କୋଇଲା ଘୋଟାଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ୩ ଜଣଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଠାରେ ବ୍ରାହ୍ମଡିହା କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି କରିଥିବା ଅଭିଯୋଗ ଆସିଥିଲା । ୬ ଅକ୍ଟୋବରରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ବିବେଚନା କରିଥିଲେ ।

କୋଇଲା ଘୋଟାଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ୩ ଜଣଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ
  • News18 Odia
  • Last Updated: October 26, 2020, 11:36 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ (Coal Scam Case) ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ତିନି ଜଣ ଦୋଷୀଙ୍କୁ କୋର୍ଟ ୩ ବର୍ଷ ଲେଖାଏଁ ଦଣ୍ଡିତ କରିଛନ୍ତି । ଗତ ଶୁଣାଣି ସମୟରେ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆଜି ଏହି ଦଣ୍ଡାଦେଶ ଶୁଣାଯାଇଛି । ଗତ ଶୁଣାଣି ସମୟରେ କୋର୍ଟ ସମସ୍ତ ଦୋଷୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଠାରେ ବ୍ରାହ୍ମଡିହା କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି କରିଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ଦିଲୀପ ରାୟଙ୍କ ସମେତ ଅନ୍ୟ ତିନିଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୬ ଅକ୍ଟୋବରରେ ସିବିଆଇ ସ୍ୱତନ୍ତ୍ର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ବିବେଚନା କରିଥିଲେ ଓ ବିଚାରର ଦଣ୍ଡାଦେଶ ପରବର୍ତ୍ତୀ ଶୁଣାଣି ପାଇଁ ସ୍ଥଗିତ ରଖିଥିଲେ । ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।  ସେମାନେ ହେଲେ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ।

ସେହିପରି କାଷ୍ଟନ୍ ଟେକନୋଲଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସିବିଆଇ ତରଫରୁ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିବାବେଳେ ଅଭିଯୁକ୍ତଙ୍କ ପରାମର୍ଶଦାତା କୌଣସି ଅପରାଧିକ ରେକର୍ଡ ନ ଥିବା ଦର୍ଶାଇ ଦଣ୍ଡକୁ ନରମ କରିବାକୁ ଅନୁରୋଧ କରିଥିଲେ ।
Published by: Jagdish Barik
First published: October 26, 2020, 11:36 AM IST
corona virus btn
corona virus btn
Loading