ରାଜ୍ୟରେ କୋଇଲା ସଙ୍କଟ; ଚିନ୍ତା ପ୍ରକଟ କଲା ୟୁସିସିଆଇ; ଶିଳ୍ପ ବିଶେଷଜ୍ଞ କହିଲେ ମିଳିତ ଉଦ୍ୟମ ଲୋଡ଼ା

ରାଜ୍ୟରେ ପୁଣି କୋଇଲା ସଙ୍କଟ । ଯଦି ସରକାରୀସ୍ତରରେ ଏହାର ସମାଧାନ ପାଇଁ କୌଣସି ଉଦ୍ୟମ କରା ନ ଯାଏ, ତାହାହେଲେ ରାଜ୍ୟରେ ଥିବା ବିଭିନ୍ନ ତାପଜ ବିଦ୍ୟୁତ୍ ପରିଚାଳିତ ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯିବ ।

ରାଜ୍ୟରେ କୋଇଲା ସଙ୍କଟ; ଚିନ୍ତା ପ୍ରକଟ କଲା ୟୁସିସିଆଇ; ଶିଳ୍ପ ବିଶେଷଜ୍ଞ କହିଲେ ମିଳିତ ଉଦ୍ୟମ ଲୋଡ଼ା

ରାଜ୍ୟରେ କୋଇଲା ସଙ୍କଟ; ଚିନ୍ତା ପ୍ରକଟ କଲା ୟୁସିସିଆଇ; ଶିଳ୍ପ ବିଶେଷଜ୍ଞ କହିଲେ ମିଳିତ ଉଦ୍ୟମ ଲୋଡ଼ା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ପୁଣି କୋଇଲା ସଙ୍କଟ । ଯଦି ସରକାରୀସ୍ତରରେ ଏହାର ସମାଧାନ ପାଇଁ କୌଣସି ଉଦ୍ୟମ କରା ନ ଯାଏ, ତାହାହେଲେ ରାଜ୍ୟରେ ଥିବା ବିଭିନ୍ନ ତାପଜ ବିଦ୍ୟୁତ୍ ପରିଚାଳିତ ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯିବ । ଏଭଳି ଚିନ୍ତା ପ୍ରକଟ କରି  ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡିଷ୍ଟ୍ରିଜ୍  ୟୁସିସିଆଇ । ଏ ଦିଗରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତ୍ୱରିତ୍ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛି ୟୁସିସିଆଇ ।

ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ରାଜ୍ୟର ଷ୍ଟିଲ ଓ ଆଲୁମିନିୟମ ପ୍ରସ୍ତୁତକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ କୋଭିଡ ପ୍ରଭାବରୁ ମୁକୁଳି ଅଣ୍ଟା ସଳଖିବାକୁ ଉଦ୍ୟମ କରୁଛନ୍ତି । ଏଭଳି ସମୟରେ କୋଇଲା ସଙ୍କଟ ସ୍ଥିତିକୁ ଅଧିକ ଜଟିଳ କରିଛି । ସୂଚନା ଅନୁସାରେ, ସାରା ଦେଶରେ ଯେତେ ପରିମାଣର କୋଇଲା ଗଚ୍ଛିତ ଅଛି, ତାହାର ୨୫ ପ୍ରତିଶତ କୋଇଲା କେବଳ ଓଡ଼ିଶାରେ ରହିଛି ।  କୋଇଲା ଉତ୍ତୋଳନରେ  ଓଡ଼ିଶା ଏକ ବଳକା ରାଜ୍ୟ । ମହାନଦୀ କୋଲଫିଲ୍‌ଡ଼ ଜରିଆରେ ବର୍ଷକୁ ୧୬୫ ମିଲିୟନ ଟନ୍ କୋଇଲା ଉତ୍ପାଦିତ ହେଉଛି । ଓଡ଼ିଶାରେ ତାପଜ ବିଦ୍ୟୁତ୍ ଉପରେ ନିର୍ଭରଶୀଳ ଶିଳ୍ପାନୁଷ୍ଠାନଗୁଡ଼ିକ ବର୍ଷକୁ ୯୫ ମିଲିୟନ ଟନ୍ କୋଇଲା ଆବଶ୍ୟକ କରିଥାନ୍ତି, ଯାହା ଓଡ଼ିଶାରେ ଉତ୍ପାଦିତ କୋଇଲାର ମାତ୍ର ୬୦ ପ୍ରତିଶତ । ବିଡ଼ମ୍ବନା ହେଲା ଓଡ଼ିଶାରେ ଆବଶ୍ୟକ ହେଉଥିବା କୋଇଲାକୁ ପ୍ରାଥମିକତା ଦିଆ ନ ଯାଇ ପ୍ରାୟ ୭୦ ପ୍ରତିଶତ କୋଇଲା ଅନ୍ୟ ରାଜ୍ୟରେ ଥିବା ଶିଳ୍ପପାଇଁ ରତ୍ପାନୀ ହେଉଛି । ତେଣୁ ବର୍ତ୍ତମାନ ସ୍ଥିତିରେ ଏହା ଉପରେ ଲଗାମ ରଖାଯିବା ଉଚିତ୍ ।

ୟୁସିସିଆଇ ସଭାପତି ସ୍ପଷ୍ଟ କରିଛନ୍ତି ଯେ, ଗତ ବର୍ଷ ଅଗଷ୍ଟ ମାସରୁ ବିଭିନ୍ନ ସମୟରେ ଏଭଳି କୋଇଲା ସଙ୍କଟର ସମସ୍ୟାକୁ ସାମ୍ନାକରି ଆସୁଛନ୍ତି ରାଜ୍ୟରେ ଥିବା ବିଭିନ୍ନ ଛୋଟବଡ଼ ଶିଳ୍ପାନୁଷ୍ଠାନ । ସେମାନଙ୍କ ଆବଶ୍ୟକତା ତୁଳନାରେ ମିଳି ପାରୁଛି ମାତ୍ର ୪୦ରୁ ୫୦ ପ୍ରତିଶତ କୋଇଲା । ଏହାଦ୍ୱାରା ଶିଳ୍ପାନୁଷ୍ଠାନ ପ୍ରତି ବିପଦ ସୃଷ୍ଟି ହେବା ସହିତ  ଆଗାମୀ ଦିନରେ ପରିଚାଳନାରେ ବିଭ୍ରାଟ ହେବ ।  ଶିଳ୍ପାନୁଷ୍ଠାନ ବନ୍ଦ ହେଲେ ରାଜ୍ୟରେ ବେକାରୀ ସମସ୍ୟା ବଢିବ ବୋଲି  ଚିନ୍ତା ପ୍ରକଟ କରିଛନ୍ତି ୟୁସିସିଆଇ  ସଭାପତି ।

ଶିଳ୍ପ ବିଶେଷଜ୍ଞ ବିଜୟ କୃଷ୍ଣ ମହାନ୍ତିଙ୍କ ମତରେ, ପ୍ରଥମେ ରାଜ୍ୟରେ ପରିଚାଳିତ ଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଆବଶ୍ୟକ ପରିମାଣର କୋଇଲା ଦିଆଯାଇ ପରେ ରତ୍ପାନୀ କରାଯିବା ଦରକାର । ତା ନହେଲେ ସ୍ଥିତି ଅଧିକ ଜଟିଳ ହୋଇପାରେ। କୋଇଲା ଏକ ରାଷ୍ଟ୍ରୀୟ ସମ୍ପତି । ରାଷ୍ଟ୍ରର ଆବଶ୍ୟକତା ଅନୁସାରେ, କୋଇଲା ପରିଚାଳନା ହୋଇଥାଏ । ତେଣୁ ବର୍ତ୍ତମାନର ସଙ୍କଟ ସମୟରେ କେହି ବି ଦୋଷୀ ନୁହନ୍ତି । ବିଭିନ୍ନ ସମୟରେ ଉପୁଜୁଥିବା ଏଭଳି ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସ ହେବା ଦରକାର ।
Published by:Soubhagya Mishra
First published: