ପୁଣି ଜଣେ ବ୍ରେନ୍ ଟ୍ୟୁମର ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲା CMO

ଅହମ୍ମଦ ଅଲ୍ଲୀ ଖାନ କହିଛନ୍ତି, "ମୋ ଟ୍ବିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି। ତା ସହିତ କାର୍ଯ୍ୟକାରୀ କରିଛନ୍ତି। ଯାହା ମୋତେ ବେଶ୍ ଖୁସି ଦେଇଛି।"

ପୁଣି ଜଣେ ବ୍ରେନ୍ ଟ୍ୟୁମର ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲା CMO

ପୁଣି ଜଣେ ବ୍ରେନ୍ ଟ୍ୟୁମର ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲା CMO

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ୍ ରହସୋଇ ଗ୍ରାମର ଆଶୁତୋଷ ପଣ୍ଡାଙ୍କୁ ବ୍ରେନ୍ ଟ୍ୟୁମର। ଏହି ଖବର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା। ଚାରିଆଡେ ସେୟାର ବି ଚାଲିଥିଲା। କିଏ କିଏ ଆରୋଗ୍ୟ କାମନା ନେଇ ଫଟୋ ପୋଷ୍ଟ କରୁଥିଲେ ତ ଆଉ କିଛି ଲୋକ ତଳେ ନିଜ ନିଜ ମତ ରଖୁଥିଲେ। ହେଲେ ଖବର ପହଞ୍ଚି ପାରିନଥିଲା ପ୍ରକୃତ ଫୋରମରେ।

ଏହି ଖବରକୁ ଯେତେବେଳେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଲେ ଦିଲ୍ଲୀର ଜଣେ ଓଡ଼ିଆ ଯୁବକ ତାଙ୍କୁ ଆନ୍ଦୋଳିତ କରିଥିଲା। ଯାଜପୁର ବିଞ୍ଝାରପୁରର ଏହି ଅହମ୍ମଦ ଅଲ୍ଲୀ ଖାନ ଦିଲ୍ଲୀରେ ୧୦ ବର୍ଷ ହେବ ରହୁଛନ୍ତି। ଏୟାର ଲାଇନରେ କାମ କରୁଛନ୍ତି।

ଯେତେବେଳେ ସେ ଏହି ଖବର ଦେଖି ଓଡ଼ିଶା ସିଏମଓଙ୍କୁ ଟ୍ବିଟ କରିଥିଲେ ତତକ୍ଷଣାତ ଆରମ୍ଭ ହୋଇଥିଲା ଆକ୍ସନ। ମାତ୍ର ୨୦ ମିନିଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଟ୍ବିଟ ଦେଖି ଲାଗି ପଡ଼ିଥିଲେ କାମରେ। ଟ୍ବିଟରେ ଲେଖା ଥିଲା କି ଆଶୁତୋଷ ପଣ୍ଡାଙ୍କ ନାମ ନାହିଁ ରାସନ କାର୍ଡରେ। ସେ ବ୍ରେନ୍ ଟ୍ୟୁମରରେ ପୀଡିତ। ତାଙ୍କ ବାପା, ମା'ଙ୍କ ନାମରେ ରାସନ କାର୍ଡ ଅଛି। କିନ୍ତୁ ପୁଅର ନାମ ନାହିଁ। ସେ ଅବହେଳା ହେଉ କି ଅଣଦେଖା ହେଉ, ଯେ କୌଣସି କାରଣରୁ ବାଦ୍ ପଡୁନା କାହିଁକି, ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇ ଅବଗତ କରାଯିବା ସହିତ ନିର୍ଦ୍ଦେଶ ଦିଆଯାଇଥିଲା କି ତୁରନ୍ତ ଆଶୁତୋଷଙ୍କ ନାମ ଯୋଡିବା ପାଇଁ।

ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଇ ନିମିସେକ ମଧ୍ୟରେ ତାଙ୍କ ନାମ ଯୋଡାଯାଇ ଥିଲା। ଫଳରେ ବିଜୁ ସ୍ମାର୍ଟ କାର୍ଡରେ ଶୋ କରିଥିଲା ଆଶୁତୋଷଙ୍କ ନାମ। ଆଶୁତୋଷ ଏବେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ଚିକିତ୍ସାଧୀନ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ତାଙ୍କ ପରିବାର ଓ ଟ୍ବିଟ କରିଥିବା ଯୁବକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଅଫିସ ମଧ୍ୟ ଯୋଗାଯୋଗରେ ଅଛି। ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଚିକିତ୍ସା ଯୋଗାଇ ଦିଆଯିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଛି।

ଏ ନେଇ ଅହମ୍ମଦ ଅଲ୍ଲୀ ଖାନ କହିଛନ୍ତି, "ମୋ ଟ୍ବିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି। ତା ସହିତ କାର୍ଯ୍ୟକାରୀ କରିଛନ୍ତି। ଯାହା ମୋତେ ବେଶ୍ ଖୁସି ଦେଇଛି।"

ଆଶୁତୋଷଙ୍କ ବାପା ହେଉଛନ୍ତି କିଶୋର କୁମାର ପଣ୍ଡା। ମାତା ବିଶ୍ଵ ମୋହିନୀ ନନ୍ଦ। କିଶୋର ଏକ ବିମା କମ୍ପାନୀରେ କାମ କରନ୍ତି। ସ୍ଵଳ୍ପ ରୋଜଗାର ଭିତରେ ଏଭଳି ଏକ ସମୟ ଆସିବ ସେ ଭାବି ନଥିଲେ। ପ୍ରଥମେ ପୁଅର ବାନ୍ତି ହେଉଥିଲା। ମୁଣ୍ଡା ବୁଲାଉଥିଲା। ମେଡିକାଲ ନେଉଥିଲେ କିନ୍ତୁ ଜଣା ପଡ଼ି ନଥିଲା। ଶେଷରେ ଆଖି ଟେଷ୍ଟ ଓ ଏମ.ଆର.ଆଇ. ପରେ ଜଣା ପଡ଼ିଲା ବ୍ରେନ୍ ଟ୍ୟୁମର ବିଷୟରେ। ଏବେ ସେ ଏମ୍ସରେ ଚିକିତ୍ସାଧୀନ।
Published by:Lipina Das
First published: