Weather: ଉପକୂଳରେ କାଳବୈଶାଖୀର ପ୍ରକୋପ; ଜଳିଗଲା ନଡ଼ିଆ ଗଛ

Weather: ଉପକୂଳରେ କାଳବୈଶାଖୀ ପ୍ରକୋପ ପଡ଼ିଛି । ୭ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବିଜୁଳି । ସେପଟେ ପିପିଲି ନୂଆଶାସନ ଉତ୍ତର ସାହିରେ ବ୍ରଜପାତରେ ନଡ଼ିଆ ଗଛ ଜଳି ଯାଇଛି ।

Weather: ଉପକୂଳରେ କାଳବୈଶାଖୀର ପ୍ରକୋପ; ଜଳିଗଲା ନଡ଼ିଆ ଗଛ

Weather: ଉପକୂଳରେ କାଳବୈଶାଖୀର ପ୍ରକୋପ; ଜଳିଗଲା ନଡ଼ିଆ ଗଛ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଓଡ଼ିଶା: ଉପକୂଳରେ କାଳବୈଶାଖୀ ପ୍ରକୋପ ପଡ଼ିଛି । ୭ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବିଜୁଳି । ଢେଙ୍କାନାଳ, ଖୋର୍ଦ୍ଧା, କଟକରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । କେତେକ ଜିଲ୍ଲାରେ ୨୪ ଘଣ୍ଟା ଯାଏ ଲାଗି ରହିପାରେ ପ୍ରଭାବ । ଭୁବନେଶ୍ବର, କଟକ, ପିପିଲି, ପୁରୀ, ଆଠଗଡ଼ରେ କ୍ଷୟକ୍ଷତି ହୋଇଛି । ବହୁ ଘରର ଚାଳ, ଟିଣ ଛପର ଉଡ଼ିଯିବା ସହ ଗଛ ଡାଳ ଭାଙ୍ଗି ଯାଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ସେପଟେ ବ୍ରଜପାତରେ ଜଳି ଯାଇଛି ନଡ଼ିଆ ଗଛ । ପିପିଲି ନୂଆଶାସନ ଉତ୍ତର ସାହିରେ ବ୍ରଜପାତରେ ନଡ଼ିଆ ଗଛ ଜଳି ଯାଇଛି ।  ଆଜି ଅପରାହ୍ନରେ ପାଗରେ ପରିବର୍ତ୍ତନ ଦେଖା ଦେଇ କିଛି ସମୟ ମଧ୍ୟରେ ଆରମ୍ଭ ହୋଇ ଥିଲା ପବନ ସାଙ୍ଗକୁ ବର୍ଷା । ଏହା ସହିତ ବିଜୁଳି ଓ ଘଡଘଡିରେ କମ୍ପିଥିଲା ପୂରା ପରିବେଶ । ଘନଘନ ବିଜୁଳିର ପ୍ରଭାବରେ ପିପିଲି ନୂଆ ଶାସନ ଉତ୍ତର ସାହିର ପ୍ରାୟ ୩୦ ଫୁଟ୍‌ ଉଚ୍ଚ ନଡ଼ିଆ ଗଛରେ ନିଆଁ ଲାଗି ଗଛକୁ ପୋଡ଼ି ନଷ୍ଟ ହୋଇଛି ।

ପୁରୀ ଜିଲ୍ଲାର ପିପିଲି, ଡ଼େଲାଙ୍ଗ ଅଞ୍ଚଳରେ ଅପରାହ୍ନରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବର୍ଷା ପବନ ସହିତ ବିଜୁଳି ଓ ଘଡଘଡି ପ୍ରଭାବ ବିସ୍ତାର କରିଥିଲା । ବର୍ଷା ଓ ପବନ ଏତେ ମାତ୍ରାରେ ଥିଲା ଯେ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇ ପଡ଼ିଥିଲା । ଭୁବନେଶ୍ବର-ପୁରୀ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା । କିଛି ସମୟ ପାଇଁ ଅଟକି ରହିଥିଲା ଯାନବାହନ ଚଳାଚଳ । ବିଜୁଳି ଓ ଘଡଘଡିରେ ୟଭୀତ ହୋଇ ପଡ଼ିଥିଲେ ଲୋକେ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚାରିନଳାରେ କାଳବୈଶାଖୀରେ ଗଛ ପଡିବା ଯୋଗୁଁ ଇଲେକ୍ଟ୍ରିଖୁଣ୍ଟି ଭାଙ୍ଗି ଯିବାରୁ ରାସ୍ତାରେ ଗମନାଗମନ ବାଧା ପ୍ରାପ୍ତ । ରାସ୍ତା ଉପରେ ଗଛ ପଡିବା ସହ ବିଦ୍ୟୁତ ଖୁଣ୍ଟି ଓ ତାର ପଡି ରହିଛି । ରାସ୍ତାରେ ବସ ଓ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଛି । ସେପଟେ ଶ୍ରୀମନ୍ଦିରରେ ଉଡ଼ିଗଲା ଅସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ କରାଯାଇଥିବା ଷ୍ଟାଣ୍ଡଟି କାଳବୈଶାଖୀ ଝଡ ବର୍ଷା ପବନରେ ଉଡିଯାଇଛି । ଯାହା ଫଳରେ ଭକ୍ତଙ୍କ କିଛି ମୋବାଇଲ ଓଦା ହୋଇଯାଇଥିବା କୁହାଯାଇଛି।



ପଢନ୍ତୁ ଏହି ଖବର:  Fan Without Electricity: ବିନା ବିଦ୍ୟୁତ୍‌ରେ ଚାଲିବ ଫ୍ୟାନ୍...ମୂଲ୍ୟ ବି ବହୁତ୍‌ କମ୍ !
Published by:Sujit Swain
First published: