସ୍ପର ସହ ଛନ୍ଦି ହେଇଥିବାର ମୁଁ ଦେଖିବାକୁ ପାଇଥିଲି । କିଂକର୍ତ୍ତବ୍ୟବିମୁଢ଼ ହୋଇ ମୁଁ ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଘଟଣା ବିଷୟରେ ସବିଶେଷ ଜଣାଇଥିଲି । ସେ ଯାହା କହିତିଲେ ତାହା ଶୁଣି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲି,’’ କହିଛନ୍ତି ବେହେରା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ କେବଳ ଟାୱେଲ୍ ପିନ୍ଧି ଫଟୋ ଶେୟାର୍ କଲେ; ତାପମାତ୍ରା ହଠାତ୍ ବଢ଼ିଗଲା!ଶୁଭେନ୍ଦୁ ମଲ୍ଲିକ ତାଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ସାପମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ସାରା ରାଜ୍ୟରେ ଏବେ ସାପମାନଙ୍କ ରତି କ୍ରିୟା ବା ମେଟିଂ ଚାଲିଥିବା ପରିଲକ୍ଷିତ ହେଉଛି ଏବଂ ଏହି ଦୁଇଟି ନାଗ ସାପ ମଧ୍ୟ ତାହା ହିଁ କରୁଛନ୍ତି । ମଲ୍ଲିକ ସେହି ସାପ ଦୁଇଟିଙ୍କୁ ଉଦ୍ଧାର ନ କରି ତାଙ୍କର ରମଣ କ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ କହିଥିଲେ ।

ଉଭୟ ନାଗ ଓ ନାଗୁଣୀକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା ।
ପ୍ରାୟ ୪୦ ମିନିଟ୍ ପରେ ଯେତେବେଳେ ମୁକ୍ତ ସାପଟି ବନ୍ଦୀ ସାପର ଲାଞ୍ଜରୁ ଅଲଗା ହେବାକୁ ଉଦ୍ୟତ ହେଲା, ସେତେବେଳେ ସୁଶାନ୍ତ ବେହେରା ପ୍ରଥମେ ମୁକ୍ତ ସାପଟିକୁ ଉଦ୍ଧାର କରି ଏକ ବ୍ୟାଗରେ ଭର୍ତ୍ତି କରିଥିଲେ । ଏହି ମୁକ୍ତ ସାପଟି ହିଁ ନାଗୁଣୀ ଥିଲା । ଏହା ପରେ ଜାଲରେ ଛନ୍ଦି ହୋଇ ମରଣକୁ ଅପେକ୍ଷା କରିଥିବା ଅଣ୍ଡିରା ନାଗଟିକୁ ବି ଜାଲକୁ କାଟି ଉଦ୍ଧାର କରିଥିଲେ ସେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନା କୋଚିଂ ନା ଟେଷ୍ଟ୍ ସିରିଜ୍; କେବଳ ଇଣ୍ଟରନେଟ୍ ବ୍ୟବହାର କରି IAS ହେଲେ ଏହି ଯୁବତୀ‘‘ଯଦିଓ ନାଗଟି ଜାଲରେ ଛନ୍ଦିହୋଇ ଅତି କଷ୍ଟ ପାଉଥିଲା ଓ ମୃତ୍ୟୁ ଶଯ୍ୟାରେ ପଡ଼ି ଜୀବନର ଶେଷ କିଛି କ୍ଷଣ ବିତାଉଥିଲା, ସେତିକି ବେଳେ ନାଗୁଣୀ ଆସି ସେଠାରେ ପହଞ୍ଚିବାରୁ ସେ ନିଜ କଷ୍ଟକୁ ଭୁଲି ନିଜ ହିରୋଇନର ମନୋବାଞ୍ଚାକୁ ପୂରଣ କରିଥିଲା । ଏହା ଏକ ଅଦ୍ଭୁତ ଘଟଣା,’’ କହିଛନ୍ତି ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବୟସ ୨୮ ବର୍ଷ, ଉଚ୍ଚତା ୫ ଫୁଟ ୫ ଇଞ୍ଚ: ଇଏ ସଞ୍ଜନା ଗଣେଶନ୍, ଯାହାଙ୍କୁ ଜସପ୍ରୀତ ବୁମରା ବାହା ହେବେଅସଲରେ ଅଣ୍ଡିରା ନାଗ ସାପଟି ଜାଲ ଭିତରେ ମୁଣ୍ଡ ପୂରେଇବା ପରେ ଆଉ ବାହାରି ନ ପାରି ଛନ୍ଦି ହୋଇଯାଇଥିଲା । ତା’ ମୁଣ୍ଡ ଠାରୁ ବେକ ଯାଏଁ ଜାଲରେ ଫସି ଯାଇଥିବାରୁ ଆଉ ଫଣାକୁ ଚଉଡ଼ା କରିବା ସୁବିଧା ବି ନ ଥିଲା । ହେଲେ ଏହି ସମୟରେ ନାଗୁଣୀ ଆସି ନାଗକୁ ଉତ୍ତେଜିତ କରିବା ପାଇଁ ଚେଷ୍ଟା କରିବା ଓ ସେଥିରେ ନାଗକୁ ସମ୍ମୋହିତ କରିବାରେ ସଫଳ ହୋଇଥିଲା ।
ଏହି ନାଗ ଓ ନାଗୁଣୀ ପ୍ରେମୀ ଯୁଗଳଙ୍କୁ ସେହି ସ୍ଥାନଠାରୁ ଅନତି ଦୂରରେ ଥିବା ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଏକ ସମୟରେ ଛାଡି ଦିଆଯାଇଥିଲା । ଏହା ଫଳରେ ଏହି ପ୍ରେମୀ ଯୁଗଳ ସାଙ୍ଗରେ ରହିପାରିବେ ବୋଲି କହିଛନ୍ତି ମଲ୍ଲିକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।