ବେଗରେ ଆସିବ ତେଜ: କୋଷ୍ଟାଲ୍ ହାଇୱେ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଗୀନ୍ ସିଗନାଲ ମିଳିଲା

ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ପର୍ଯ୍ୟଟନ ସଂପର୍କିତ ଉଦ୍ୟୋଗ, ଛୋଟ ଛୋଟ ବନ୍ଦର ଓ ଯୋଗାଯୋଗ ସୁବିଧାର ବିକାଶ ହେବ ଓ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ଅହେତୁକଭାବେ ବଢ଼ିବ ବୋଲି ଆଶା କରାଯାଉଛି ।

ବେଗରେ ଆସିବ ତେଜ: କୋଷ୍ଟାଲ୍ ହାଇୱେ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଗୀନ୍ ସିଗନାଲ ମିଳିଲା
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: December 6, 2019, 2:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ସାତପଡ଼ା ଠାରୁ ଦିଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ରାଜ୍ୟ ସରକାର ଶେଷରେ  ସବୁଜ ସଙ୍କେତ ଦେଇଛନ୍ତି । ପ୍ରାୟ ୭ ହଜାର ୫ ଶହ କୋଟି ଟଙ୍କାର ଭାରତମାଳା ପ୍ରକଳ୍ପ ଅଧୀନରେ ହେବାକୁଥିବା ଏହି ପ୍ରକଳ୍ପର ଘୋଷଣା କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ୨୦୧୫ ରେ କରିଥିଲେ । କିନ୍ତୁ ମୂଳ ଡିଜାଇନ୍‌ ନେଇ ଆପତ୍ତି ଉଠାଇ ଡ଼ିଜାଇନ୍‌ ପରିବର୍ତ୍ତନ ପାଇଁ ଦାବି କରିଆସୁଥିଲେ ରାଜ୍ୟ ସରକାର ।

ଗତ ମାସ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ସାତପଡ଼ା ଠାରୁ ଦିଘା ପର୍ଯ୍ୟନ୍ତ ପ୍ରସ୍ତାବିତ ଏହି ଉପକୂଳ ରାଜପଥର ଦୈର୍ଘ୍ୟ ୪୧୫ କିଲୋମିଟର । ତେବେ ନଭେମ୍ବର ୧୫ର ଏହି ବୈଠକରେ ପୁରୀ, କୋଣାର୍କ, ଅସ୍ତରଙ୍ଗ, ରତନପୁର, ଧାମରା, ବାସୁଦେବପୁର ଓ ଚାନ୍ଦିପୁର ଦେଇ ଯିବାକୁ ଥିବା ୩୨୦ କିଲୋମିଟର ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଗୋପାଳପୁର, ସାତପଡ଼ା ଓ ଚିଲିକା ହ୍ରଦ ଦେଇ ଯିବାକୁ ଥିବା ବାକି ୯୫ କିଲୋମିଟର ରାଜପଥକୁ ପୂର୍ଣ୍ଣ ଅନୁମୋଦନ ମିଳିନାହିଁ। ଏଥି ପାଇଁ ଆଉ ଏକ ବୈଠକରେ ସମୀକ୍ଷା କରାଯିବା ସହିତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପର ଘୋଷଣା ୨୦୧୫ ରେ ହେବା ପରେ ରାଜ୍ୟ ସରକାର ବିଶେଷ କରି  ପୁରୀ-ସାତପଡ଼ା ଓ କୋଣାର୍କ -ଅସ୍ତରଙ୍ଗ ଅଂଶର ଡ଼ିଜାଇନ୍‌କୁ ନେଇ ଆପତ୍ତି ଉଠାଇଥିଲେ । ଏବେ ପ୍ରକଳ୍ପକୁ ମଞ୍ଜରୀ ମିଳିବା ପରେ କାର୍ଯ୍ୟ ଆଗେଇବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ପୂର୍ଣ୍ଣ ହେବା ପରେ ଗଞ୍ଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରର ୧୭୮ ଗ୍ରାମକୁ ଯୋଗାଯୋଗ ସୃଷ୍ଟି ହୋଇପାରିବ ।

ଏହି ପ୍ରକଳ୍ପ ଘୋଷଣା ହେବା ପରେ ବିଭିନ୍ନ ସମୟରେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁମେଁ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକଳ୍ପ ଆଗେଇ ନ ପାରିବାକୁ ନେଇ ବିଜେପି ନେତାମାନେ ରାଜ୍ୟକୁ ଦାୟୀ କରୁଥିବା ବେଳେ ରାଜ୍ୟ କେନ୍ଦ୍ର ଉପରେ ଦୋଷ ଲଦିବା ଦେଖିବାକୁ ମିଳିଥିଲା । ଏପରିକି ୨୦୧୯ ନିର୍ବାଚନରେ ମଧ୍ୟ ଏହାକୁ ଏକ ବିଶେଷ ମୁଦ୍ଧା ଭାବେ ଉପସ୍ଥାପନ କରିଥିଲେ ଉଭୟ ଦଳ ।

ପ୍ରତୀକାତ୍ମକ ଛବି


ଏବେ ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଗ୍ରୀନ୍‌‌ ସିଗ୍‌ନାଲ୍‌ ମିଳିବା ପରେ ବରିଷ୍ଠ ବିଜେପି ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି: “ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାରଙ୍କ ନିକଟରେ ଅଟକିଥିଲା । ଏବେ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଶ୍ବାସ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉପକୂଳ ଓଡ଼ିଶାର ବାତ୍ୟା ଓ ବନ୍ୟାପ୍ରବଣ ଅଞ୍ଚଳ ରକ୍ଷା ପାଇବ । ଏହା ସହିତ ଗମନାଗମନରେ ମଧ୍ୟ ଯେଉଁ ଅସୁବିଧା ଉପୁଜିଥିଲା ତାହା ସମାଧାନ ହେବ । ବ୍ୟବସାୟ ପାଇଁ ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହେବ ।“

“ରାଜ୍ୟ ସରକାର ଏହାକୁ ବିଳମ୍ବରେ ପାରିତ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବାର କିଛ ଇ ଆବଶ୍ୟକତା ନାହିଁ,” କହିଛନ୍ତି ସେଠୀ ।

ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇ କହିଛନ୍ତି: “ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ବାରା ପର୍ଯ୍ୟଟନ ସଂପର୍କିତ ଉଦ୍ୟୋଗ, ଛୋଟ ଛୋଟ ବନ୍ଦର ଓ ଯେଗାଯୋଗ ସୁବିଧାର ବିକାଶ ହୋଇ ପାରିବ । ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ଅହେତୁକଭାବେ ବଢ଼ିବ । ତେବେ କୌଣସି ପ୍ରକଳ୍ପ ହେବା ପୂର୍ବରୁ ବିଭିନ୍ନ ଦିଗକୁ ଦେଖାଯାଇଥାଏ । ବିଭିନ୍ନ ଦିଗକୁ ଦେଖି ପ୍ଳାନିଂ ହେବା ପରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି” ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପକୁ ନେଇ ବିଜେପି ଓ ବିଜେଡ଼ି ରାଜନୈତିକ ବୟାନବାଜୀ କରିବା ସହିତ ରାଜନୀତିର ବୈତରଣୀ ପାର ହେବାକୁ ଉଦ୍ୟମ କରିଥିଲେ । “ଏବେ ଆଗେଇ ଆସିଛନ୍ତି ସରକାର । ହେଲେ ଏହା ଆଦୌ ଫଳପ୍ରଦ ହେବନି । ଏସବୁ ଖାଲି ଧୂଆଁ ବାଣ,” କହିଛନ୍ତି ଜେନା ।
First published: December 5, 2019, 5:54 PM IST
corona virus btn
corona virus btn
Loading